Categories: ଜାତୀୟ

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଏନ୍‌ଆଇଏ ଯାଞ୍ଚ ଦାବି କଲେ ପୂର୍ବତନ ବ୍ରିଗେଡିୟର!

ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗ୍ରୁପ କ୍ୟାପଟେନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଏବେ ସେନା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏବେ କିନ୍ତୁ ଏହି ହେଲିକପ୍ଟର ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠିଲାଣି । ଏହି ଦୁର୍ଘଟଣା ଏକ ଯୋଜନା ବୋଲି କହିଛନ୍ତି ପୂର୍ବତନ ବ୍ରିଗେଡିୟର ସୁଧୀର ସାୱନ୍ତ । ସେ କହିଛନ୍ତି ଏହା ଦୁର୍ଘଟଣା ନୁହେଁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଏଲ୍‌ଟିଟିର ସ୍ଲିପର ସେଲ ଏହା ପଛରେ ଥାଇପାରେ । କାରଣ ଯେଉଁଠାରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ସେହି ଅଞ୍ଚଳ ଏଲ୍‌ଟିଟିର । ତେଣୁ ଏହାର ଏନ୍‌ଆଇଏ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି ।

Share