ବିଜେଡିରେ ଯୋଗଦେଲେ ପୂର୍ବତନ ଭାଜପା ରାଜ୍ୟ ସମ୍ପାଦକ

ଭୁବନେଶ୍ୱର,୨୩ା୨(ଅନିଲ ଦାସ)- ଯାଜପୁର ଜିଲା ଧର୍ମଶାଳାନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ପୂର୍ବତନ ଭାପା ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପଣ୍ଡାଙ୍କ ସହଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଶୁକ୍ରବାର ଶଙ୍ଖଭବନଠାରେବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳାବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ଦଳରେ ସାମିଲ୍‌ ହୋଇଥିବା ସୁରେନ୍ଦ୍ର ପଣ୍ଡା, ସମସ୍ତ ଭାଜପା ଓ କଂଗ୍ରେସକର୍ମୀଙ୍କୁ ଉଭୟ ଉପଢୌକନ ଦେଇ ସ୍ବାଗତ କରିଛନ୍ତି । ଭାଜପା ଓ କଂଗ୍ରେସକର୍ମୀଙ୍କ ଯୋଗଦାନ ଫଳରେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ପ୍ରଣବ କହିଛନ୍ତି।