ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା ଘଟଣାକୁ ସବୁଆଡୁ ନିନ୍ଦା କରାଯାଉଥିବାବେଳେ ଜାତୀୟ ରାଜନୀତିର ବଡ଼ ବଡ଼ ନେତା ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ ସଂଘ ବିରୋଧ କରିଥିବାବେଳେ ବର୍ତ୍ତମାନ ଅବସରପ୍ରାନ୍ତ ସେନା ମୁଖ୍ୟ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ମୁହାଁମୁହିଁ ହୋଇଛନ୍ତି।

ଅବସରପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ଭିକେ ସିଂ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ହୋଇଥିବା ଘଯଣାକୁ ନେଇ ଜେନେରାଲ ଭିକେ ସିଂ ସୋସିଆଲ ମିଡିଆରେ କହିଛନ୍ତି, ଭରତପୁର ଘଟଣା ଅତ୍ୟନ୍ତ ଲଜ୍ୟାକର ଓ ଭୟାବହ। ଓଡ଼ିଶା ପୋଲିସ ସ୍ଥିତିକୁ ନ ସମ୍ଭାଳିପାରିବା ତା’ର ପାରିବାପଣିଆକୁ ବର୍ଶାଉଛି। ଏହି ଘଟଣାରେ ସାମିଲ୍‌ ଥିବା ଅଧିକାରୀଙ୍କ ବିରୋଧରେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେ ଆହୁରି କହିଛନ୍ତି, ପ୍ରତ୍ୟେକ ଲୋକଙ୍କୁ ସେବାନିବୃତ ସେନା ଅଧିକାରୀଙ୍କ ଝିଅଙ୍କ କଥା ଶୁଣିବା ଦରକାର। ଭରତପୁର ଷ୍ଟେଶନରେ ତାଙ୍କ ସହ ଯାହା କିଛି ବି ହୋଇଛି ତାହା ସବୁଠୁ ଲଜ୍ଜ୍ୟାକର ଅଟେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପୋଲିସ କର୍ମୀ ଓ ପୋଲିସ ବର୍ଦ୍ଦିରେ ହେଉଥିବା ଅପରାଧକୁ ଘୋଡେଇବା ପାଇଁ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

ଏହାକୁ କାଉଣ୍ଟର କରି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ, ଯିଏକି ଓଡ଼ିଶା କ୍ୟାଡର ଜଣେ ଆଇପିଏସ ଅଧିକାରୀ ଅଟନ୍ତି। ସେ କହିଛନ୍ତି, ଭରତପୁର ଘଟଣାରେ କିଛି ଅଲଗା ପ୍ରତିଛବି ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରାଯାଉଛି। ଜେନେରାଲ ସିଂହଙ୍କ ଅଭିଯୋଗକୁ ସୋସିଆଲ ମିଡିଆରେ ନିର୍ଦ୍ଦେଶକ ରାଓ ଖଣ୍ଡନ କରିଛନ୍ତି। ନିର୍ଦ୍ଦେଶକ ରାଓ, ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦୁଇଜଣ ନିଶାଗ୍ରସ୍ତ ଅବସ୍ଥାରେ ଥାନା କର୍ମଚାରୀଙ୍କୁ ଅନୁଚିତ ବ୍ୟବହାର ଦେଖାଇଛନ୍ତି। ଜଣେ ସେନା ଅଧିକାରି ଓ ତାଙ୍କ ବାନ୍ଧବୀ ନିଶାଗ୍ରସ୍ତ ଅବସ୍ଥାରେ ବିଳମ୍ବିତ ରାତିରେ ଗାଡି ଚଳାଉଥିଲେ। ସେ ଇଞ୍ଜିନିୟରିଂ ଛାତ୍ରଙ୍କ ସହ ଝଗଡା କରିଥିଲେ। ପରେ ଭରତପୁର ଷ୍ଟେଶନ ଯାଇ ହଙ୍ଗମା କରିଥିଲେ। ଯେତେବେଳେ ଦୁହିଁଙ୍କୁ ମେଡିକାଲ ଯାଞ୍ଚ ଓ ରକ୍ତ ପରୀକ୍ଷା କରିବାକୁ କୁହାଗଲା ସେମାନେ ମନା କରି ଦେଇଥିଲେ।

ସେ ଓଡ଼ିଶା ପୋଲିସକୁ ବଞ୍ଚାଇବା ଉଦ୍ଦେଶ୍ୟରେ ନିର୍ଦ୍ଦେଶକ ରାଓ ଆହୁରି କହିଛନ୍ତି, ଓଡ଼ିଶା ପୋଲିସ ଯିଏକି ୬୦୦ ରୁ ଅଧିକ ଥାନାର ପ୍ରବଦ୍ଧନ କରୁଛି ତେବେ ତାଙ୍କର ଆଗନ୍ତୁକଙ୍କ ପ୍ରତି ଏପରି ବ୍ୟବହାର କରିବା ଯର୍ଥାଥତା ନାହିଁ। ଜେନାରାଲ ସିଂହ ନିଜର ଆଭିମୁଖ୍ୟ ଉପରେ ପୁନଃବିଚାର କରନ୍ତୁ। କ’ଣ ଜଣେ ସେନା ଅଧିକାରୀଙ୍କ ଭୁଲ ପାଇଁ ପୋଲିସକୁ କାଠଗଡାରେ ଛିଡା ପରାଇବା ଉଚିତ ଅଟେ?


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri