କୋଚି,୧୦ା୬: ଏକ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଝିଅ ବୀଣା ଟି ଏବଂ କୋଚି ମିନେରାଲ୍ସ ଆଣ୍ଡ ରୁଟିଲ୍ ଲିଃ (ସିଏମ୍ଆର୍ଏଲ୍)ର ଅଧିକାରୀମାନଙ୍କୁ ଜେରା ପାଇଁ ସମନ ଜାରି କରିଛନ୍ତି।
ଆସନ୍ତା ୧୨ ତାରିଖରେ ଇଡିର ଜୋନାଲ ଅଫିସରେ ହାଜର ହେବାକୁ ବୀଣାଙ୍କୁ କୁହାଯାଇଛି। ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯିବ। ସମନ ଜାରି ହୋଇଥିବା ଅନ୍ୟ ୯ ଜଣଙ୍କ ମଧ୍ୟରେ ସିଏମ୍ଆର୍ଏଲ୍ ପରିଚାଳନା ନିର୍ଦ୍ଦେଶକ ଶଶୀଧରନ କର୍ଥା ଅଛନ୍ତି।