Categories: ଜାତୀୟ

ପୂର୍ବତନ ମଣିପୁର ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ସିମ୍‌ଲା, ୭।୧୦: ମଣିପୁରର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପ୍ରାକ୍ତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସିମ୍‌ଲାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସିମଲା ଏସ୍‌ପି ମୋହିତ୍‌ ଚାଓ୍ବଲା କହିଛନ୍ତି, ମଣିପୁର ତଥା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଶବ ତାଙ୍କ ବାସଭବନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା ନୋଟ୍‌ ଲେଖି ଯାଇଥିବା କୁହାଯାଉଛି।
କୁମାର ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ଭାବେ କାର୍ଯ୍ୟ ତୁଲାଇଥିଲେ। ଏହାପରେ ତାଙ୍କୁ ସିବିଆଇର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨ ଅଗଷ୍ଟ ୨୦୦୮ରୁ ୩୦ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଏହାପରେ ମଣିପୁର ରାଜ୍ୟପାଳ ଭାବେ ସେ ଜୁଲାଇ ୨୦୧୩ରୁ ଡିସେମ୍ବର ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ।

Share