Categories: ଜାତୀୟ

ଅର୍ଣ୍ଣବ-ବିଏଆର୍‌ସି ପୂର୍ବତନ ସିଇଓଙ୍କ ଚାଟ୍‌ ଭାଇରାଲ

ମୁମ୍ବାଇ, ୧୭।୧: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଗିରଫ ହୋଇଥିବା ଟିଭି ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଅର୍ଣ୍ଣବଙ୍କ ଅଡ଼ୁଆ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ରେ ଅର୍ଣ୍ଣବ ଓ ଦାସଗୁପ୍ତାଙ୍କ ମଧ୍ୟରେ ଟିଆର୍‌ପିକୁ ନେଇ ଏହି କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଟିଆର୍‌ପି ଦୁର୍ନୀତିରେ ମୁମ୍ବାଇ ପୋଲିସ ଦାଖଲ କରିଥିବା ଅତିରିକ୍ତ ଚାର୍ଟଶିଟ୍‌ରେ ଏହା ଉଲ୍ଲେଖ କରାଯାଇଛି।

Share