Categories: ଜାତୀୟ

ହାଇଦ୍ରାବାଦ୍‌: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା

ହାଇଦ୍ରାବାଦ୍‌,୬।୧- ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍‌ ପୋଲିସ। ଏହାର ଘଣ୍ଟାକ ପରେ ପୋଲିସ ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତା ତଥା ପୂର୍ବତନ ମନ୍ତ୍ରୀ ଭୁମା ଅଖିଲା ପ୍ରିୟା ଓ ତାଙ୍କ ସ୍ବାମୀ ଭର୍ଗବ ରାମଙ୍କୁ ଉଠାଇ ନେଇଛି। ଏହି ଦମ୍ପତ୍ତିକୁ ଏକ ଅଜଣା ଯାଗାରେ ରଖି ପଚରାଉଚୁରା କରୁଛି ପୋଲିସ।

ପ୍ରବୀଣ, ସୁନୀଲ ଓ ନବୀନ ରାଓ ହେଉଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପିଏଙ୍କ ସମ୍ପର୍କିୟ। କିଛି ଲୋକ ଆୟକର ଅଧିକାରୀ ପରିଚୟ ଦେଇ ମଙ୍ଗଳବାର ରାତିରେ ସିକନ୍ଦରାବାଦର ବାଉନପଲିସ୍ଥିତ ବାସଭବନରୁ ସେମାନଙ୍କୁ ଉଠାଇ ନେଇଥିଲେ। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କ ପାଇଁ ସର୍ଚ୍ଚ ଅପରେଶନ ଜାରି ରଖିଛି। ତେବେ ଜମି ବିବାଦ ପାଇଁ ଏହି ଅପହରଣ କରାଯାଇଥିଲା। ତିନି ଭାଇଙ୍କୁ କିଛି କାଗଜପତ୍ରରେ ଜୋରଜବରଦସ୍ତି ହସ୍ତାକ୍ଷର କରାଇବା ଲାଗି ଉଠାଇ ନେଇଥିଲେ ଅପହରଣକାରୀ। ଏ ନେଇ ହାଇଦ୍ରାବାଦ ପୋଲିସ ଅଞ୍ଜନି କୁମାର କହିଛନ୍ତି।

Share