Categories: Home Leftଖେଳ

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ। ୟୁରୋପିଆନ୍‌ ଚାମ୍ପିୟନ ସ୍ପେନ୍‌ ପୂରା ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖି ୨-୦ ଗୋଲରେ ଜିତି ନେଇଥିଲା।

ମତରେ ସ୍ପେନ୍‌ ବିଶ୍ୱକପ୍‌ ଜିତିବ। ଫାଇନାଲକୁ ଆର୍ଜେଣ୍ଟିନା କିମ୍ବା ଇଂଲଣ୍ଡ ଯିଏ ବି ଆସୁ, କିନ୍ତୁ ସ୍ପେନ୍‌ ହିଁ ଜିତିବ। ଫ୍ରାନ୍ସ ଗୋଟିଏ ଖୁବ୍‌ ଭଲ ଦଳ। କିନ୍ତୁ ସ୍ପେନ୍‌ ଚମତ୍କାର ଫୁଟ୍‌ବଲ ଖେଳିଥିଲା। ସେମାନେ ଓ୍ବାଲ୍‌ ପାସ୍‌ରୁ ଗୋଲ ସ୍କୋର କରିଥିଲେ। ସେମାନଙ୍କ ଫିଟ୍‌ନେସ୍‌ ପ୍ରଶଂସନୀୟ ଏବଂ ସେମାନେ କଦାପି ଦୌଡ଼ିବା ବନ୍ଦ କରୁ ନ ଥିଲେ। ମୋ ମତରେ ସ୍ପେନ୍‌ ବିଶ୍ୱକପ୍‌ ଜିତିବ। ହେଲେ ଏହା ସହଜ ହେବନାହିଁ। କିନ୍ତୁ ସେମାନେ ଫ୍ରାନ୍ସ ବିପକ୍ଷରେ କିଲିଆନ ଏମ୍‌ବାପେ ଏବଂ ଓସ୍‌ମାନ ଡେମ୍ବେଲେଙ୍କ ଭଳି ଖେଳାଳିଙ୍କୁ ଶଟ୍‌ ଖେଳିବାକୁ ସ୍ଥାନ ନ ଦେଇ ଯେଉଁଭଳି ଖେଳ ପ୍ରଦର୍ଶନ କଲେ, ସେଭଳି ଖେଳିବାକୁ ପଡ଼ିବ’ ବୋଲି ଲରେନ୍ସ ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share