Posted inଜାତୀୟ

ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା

ନୂଆଦିଲ୍ଲୀ,୧୦।୯: ପୂର୍ବତନ ଗୃହମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଜୋର ଧରିଛି। ସେ କହିଛନ୍ତି, ଯେତେବେଳେ ସେ ଦେଶର ଗୃହମନ୍ତ୍ରୀ ଥିଲେ, ସେତେବେଳେ ସେ କଶ୍ମୀର ଯିବାକୁ ଭୟ କରୁଥିଲେ। ତେବେ ତାଙ୍କର ଏପରି ବୟାନକୁ ନେଇ ରାଜନୈତିକ ମହଲରେ ହଲଚଲ ଦେଖିବାକୁ ମିଳିଛି। ଭାଜପା ତାଙ୍କ ବିବୃତ୍ତିରେ କାଉଣ୍ଟର କରିଥିବାବେଳେ କଂଗ୍ରେସ ଶିନ୍ଦେଙ୍କୁ ନିଜ ବୟାନରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ସୁଶୀଲ କହିଛନ୍ତି, ଯେତେବେଳେ ମୁଁ ଗୃହମନ୍ତ୍ରୀ ଥିଲି, ମୋତେ କଶ୍ମୀର ଯିବାକୁ ପରାମର୍ଶ ଦିଆଯାଉଥିଲା। କିନ୍ତୁ ମୋତେ ଡର ଲାଗୁଥିଲା। କହିରଖୁଛୁ କି, ରଶିଦ କିଦବଇଙ୍କ ଏ ପୁସ୍ତକ ଉନ୍ମେଚନ କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି, ମୋତେ ଜଣେ ପରାମର୍ଶ ଦେଇଥିଲେ କଶ୍ମୀରରେ ଏଠି ସେଠି ଘୁର ନାହିଁ। ଲାଲ ଚୌକ ଯାଇ ସେଠାରେ ଭାଷଣ ଦିଅ। ଲୋକଙ୍କ ସହ ଭେଟ। ଡାଲ ହ୍ରଦରେ ଭ୍ରମଣ କର। ଏତିରେ ଲୋକଙ୍କୁ ଲାଗିବ ଯେ, ଆମ ଗୃହମନ୍ତ୍ରୀ ଏତେ ସାହାସୀ ଯେ ବିନା ହରି କଶ୍ମୀର ଭ୍ରମଣ କରୁଛନ୍ତି। ଏଥିରେ ଲୋକପ୍ରିୟତା ମିଳିବ। କିନ୍ତୁ ସତ କହିବାକୁ ଗଲେ ମୋତେ ବହୁତ ଡର ଲାଗୁଥିଲା।

ସୁଶୀଲ କୁମାର ସିନ୍ଦେଙ୍କ ବିବୃତ୍ତି ଉପରେ ଭାଜପା କାଉଣ୍ଟର କରିଛି। ଯେଉଁଥିରେ କୁହାଯାଇଛି ଯେ, ଧାରା ୩୭୦ ହଟାଇବା ପୂର୍ବରୁ ଉପତ୍ୟକାର ଅବସ୍ଥା କ’ଣ ଥିଲା ତାହାର ପ୍ରମାଣ ହେଉଛି ସିନ୍ଦେଙ୍କ ବିବୃତ୍ତି। ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ସିନ୍ଦେଙ୍କ କଥା ପ୍ରତି ଧ୍ୟାନ ଦେବା ଉଚିତ। ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri