ବେଙ୍ଗାଲୁରୁ,୨୮।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ତାଙ୍କ ବାସଭବନରୁ ମୃତଦେହ ଜବତ କରାଯାଇଛି। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମିଳିନାହିଁ। ୟେଦିୟୁରପ୍ପାଙ୍କ ବଡ ଝିଅ ପଦ୍ମାଙ୍କ ଝିଅ ହେଉଛନ୍ତି ସୌନ୍ଦର୍ଯ୍ୟା। ୩୦ ବର୍ଷିୟା ସୌନ୍ଦର୍ଯ୍ୟା ବେଙ୍ଗାଲୁରୁର ଏମ୍.ଏସ୍ ରାମାୟା ହସ୍ପିଟାଲରେ ଡାକ୍ତର ଥିଲେ।
ପୋଲିସର ସୂଚନାନୁସାରେ, ସେ ତାଙ୍କ ସ୍ବାମୀ, ସହକର୍ମୀ ଡାକ୍ତର ଏବଂ ୪ ମାସର ଶିଶୁଙ୍କ ସହ ମାଉଣ୍ଟ କାର୍ମେଲ କଲେଜ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ। ଶୁକ୍ରବାର ସକାଳେ ମୃତଦେହ ମିଳିବା ପରେ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ସରକାରୀ ଚାଳିତ ବୋରିଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


