Categories: ଜାତୀୟ

ସିଦ୍ଧୁଙ୍କ ଉପରେ ବର୍ଷିଲେ ଆଡଭୋକେଟ ଜେନରାଲ

ଚଣ୍ଡିଗଡ଼,୬ ।୧୧: ପଞ୍ଜାବର ଆଡଭୋକେଟ ଜେନରାଲ ପଦରୁ ନିକଟରେ ଇସ୍ତଫା ଦେଇଥିବା ଏପିଏସ୍ ଦେୱଲ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦେୱଲ କହିଛନ୍ତି କି ରାଜନୈତିକ ଫାଇଦା ପାଇଁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ମିଛ ତଥ୍ୟ ପଚାର କରୁଛନ୍ତି । ଶନିବାର ଏକ ପ୍ରେସ ନୋଟ୍ ଜାରି କରି ଦେଓଲ କହିଛନ୍ତି, ସିଦ୍ଧୁ ବାରମ୍ବାର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ସେ ବାରମ୍ବାର ନିଶ ଦ୍ରବ୍ୟ ଓ ଧାର୍ମିକ ଗ୍ରନ୍ଥକୁ ନେଇ ବୟାନ ଦେଉଛନ୍ତି । ଯାହା ସରକାରଙ୍କ କାମରେ ବାଧା ଉପୁଯାଉଛି ।

Share