Categories: ଜାତୀୟ

ହାତ ଛାଡି ଝାଡୁ ଧରିଲେ ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ପୂର୍ବତନ ଏମ୍‌ପି ମହାବଳ ମିଶ୍ରା ଦଳ ଛାଡି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ପାହାଡଗଞ୍ଜରେ ଏକ ନିର୍ବାଚନୀ ରାଲିରେ ଏଏପି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଉପସ୍ଥିତିରେ ମହାବଳ ଦଳରେ ଯୋଗ ଦେଇଛନ୍ତି। ମହାବଳଙ୍କ ପୁଅ ବିନାୟକ ମିଶ୍ରା ଆମ ଆଦମୀ ପାର୍ଟି ତରଫରୁ ନିର୍ବାଚନ ଲଢି ଦ୍ୱାରକାରୁ ବିଧାୟକ ହୋଇଛନ୍ତି।
ସୂଚନାଯୋଗ୍ୟ, ମହାବଳ ପଶ୍ଚିମ ଦିଲ୍ଲୀର ପୂର୍ବତନ କଂଗ୍ରେସ ଏମ୍‌ପି, ଦ୍ୱାରକାର ତିନିଥର ବିଧାୟକ ତଥା ପୂର୍ବତନ କାଉନସିଲର ଥିଲେ।

Share