ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ପୂର୍ବତନ ଜିଲା ବିଜେଡି ଉପସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗର ଗଭୀର ଶୋକବ୍ୟକ୍ତ କରିଥିବା ଜଣାପଡ଼ିଛି। ଏଥିସହ ଶନିବାର ଭଞ୍ଜନଗର ବାର୍‌ ଆସୋସିଏଶନ ପରିସରରେ ଏକ ଶୋକସଭା ହୋଇଥିଲା। ଏଥିରେ ବାର୍‌ ଆସୋସିଏଶନ ସଭାପତି ସନ୍ତୋଷ କୁମାର ନାୟକ ଅଧ୍ୟକ୍ଷତା କରି ସ୍ବର୍ଗତ ପ୍ରଧାନଙ୍କ ଜୀବନୀ ସମ୍ପର୍କରେ କହିଥିଲେ।

ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ବୈଦ୍ୟନାଥ ସାହୁ, ରବି ଦାସ, ସୂର୍ଯ୍ୟନାରାୟଣ ପାତ୍ର, ଲଡୁ କିଶୋର ଆଳତିଆ, ସମ୍ପାଦକ ଧୀରେନ କୁମାର ସ୍ବାଇଁ, ଉପସଭାପତି ରଜତ କୁମାର ଦାସ, ଈଶ୍ୱର ମହାରଣା, ଗୋବର୍ଦ୍ଧନ ବେହେରା, ସୁନନ୍ଦ ତ୍ରିପାଠୀ, ଭଗବାନ ସାହୁ, ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବଂଶୀଧର ବିଭିନ୍ନ ସମୟରେ ଭଞ୍ଜନଗର ବାର୍‌ ଆସୋସିଏଶନର ସଭାପତି, ସମ୍ପାଦକ ସମେତ ବିଭିନ୍ନ ପଦବୀ ନିର୍ବାଚିତ ହୋଇଥିଲେ। ଏଥିସହ ସରକାରୀ ଓକିଲ ମଧ୍ୟ ଥିଲେ। ସେ ବୁଗୁଡ଼ା ବ୍ଲକର ଜଣେ ଜଣାଶୁଣା ରାଜନେତା ଭାବେ ମଧ୍ୟ ପରିଚିତ ଥିଲେ। କୁର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିଭିନ୍ନ ପଦ ପଦବୀରେ ଥିଲେ।

ସୂଚନାଯୋଗ୍ୟ, ବଂଶୀଧର ପ୍ରଧାନଙ୍କ ଘର ହେଉଛି ବୁଗୁଡ଼ା ବ୍ଲକ ବି କରଡ଼ାବାଡ଼ି। ସେ ଭଞ୍ଜନଗର ବାର୍‌ରେ ୧୯୭୫ ମସିହାରୁ ଆଇନ ପେସା ଆରମ୍ଭ କରିଥିଲେ। ତେଣୁ ସେ ଭଞ୍ଜନଗର ମରାଠୀ ସାହିରେ ରହୁଥିଲେ। ଆଜକୁ କିଛି ମାସ ହେବ ସେ ଅସୁସ୍ଥ ଥିବା ଯୋଗୁ ଭଞ୍ଜନଗର ଘରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ସେ ପରଲୋକ ଗମନ କରିଛନ୍ତି। ଏହାପରେ ତାଙ୍କ ମରଶରୀରକୁ ବି କରଡ଼ାବାଡ଼ି ଗ୍ରାମକୁ ନିଆଯାଇ ସେଠାରେ ଅନ୍ତିମ ସତ୍କାର କରାଯାଇଛି।

Dharitri – Odisha’s No.1 Odia Daily

Share