କରୋନାରେ ପୂର୍ବତନ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ମୁମ୍ବାଇ,୨୮।୪: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ପୂର୍ବତନ ଏମ୍‌ପି ଏକନାଥ ଗାଇକ୍ୱାଡ଼େଙ୍କର ବୁଧବାର ପୂର୍ବାହ୍ନ ୧୦ଟାରେ ମୃତ୍ୟୁ ଘଟିଛି। ମୁମ୍ବାଇର ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୦ ଜାନୁୟାରୀ ୧ରେ ସେ ସତାରାଠାରେ ଜନ୍ମଗ୍ରହଣ କରିଥିଲେ। ୧୪ ଏବଂ ୧୫ ତମ ଲୋକସଭାରେ ଏମ୍‌ପି ଭାବେ କାର୍ଯ୍ୟ କରିଥିଲେ। ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଇକ୍ୱାଡେଙ୍କର ସେ ପିତା।

Share