ନ୍ୟାୟ ଦାବିରେ ଧାରଣାରେ ବସିଲେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ-ସମ୍ପାଦକ ଦମ୍ପତି

ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ଅନ୍ୟାୟ ଏବଂ ଲରମ୍ଭା ପ୍ୟାକ୍ସରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର ପୂର୍ବାହ୍ନ ୧୧ଟାରୁ ଉଭୟ ଦମ୍ପତି ଧାରଣାରେ ବସିଛନ୍ତି।

ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଗତ ୧୯୬୯ ଜୁନ୍‌ ୧୬ରୁ ୨୦୧୧ ମାର୍ଚ୍ଚ ୩୧ ଯାଏ ଦୀର୍ଘ ୪୨ ବର୍ଷ ଅଭିଯୋଗକରି ପଣ୍ଡା ସହକାରୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୭୪ରୁ ଆଜି ଯାଏ ବିଭିନ୍ନ ସମୟରେ ସମିତି ତାଙ୍କ ଉପରେ ଭିନ୍ନଭିନ୍ନ ଅନ୍ୟାୟ ତଥା ବେଆଇନ କାର୍ଯ୍ୟାନୁଷ୍ଠାନ ଦେଇ ପାରିବାରିକ, ସାମାଜିକ, ଆର୍ଥିକ, ଶାରୀରିକ, ବଳପୂର୍ବକ ଆକ୍ରୋଶମୂଳକ ଭାବେ ନିର୍ଯାତନା ଦେଇ ଆସିଛନ୍ତି। ଶ୍ରମ ଅଦାଲତ ମୋକଦ୍ଦମା ଉପରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ମୋକଦ୍ଦମା ନଂ ୧୦୬୬/୧୯୭୭ ଉପରେ ୧୫/୯/୧୯୮୧ ଅନୁସାରେ ପଣ୍ଡାଙ୍କୁ ୨୦/୫/୧୯୮୨ ତାରିଖରେ ପୁନଃ ଲରମ୍ଭା ପ୍ୟାକ୍ସରେ ନିଯୁକ୍ତି କରି ବକେୟା ଦରମା ପ୍ରଦାନ କରିବାକୁ ରାୟ ପ୍ରକାଶ ପାଇଥିଲା ବୋଲି ଅଭିଯୋଗକାରୀ କହିଛନ୍ତି। ତେବେ ଏ ସବୁ ହେବା ସତ୍ତ୍ୱେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ ସମ୍ପାଦକ ପଣ୍ଡାଙ୍କ ବକେୟା ଦରମାକୁ ସମିତି ପକ୍ଷରୁ ସେଟେଲମେଣ୍ଟ କରିଦେବା ଏବଂ ନୂତନ ସ୍କେଲ ଅନୁସାରେ ଦରମା ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ଗତ ସେପ୍ଟେମ୍ବର ୧ ଲରମ୍ଭା ସଭାପତିଙ୍କ ସମେତ ଭୁବନେଶ୍ୱର ସମବାୟ ସମିତି ସମୂହ ନିବନ୍ଧକ, କମିଶନର, ଅଡିଟର ଜେନେରାଲ ଅଫ୍‌ କୋଅପରେଟିଭ୍‌ ସୋସାଇଟି ଓଡ଼ିଶା ଆଦି ବିଭିନ୍ନ ପ୍ରମୁଖ ଅଧିକାରୀଙ୍କୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ନ୍ୟାୟ ଦାବି କରି ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଏହା ସତ୍ତ୍ୱେ ନ୍ୟାୟ ନ ମିଳିବାରୁ ଗତ ସେପ୍ଟେମ୍ବର ୩୦ରେ ପୁନଃ ଏକ ପତ୍ର ସମ୍ପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଖବରଦାତା ସମୂହଙ୍କୁ ପଠାଇ ବୁଧବାର ଅକ୍ଟୋବର ୨୨ରୁ ଧର୍ମପତ୍ନୀ ତରଙ୍ଗିଣୀ ପଣ୍ଡାଙ୍କ ସହ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ବାରଣ୍ଡାରେ ଅହୋରାତ୍ର ଧାରଣା ଦେବାକୁ ଅଭିଯୋଗକାରୀ ସନ୍ତୋଷ କୁମାର ପଣ୍ଡା ଲିଖିତ ଭାବେ ଜଣାଇ ଧାରଣାରେ ବସିଛନ୍ତି। ଏ ନେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଡିଭିଜନ ପତ୍ର ସଂଖ୍ୟା ୧୧୬୮୯/୯.୧୦.୨୫ ଅନୁସାରେ ବରଗଡ଼ ଜିଲାପାଳଙ୍କୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଲରମ୍ଭା ପ୍ୟାକ୍ସରେ ସଦସ୍ୟଙ୍କୁ ନେଇ ଏକ ବୈଠକ ବସି ଏହା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, କିନ୍ତୁ ମୁଁ…ମତଦାନ ପୂର୍ବରୁ ବଡ଼ କଥା କହିଦେଲେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ।…

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ନିଜେ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

ପାରାଦୀପରୁ ଫେରିଲେ ବିଧାୟକ: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

IPL 2026 ବଡ଼ ଧମାକା କରିବେ ବୈଭବ ସୂର୍ଯ୍ୟବଂଶୀ! ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୬।୩: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକାଙ୍କ ମଧ୍ୟରୁ ଜଣେ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ପ୍ରମୁଖ ଲକ୍ଷ୍ୟ ସହିତ 2026 IPL ସିଜିନରେ ଆରମ୍ଭ କରିବାକୁ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri