ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ସାକିବଙ୍କୁ ଦେଶରେ ବୁଧବାର ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସାକିବ ଅଲ ହାସନ ଭର୍ଚୁଆଲ ଭାବରେ ଯୋଗ ଦେଇଥିଲେ। ଏହାର କିଛି ଘଣ୍ଟା ପରେ ସାକିବଙ୍କ ବାସଭବନରେ ଏକ ପେଟ୍ରୋଲ ବୋମା ଫିଙ୍ଗାଯାଇଛି। ବୋମା ବିସ୍ଫୋରଣ ବ୍ୟତୀତ ତାଙ୍କ ଘରେ ଭଙ୍ଗାରୁଜା କରିଥିଲେ।
ସାକିବ ଅଲ ହାସନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ ଆୱାମୀ ଲିଗର ସଦସ୍ୟ। ସେ ମାଗୁରା-୧ ନିର୍ବାଚନମଣ୍ଡଳୀରୁ ଆୱାମୀ ଲିଗ ଟିକେଟରେ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସଫଳତାର ସହ ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

ସେହି ବର୍ଷ ବାଂଲାଦେଶରେ ଏକ ଛାତ୍ର ଆନ୍ଦୋଳନ ବ୍ୟାପକ ଦଙ୍ଗାରେ ପରିଣତ ହୋଇଥିଲା। ସରକାର ବିରୋଧୀ ରାସ୍ତା ପ୍ରତିବାଦ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଗଲା ଯେ, ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାୟନ କରି ଭାରତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ସେହି ସମୟରେ ସେ ଏବଂ ତାଙ୍କର ଅନେକ ସମର୍ଥକ ଅଭିଯୋଗର ଏକ ଲମ୍ବା ତାଲିକାର ସମ୍ମୁଖୀନ ହୋଇଥିଲେ।
ସାକିବ ଅଲ ହାସନଙ୍କୁ ମଧ୍ୟ ଏହି ଯାଞ୍ଚରୁ ବାଦ ଦିଆଯାଇ ନ ଥିଲା। ୨୦୨୪ର ହିଂସାତ୍ମକ ପ୍ରତିବାଦ ପରେ ତାଙ୍କୁ ରୁବେଲ ହୋସେନ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ପାଇଁ ପ୍ରୋତ୍ସାହିତ କରିବାର ଅଭିଯୋଗ କରାଯାଇଥିଲା। ଏଫଆଇଆରରେ ରୁବେଲଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସାକିବ ଅଲ ହାସନ ଏବଂ ଅନ୍ୟ ଆୱାମୀ ଲିଗ ନେତାଙ୍କ ନିର୍ଦ୍ଦେଶରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନା କରାଯାଇଥିଲା। ଘଟଣା ସମୟରେ ସାକିବ ଅଲ ହାସନ ବାଂଲାଦେଶରେ ମଧ୍ୟ ନ ଥିଲେ। ସେ କାନାଡାରେ ଗ୍ଲୋବାଲ ଟି20 ଲିଗ ଖେଳୁଥିଲେ।

 

Dharitri – Odisha’s No.1 Odia Daily