Categories: ଖେଳ

ସ୍ତ୍ରୀଙ୍କ ପରେ ଏବେ ଗର୍ଲଫ୍ରେଣ୍ଡଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ପ୍ରାୟ ୭୦ କୋଟି ମୂଲ୍ୟର ଘର କିଣିଛନ୍ତି। ସେ ଏହି ଫ୍ଲାଟକୁ ବ୍ୟାଚ୍‌ଲର୍‌ ପ୍ୟାଡ୍‌(ଯେଉଁଠାରେ ବ୍ୟାଚ୍‌ଲର୍‌ ରୁହନ୍ତି)ଆଖ୍ୟା ଦେଇଛନ୍ତି। ତାଙ୍କର ଏହି ନୂତନ ଫ୍ଲାଟରେ ୫ଟି କୋଠରୀ ଅଛି ଏବଂ ୟୁରୋପୀୟ ଶୈଳୀରେ ନିର୍ମିତ। ଦୁଇ ବର୍ଷ ପୂର୍ବେ କାନାଡାର ଫିଲିପ ଏବଂ ଏନେଟ ଜନ୍ସଟନ୍‌ ଏହି ଫ୍ଲାଟକୁ ୯.୫ମିଲିୟନ ଡଲାରରେ କିଣିଥିଲେ, ଯାହାକୁ ଏବେ କ୍ଲାର୍କ ପ୍ରାୟ ୧୩ ମିଲିୟନ ଡଲାର୍‌ ଅର୍ଥାତ୍‌ ୭୦ କୋଟି ଟଙ୍କାରେ। ତାଙ୍କର ନୂତନ ଫ୍ଲାଟ ଫିଟଜଭଲିୟମ ମେଶନ ଠାରୁ ମାତ୍ର ଗୋଟିଏ ବ୍ଲକ ଦୂରରେ। ସେ ତାଙ୍କ ପୂର୍ବତନ ସ୍ତ୍ରୀ କାଇଲିଙ୍କ ସହ ଫିଟଜଭଲିୟମରେ ରହୁଥିଲେ। ଫେବୃଆରୀରେ ଏହି ଦମ୍ପତି ସେହି ଫ୍ଲାଟକୁ ୧୨ ମିଲିୟନ ଡଲାରରେ ବିକ୍ରି କରିଥିଲେ। କ୍ଲାର୍କ ଏବଂ କାଇଲି ୨୦୧୪ରେ ୮.୩ ମିଲିୟନ ଡଲାରରେ ସେହି ଫ୍ଲାଟ କିଣିଥିଲେ। ୨୦୧୯ ରେ ଏହି ଦମ୍ପତି ଅଲଗା ହୋଇଥିଲେ। ୨୦୧୨ରୁ ଦୁହେଁ ଏକାଠି ଥିଲେ। ଏହାପରେ କ୍ଲାର୍କ ଏବଂ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ଏଡୱାର୍ଡସଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଏବେ ଉଭୟଙ୍କ ମଧ୍ୟ ବ୍ରେକଅପ ହୋଇଯାଇଛି। ଉଭୟ କ୍ଲାର୍କ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ କାଇଲି ୫ ବର୍ଷର ଝିଅ କେସଲି ମଧ୍ୟ ଅଛନ୍ତି।

Share