ନ୍ୟାୟ ଦାବିରେ ଧାରଣାରେ ବସିଲେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ-ସମ୍ପାଦକ ଦମ୍ପତି

ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ଅନ୍ୟାୟ ଏବଂ ଲରମ୍ଭା ପ୍ୟାକ୍ସରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର ପୂର୍ବାହ୍ନ ୧୧ଟାରୁ ଉଭୟ ଦମ୍ପତି ଧାରଣାରେ ବସିଛନ୍ତି।

ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଗତ ୧୯୬୯ ଜୁନ୍‌ ୧୬ରୁ ୨୦୧୧ ମାର୍ଚ୍ଚ ୩୧ ଯାଏ ଦୀର୍ଘ ୪୨ ବର୍ଷ ଅଭିଯୋଗକରି ପଣ୍ଡା ସହକାରୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୭୪ରୁ ଆଜି ଯାଏ ବିଭିନ୍ନ ସମୟରେ ସମିତି ତାଙ୍କ ଉପରେ ଭିନ୍ନଭିନ୍ନ ଅନ୍ୟାୟ ତଥା ବେଆଇନ କାର୍ଯ୍ୟାନୁଷ୍ଠାନ ଦେଇ ପାରିବାରିକ, ସାମାଜିକ, ଆର୍ଥିକ, ଶାରୀରିକ, ବଳପୂର୍ବକ ଆକ୍ରୋଶମୂଳକ ଭାବେ ନିର୍ଯାତନା ଦେଇ ଆସିଛନ୍ତି। ଶ୍ରମ ଅଦାଲତ ମୋକଦ୍ଦମା ଉପରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ମୋକଦ୍ଦମା ନଂ ୧୦୬୬/୧୯୭୭ ଉପରେ ୧୫/୯/୧୯୮୧ ଅନୁସାରେ ପଣ୍ଡାଙ୍କୁ ୨୦/୫/୧୯୮୨ ତାରିଖରେ ପୁନଃ ଲରମ୍ଭା ପ୍ୟାକ୍ସରେ ନିଯୁକ୍ତି କରି ବକେୟା ଦରମା ପ୍ରଦାନ କରିବାକୁ ରାୟ ପ୍ରକାଶ ପାଇଥିଲା ବୋଲି ଅଭିଯୋଗକାରୀ କହିଛନ୍ତି। ତେବେ ଏ ସବୁ ହେବା ସତ୍ତ୍ୱେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ ସମ୍ପାଦକ ପଣ୍ଡାଙ୍କ ବକେୟା ଦରମାକୁ ସମିତି ପକ୍ଷରୁ ସେଟେଲମେଣ୍ଟ କରିଦେବା ଏବଂ ନୂତନ ସ୍କେଲ ଅନୁସାରେ ଦରମା ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ଗତ ସେପ୍ଟେମ୍ବର ୧ ଲରମ୍ଭା ସଭାପତିଙ୍କ ସମେତ ଭୁବନେଶ୍ୱର ସମବାୟ ସମିତି ସମୂହ ନିବନ୍ଧକ, କମିଶନର, ଅଡିଟର ଜେନେରାଲ ଅଫ୍‌ କୋଅପରେଟିଭ୍‌ ସୋସାଇଟି ଓଡ଼ିଶା ଆଦି ବିଭିନ୍ନ ପ୍ରମୁଖ ଅଧିକାରୀଙ୍କୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ନ୍ୟାୟ ଦାବି କରି ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଏହା ସତ୍ତ୍ୱେ ନ୍ୟାୟ ନ ମିଳିବାରୁ ଗତ ସେପ୍ଟେମ୍ବର ୩୦ରେ ପୁନଃ ଏକ ପତ୍ର ସମ୍ପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଖବରଦାତା ସମୂହଙ୍କୁ ପଠାଇ ବୁଧବାର ଅକ୍ଟୋବର ୨୨ରୁ ଧର୍ମପତ୍ନୀ ତରଙ୍ଗିଣୀ ପଣ୍ଡାଙ୍କ ସହ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ବାରଣ୍ଡାରେ ଅହୋରାତ୍ର ଧାରଣା ଦେବାକୁ ଅଭିଯୋଗକାରୀ ସନ୍ତୋଷ କୁମାର ପଣ୍ଡା ଲିଖିତ ଭାବେ ଜଣାଇ ଧାରଣାରେ ବସିଛନ୍ତି। ଏ ନେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଡିଭିଜନ ପତ୍ର ସଂଖ୍ୟା ୧୧୬୮୯/୯.୧୦.୨୫ ଅନୁସାରେ ବରଗଡ଼ ଜିଲାପାଳଙ୍କୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଲରମ୍ଭା ପ୍ୟାକ୍ସରେ ସଦସ୍ୟଙ୍କୁ ନେଇ ଏକ ବୈଠକ ବସି ଏହା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା, ଡଲାର ଖସୁଛି

ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍‌ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍‌ଆର୍‌) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର…

ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦ା୧: ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାଏର…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ

ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି ।…

ପରିମାଣ ନୁହେଁ, ଗୁଣବତ୍ତାକୁ ଗୁରୁତ୍ୱ ଦେଉଛନ୍ତି ଔଷଧ କମ୍ପାନୀ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଔଷଧ ଶିଳ୍ପଗୁଡ଼ିକ ପରିମାଣଯୁକ୍ତ ଆଭିମୁଖ୍ୟରୁ ମୂଲ୍ୟଯୁକ୍ତ ଆଭିମୁଖ୍ୟକୁ ବଦଳୁଛନ୍ତି। ଜଟିଳ ଜେନେରିକ୍ସ, ବାୟୋସିମିଲାର୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଔଷଧ ଶିଳ୍ପ ମୂଲ୍ୟ ଶୃଙ୍ଖଳ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍‌ସିପି

ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ…

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri