ନିଃସଙ୍ଗତାର ରୂପ

ବର୍ତ୍ତମାନ ସମାଜ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତିକରୁଛି। ଜନସଂଖ୍ୟା ବଢ଼ିବା ଦରକାର ବା କମିବା ଦରକାର -ଏହା ଏକ ବିରାଟ ବିତର୍କ ଠିଆ କରାଇଛି। ଦିନେ ଚାଇନା ଥିଲା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ନିକଟ ଅତୀତରେ ଏକ ଅନୌପଚାରିକ ସର୍ବେକ୍ଷଣ ଅନୁସାରେ ଭାରତର ଜନସଂଖ୍ୟା ଚାଇନାକୁ ଟପିଲାଣି। ଅତୀତରେ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚାଇନା ଜନ୍ମ ନିୟନ୍ତ୍ରଣ ପଦ୍ଧତି ଆପଣେଇ ଦମ୍ପତି ଅଧିକ ସନ୍ତାନ ଜନ୍ମ କଲେ ସେମାନଙ୍କ ଉପରେ ଟିକସ ଲାଗୁକରିବା ପାଇଁ ଆଇନ ପ୍ରଣୟନ କରିଥିଲା। ଫଳରେ ଜନସଂଖ୍ୟା ବୃଦ୍ଧି ଧିମେଇ ଗଲା ଓ ଶିଶୁ ଏବଂ ଯୁବକଙ୍କ ସଂଖ୍ୟା ହ୍ରାସପାଇ ବୃଦ୍ଧଙ୍କ ସଂଖ୍ୟା ବଢିଚାଲିଛି। ବର୍ତ୍ତମାନ ଚାଇନା ସରକାର ଚିନ୍ତାକଲେଣି ଯେ ଅଧିକ ସନ୍ତାନ ସୃଷ୍ଟି ଦେଶ ପ୍ରଗତି ପାଇଁ ଅପରିହାର୍ଯ୍ୟ। ଭାରତ ମଧ୍ୟ ଚିନ୍ତାକଲା ଯେ ଜନସଂଖ୍ୟା ବୃଦ୍ଧି ପ୍ରଗତିରେ ବାଧକ। ଫଳରେ ଗୋଟିଏ ଦୁଇଟି ସନ୍ତାନରେ ସୀମିତ ରହିବା ପାଇଁ ସରକାର ଜନ୍ମନିୟନ୍ତ୍ରଣ ପଦ୍ଧତି ଆପଣେଇଥିଲେ। ହେଲେ ସମ୍ପ୍ରତି କେତେକ ରାଜ୍ୟ ସରକାର ଜନସଂଖ୍ୟା ବୃଦ୍ଧି ସପକ୍ଷରେ ସ୍ବର ଉତ୍ତୋଳନ କଲେଣି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ହୁଅନ୍ତୁ କିମ୍ବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ହୁଅନ୍ତୁ ତାଙ୍କ ରାଜ୍ୟରେ ଜନସଂଖ୍ୟା କମ୍‌ ରହୁଥିବାରୁ ଭବିଷ୍ୟତରେ ଲୋକ ସଭା ଆସନ ସଂଖ୍ୟା ବଢିବା ପାଇଁ ଜନସଂଖ୍ୟା ବୃଦ୍ଧି ଅପରିହାର୍ଯ୍ୟ ବୋଲି ଚିନ୍ତାକଲେଣି। ଏହା ଏକ ରାଜନୈତିକ ଅଭିସନ୍ଧି। ଉତ୍ତର ଭାରତରେ ଲୋକ ସଭା ଆସନ ଅଧିକ ଥିବାରୁ ଅନୁପାତିକଭିତ୍ତିରେ ଦକ୍ଷିଣ ଭାରତର ଆସନ ସଂଖ୍ୟା ବୃଦ୍ଧି ହେବା ଆବଶ୍ୟକ ବୋଲି ସେମାନେ ମନେକରୁଛନ୍ତି।
ଜାପାନ ଭଳି ଏକ ଅର୍ଥନୈତିକ ସମୃଦ୍ଧ ଦେଶରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା କେବଳ ବୃଦ୍ଧି ପାଇନାହିଁ ବରଂ ସେମାନେ ନିଃସଙ୍ଗତାର ଉପତ୍ୀଡ଼ନରେ ବ୍ୟଥିତ। ସେମାନେ ନିଃସଙ୍ଗତାକୁ ଦୂରେଇବା ପାଇଁ ଆବଶ୍ୟକ କରନ୍ତି ଯୁବସହଚର୍ଯ୍ୟ। ଯେଉଁମାନଙ୍କ ସହ ସେ ଆଳାପ କରି ଦୁଃଖ ଲାଘବ କରିପାରିବେ। ବ୍ରିଟେନରେ ମଧ୍ୟ ଅନୁରୂପ ଅବସ୍ଥା। ୨୦୧୭ରେ ବ୍ରିଟେନ୍‌ର ଏକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ସେ ଦେଶର ବୃଦ୍ଧାବୃଦ୍ଧଙ୍କ ମଧ୍ୟରୁ ୯୦ଲକ୍ଷ ଲୋକ ନିଃସଙ୍ଗତାର ଜଟିଳ ସମସ୍ୟାରେ ପୀଡ଼ିତ। ନିଃସଙ୍ଗତା ହୁଏତ ଯୁବବର୍ଗ ପାଇଁ ଆନନ୍ଦଦାୟକ ହୋଇପାରେ। କାରଣ ସେହି ବୟସରେ ସେମାନେ ରଙ୍ଗିନ ସ୍ବପ୍ନରେ ବିଭୋର। କିନ୍ତୁ ବୟସ ଅତିକ୍ରାନ୍ତ ହେଲା ପରେ ଓ ପିଲାମାନେ ସ୍ବାବଲମ୍ବୀ ହୋଇ ନିଜ ସଂସାରକୁ ନେଇ ବ୍ୟସ୍ତ ରହିବା ପରେ ବୃଦ୍ଧାବୃଦ୍ଧମାନେ କେବଳ ନିଃସଙ୍ଗ ନୁହନ୍ତି; ବରଂ ଅଲୋଡ଼ା ହୋଇଯାନ୍ତି। ମନୁଷ୍ୟପକ୍ଷେ ନିଃସଙ୍ଗତା ଠାରୁ ବଳି ବଡ଼ଦୁଃଖ ଆଉ କିଛି ନାହିଁ। ନିଃସଙ୍ଗତା ମୁନିଋଷିଙ୍କର ତପଶ୍ଚାରଣ ପାଇଁ ସିନା ପ୍ରୟୋଜନ; ମାତ୍ର ଜଣେ ସଂସାରୀ ନିମିତ୍ତ ଏହା ପୀଡ଼ାଦାୟକ। ନିର୍ବାସିତର ବିଳାପରେ କବି କହିଲେ -ନ୍ତବିଜନତା କାହିଁ ତୋ ବେଶ ମୋହନ -ଯେ ବେଶେ ମୋହିଲୁ ତୁ ମୁନି ନୟନ।’ ମାତ୍ର ଜଣେ ସଂସାରୀ ପାଇଁ ବିଜନତା ଏକ ଅଭିଶାପ ସଦୃଶ। ପରିବାର ଏପରି ଏକ ସାମାଜିକ ଅନୁଷ୍ଠାନ, ଯାହା ମଣିଷକୁ କେବଳ ସ୍ନେହ ମମତାରେ ବାନ୍ଧିରଖେ ନାହିଁ, ବରଂ ପାରସ୍ପରିକ ସ୍ନେହ ସହାନୁଭୂତି ଆଦାନ ପ୍ରଦାନରେ ଘର ସ୍ବର୍ଗସମ ହୋଇଥାଏ। ବିଶ୍ୱର ବିକଶିତ ବା ବିକାଶୋନ୍ମୁଖୀ ଦେଶ ହେଉ ସର୍ବତ୍ର ନିଃସଙ୍ଗତା ଏକ ବିଶାଳ ସମସ୍ୟା ରୂପେ ଠିଆ ହୋଇଛି। ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ଜାପାନ, ଅଷ୍ଟ୍ରେଲିଆ ସମେତ ଭାରତ, ଚାଇନା ଓ ବ୍ରାଜିଲ ପ୍ରଭୃତି ଦେଶରେ ନିଃସଙ୍ଗତା ତା’ର କାୟା ବିସ୍ତାର କରିଚାଲିଛି।
ସମ୍ପ୍ରତି ଏକ ଅଭିନବ ଚିନ୍ତାଧାରାରେ ଯୁବତୀ, ଯୁବକମାନେ ଛନ୍ଦି ହୋଇପଡିଛନ୍ତି। ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନ ଚାହିଁ ସମ୍ପର୍କିତ ସହବାସ (ଲିଭ୍‌ ଇନ୍‌ ରିଲେଶନଶିପ୍‌)ରେ ରହିବାକୁ ପସନ୍ଦ କରୁଛନ୍ତି। ଭାରତରେ ପ୍ରାୟ ୮୧ ପ୍ରତିଶତ ଯୁବତୀ ବିବାହକରି ଘର ସଂସାରର ଉକତ୍ଟ ବନ୍ଧନରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି। ବିବାହ ଓ ପାରିବାରିକ ଜୀବନକୁ ସେମାନେ ଏକ ପରମ୍ପରାଗତ ମତ (ଅର୍ଥୋଡକ୍ସି) ବୋଲି ବିବେଚନା କରନ୍ତି। ବିବାହ ନ କରି ସ୍ବାଧୀନ ଜୀବନ ବିତେଇବାର ସେମାନେ ସପକ୍ଷବାଦୀ। କିଛି ଯୁବକ ମଧ୍ୟ ବିବାହକୁ ନାପସନ୍ଦ କଲେଣି। ଅବଶ୍ୟ ସେମାନଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ଯଥେଷ୍ଟ କମ୍‌। କେତେଜଣ ଯୁବତୀ ଚିନ୍ତା କରନ୍ତି ଯେ ସେମାନେ ଏମିତି ଯୁବକଙ୍କୁ ବିବାହ କରିପାରନ୍ତି ଯେଉଁମାନେ ତାଙ୍କ ମନୋଭାବ ଓ ପସନ୍ଦ ଅପସନ୍ଦକୁ ସମ୍ମାନ ଦେଉଥିବେ। କେବଳ ସେତିକି ନୁହେଁ କେତେଜଣ ଯୁବତୀଙ୍କ ପକ୍ଷରୁ ପ୍ରାକ୍‌ ସର୍ତ୍ତାବଳୀ ସ୍ଥାପିତ କରାଯାଉଛି ଯେ ବିବାହୋତ୍ତର ଜୀବନରେ ତାଙ୍କୁ ଶାଶୁ ଶ୍ୱଶୁରଙ୍କ ସେବା ଯନତ୍ କରିବାକୁ କୁହା ନ ଯିବା ସହ ନିଜ ପସନ୍ଦ ଅନୁସାରେ କାମ କରିବାକୁ ସ୍ବାଧୀନତା ଦେବାକୁ ଯେଉଁ ପୁରୁଷ ସମ୍ମତି ପ୍ରକାଶ କରିବ ତାକୁ ସେମାନେ ବିବାହ କରିପାରନ୍ତି। ଯେହେତୁ ଝିଅଙ୍କ ସଂଖ୍ୟା ଅପେକ୍ଷା ପୁଅ ସଂଖ୍ୟା ଅଧିକ ତେଣୁ ପୁଅପକ୍ଷରୁ ଏପରି ସର୍ତ୍ତକୁ ମଧ୍ୟ ଗ୍ରହଣ କରାଯାଉଛି।
ନାରୀମାନଙ୍କ ପକ୍ଷରେ ବିବାହ ବିତୃଷ୍ଣା ପାଇଁ କେତେକ କାରଣ ସମୂହକୁ ଦାୟୀ କରାଯାଇପାରେ। ସୃଷ୍ଟିର ପ୍ରାକ୍‌କାଳରୁ ଭାରତୀୟ ନାରୀ ପୁରୁଷ ପ୍ରଧାନ ସମାଜରେ ପୁରୁଷ କର୍ତ୍ତୃକ ନାନାବିଧ ନିର୍ଯାତନା ସହ୍ୟକରି ଆସୁଥିଲେ। କନ୍ୟା ସନ୍ତାନମାନେ ପରିବାର ମଧ୍ୟରେ ସେମାନଙ୍କର ମା’ ଜେଜେମା’ଙ୍କ କାରୁଣ୍ୟ ସ୍ଥିତି ଦେଖି ବିବାହ ବନ୍ଧନରେ ବାନ୍ଧି ନ ହୋଇ ସ୍ବାଧୀନ ଭାବରେ ଜିଇବାକୁ ଇଚ୍ଛା କରୁଛନ୍ତ। ନାରୀ ପ୍ରତି ପୁରୁଷର ସେ ମଧ୍ୟଯୁଗୀୟ ଚିନ୍ତାଧାରା ଏବେ ମଧ୍ୟ ବଳବତ୍ତର ଅଛି। ଏକ ପକ୍ଷେ ଉଗ୍ର ଆଧୁନିକତାରେ ବଶୀଭୂତ ନାରୀର ମାନସିକତା ଓ ଅପରପକ୍ଷେ ପୁରୁଷର ଔଦ୍ଧତ୍ୟ ନାରୀର ସଂସାର ବିମୁଖତା ପାଇଁ ଦାୟୀ। ଜଣେ କର୍ମଜୀବୀ ଯୁବତୀ ବିବାହ ପରେ ଚାକିରି ଛାଡିବାକୁ ବାଧ୍ୟ ହେଉଛି। ବିବାହ ପରେ ଚାକିରି ଛାଡୁଥିବା ମହିଳାଙ୍କ ସଂଖ୍ୟା ୧୨ ପ୍ରତିଶତ।
ଗତ କିଛିବର୍ଷ ହେଲା କନ୍ୟାସନ୍ତାନ ପ୍ରତି ଯେଉଁ ନକାରାତ୍ମକ ମନୋଭାବ ପ୍ରଦର୍ଶିତ ହୋଇଆସୁଛି ତାହା ଆଜି କନ୍ୟା ପୁତ୍ର ଜନ୍ମ ଅନୁପାତରେ ଏକ ଘୋର ଅସମାନତା ସୃଷ୍ଟି କରିଆସିଛି। ଓଡ଼ିଶାକୁ ଯଦି ଆମେ ଦୃଷ୍ଟାନ୍ତ ରୂପେ ଗ୍ରହଣ କରିବା ତେବେ ଜାଣିବା ଯେ ଉପାନ୍ତ ଜିଲାଗୁଡ଼ିକରେ ପୁଅ ସଂଖ୍ୟା ୧ ହଜାରରେ ଝିଅ ସଂଖ୍ୟା ହାରାହାରି ୧୦୩୦ ଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପୁଅ ସଂଖ୍ୟା ତୁଳନାରେ ଝିଅ ସଂଖ୍ୟା ଅତ୍ୟନ୍ତ ଶୋଚନୀୟ। ଏପରିକି କଟକ ପରି ଶିକ୍ଷାଦୀକ୍ଷା ପରିପୂର୍ଣ୍ଣ ଜିଲାରେ ୧ହଜାର ପୁଅରେ ଝିଅ ସଂଖ୍ୟା ମାତ୍ର ୭୪୫। ଭ୍ରୂଣହତ୍ୟାର ଏହା ଏକ ବିଷମୟ ପରିଣତି। ତଥାକଥିତ ସଭ୍ୟ ସମାଜର ଏହା ଏକ ରୁଗ୍‌ଣ ମାନସିକତା। ଆଗକୁ ଦେଖିବାକୁ ମିଳିବ ସମାଜରେ ଅନେକ ପୁରୁଷ ଅବିବାହିତ ରହିଥିବେ। କନ୍ୟାସନ୍ତାନ ଅଭାବଜନିତ କାରଣରୁ ହେଉ କିମ୍ବା ନାରୀ ପୁରୁଷ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରି ଯୌବନକୁ ଉପଭୋଗ କରିବା କାରଣରୁ ହେଉ ବିବାହ ବନ୍ଧନକୁ ଏଡ଼େଇଯିବା ସାର ହେବ। ଫଳରେ ବାର୍ଦ୍ଧକ୍ୟରେ କେବଳ ନିଃସଙ୍ଗତା ହିଁ ହେବ ଏକମାତ୍ର ବିକଳ୍ପ। ଝିଅଟିଏ ଜନ୍ମ ନ ଦେବା ପାଇଁ ଆମ ମନ ମଧ୍ୟରେ ଜମାଟ ବାନ୍ଧିଥିବା ଜଡ଼ତା ଭ୍ରୂଣହତ୍ୟା ପାଇଁ ଆମକୁ ଉତ୍‌ପ୍ରେରିତ କରୁଛି। ଏପରି ଏକ ଉତ୍କଟ ମାନସିକତାରେ ବଶୀଭୂତ ହୋଇ ଆମେ ଆମ ସୁନ୍ଦର ପୃଥିବୀ ଓ ନିୟତିର ଗତିକୁ ପଥରୋଧ କରିବାରେ ଲାଗିପଡିଛୁ। ଏଥିପାଇଁ ଭବିଷ୍ୟତରେ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିବ।

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri