Categories: ଜାତୀୟ

ପୂର୍ବତନ ସେନା ମୁଖ୍ୟ ଜେନେରାଲ ସୁନୀଥଙ୍କ ବିୟୋଗ

ପଣଜୀ,୫ା୩: ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ସୁନିଥ ଫ୍ରାନ୍ସିସ୍‌ ରୋଡ୍ରିଗୁଜ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶୁକ୍ରବାର ଏ ନେଇ ଆର୍ମିର ଅଫିସିଆଲ ଟୁଇଟର ପେଜ୍‌ରେ ସୂଚନା ଦିଆଯାଇଥିଲା। ଜେନେରାଲ ସୁନୀଥ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଆର୍ମି ମୁଖ୍ୟ ଭାବେ କାର୍ଯ୍ୟ ନିର୍ବାହ କରିିଥିଲେ। ୪୦ ବର୍ଷର ଚାକିରିକାଳରୁ ଅବସର ନେବା ପରେ ସେ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ପଞ୍ଜାବର ରାଜ୍ୟପାଳ ଥିଲେ।

Share