Categories: ଜାତୀୟ

ଭାଜପାରୁ ପଙ୍ଗା ନେବା ପଡିଲା ଭାରି, ହାରିଗଲେ ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ପଙ୍ଗା ନେବା ଭାରି ପଡିଛି। ଶେଟ୍ଟାର ହୁବଲି ଧାରବାଡ ସେଣ୍ଟ୍ରାଲ ସିଟରୁ ନିର୍ବାଚନ ହାରି ଯାଇଛନ୍ତି। ସେଠାରେ ତାଙ୍କୁ ଭାଜପାର ମହେଶ ଟେଂଗିନକଇ ବହୁ ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି।

ଭାଜପା ସରକାରରେ ଶେଟ୍ଟାର ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ଏଥର ତାଙ୍କୁ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଭାଜପା ଛାଡି କଂଗ୍ରେସରେ ସାମିଲ ହେବା ସହ ଟିକେଟ ନେଇ ନିର୍ବାଚନ ଲଢିଥିଲେ।

Share