ଜେଲ ସଂସ୍କାର ପାଇଁ କମିଟି ଗଠନ କର: ହାଇକୋର୍ଟ

କଟକ ଅଫିସ,୨୪ା୧୨: ଜେଲରେ ସଂଖ୍ୟାଧିକ କଏଦୀଙ୍କ ଭିଡ଼ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଜେଲ ସଂସ୍କାର ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କର। ସେଥିରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ଡିଜିପି, ଜେଲ ଡିଜି, ସ୍ବାସ୍ଥ୍ୟ ଓ ମହିଳା, ଶିଶୁ ବିକାଶ ବିଭାଗର ପ୍ରତିନିଧି, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ରହିବେ। ଏହି କମିଟିର ପ୍ରଥମ ବୈଠକ ଆସନ୍ତା ୧୦ ତାରିଖରେ ବସିବ। ପରେ ପ୍ରତି ୧୫ ଦିନରେ ଥରେ ବୈଠକ କରାଯିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଏ.କେ. ମହାପାତ୍ରଙ୍କ ମିଳିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ କୃଷ୍ଣପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣିବେଳେ ଆମିକସକ୍ୟୁରୀ ଗୌତମ ମିଶ୍ର, ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ଓ ଅତିରିକ୍ତ ସରକାରୀ ଓକିଲ ଏମ୍‌. ଏସ୍‌. ସାହୁ ଉପସ୍ଥିତ ଥିଲେ। ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ରାଜ୍ୟର ବିଭିନ୍ନ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି। ଏନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଜେଲ ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଥିଲା, ରାଜ୍ୟର ସମସ୍ତ ଜେଲରେ କଏଦୀ ରହିବାର କ୍ଷମତା ୧୯, ୮୫୫ ଥିବାବେଳେ ରହୁଛନ୍ତି ୨୧, ୭୬୭ ଜଣ କଏଦୀ। ଜେଲ ଡିଜିଙ୍କୁ ଆସନ୍ତା ଶୁଣାଣି ସୁଦ୍ଧା ଜେଲରେ ଭିଡ଼ କମାଇବା ନିମନ୍ତେ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ଏକ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜେଲ ଡିଜି ଗତ ଡିସେମ୍ବର ୧୭ରେ ଏ ସମ୍ପର୍କିତ ଏକ ସତ୍ୟପାଠ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri