ମାଲକାନଗିରିର ପୂର୍ବତନ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି, ୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ଜୟଦାସ ଖରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟଦାସଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ମାଲକାନଗିରି ସମେତ ସୁନାବେଡ଼ା କ୍ୱାଟର, କୋରାପୁଟସ୍ଥିତ ନିଜ ବାସଭବନ, ଶ୍ୱଶୁର ଘରେ ଓ କୋରାପୁଟର ନୂତନ ଘର ଏହି ପାଞ୍ଚଟି ସ୍ଥାନରେ ଚଢ଼ାଉ ଚାଲିଛି। କିଛିଦିନ ପୂର୍ବେ ଏଏସ୍‌ଆଇ ଜୟଦାସ ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଖବର ଲେଖାଯିବା ସୁଦ୍ଧା ଭିଜିଲାନ୍ସକୁ କିଛି ମିଳି ନ ଥିବା ସୂଚନା ମିଳିଛି।