Categories: ଜାତୀୟ

ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଅରୁଣାଚଳମଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୮: ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଭିଏସ ଅରୁଣାଚଳମଙ୍କ ପରଲୋକ। ୨୦୧୫ରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡିଆରଡିଓର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କଂଗ୍ରେସ ନେତା ଜୟରାମ ରମେଶ ସମବେଦନା ଜଣାଇଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ତାଙ୍କର ଅବଦାନ ପାଇଁ ଅରୁଣାଚଳମଙ୍କୁ ଭଟନଗର ପୁରସ୍କାର (୧୯୮୦), ପଦ୍ମ ଭୂଷଣ (୧୯୮୫) ଏବଂ ପଦ୍ମ ବିଭୂଷଣ (୧୯୯୦) ରେ ସମ୍ମାନିତ କରାଯାଇଛି। ସେ ୧୯୮୨-୧୯୯୨ ଯାଏଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ମଧ୍ୟ ଥିଲେ।

Share