Categories: ଖେଳ

ସବୁ ରାଗ ଭୁଲି କୋହଲିଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି

ମୋହାଲି,୪।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ମୋହାଲିରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ହେବ। ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ହେବ। ବହୁ ପୂର୍ବତନ ଭେଟେରାନ ଖେଳାଳି କୋହଲିଙ୍କୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବିରାଟଙ୍କୁ ୧୦୦ତମ ଟେଷ୍ଟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଗତ ବର୍ଷ ଟି -୨୦ ବିଶ୍ୱକପ ପରେ ବିରାଟ ଏବଂ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ଅନେକ ଚର୍ଚ୍ଚାରେ ଥିଲା।
ଗାଙ୍ଗୁଲିର ଏକ ଭିଡିଓ ବିସିସିଆଇ ଦ୍ୱାରା ଶେୟାର କରାଯାଇଛି। ଏଥିରେ ସେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଶା ପ୍ରକଟ କରିଛନ୍ତି ଯେ ଆଗାମୀ ଦିନରେ ଏହି ଭାରତୀୟ ଭେଟେରାନ ବ୍ୟାଟ୍ସମ୍ୟାନ ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରିବେ। ଗାଙ୍ଗୁଲି କହିଛନ୍ତି, କ୍ରିକେଟରେ ବିରାଟ କୋହଲିଙ୍କ ଯାତ୍ରା ଚମତ୍କାର ହୋଇଛି। ସେ ଗତ ୧୧ ବର୍ଷ ମଧ୍ୟରେ କ୍ରିକେଟ ରେ ଅନେକ ସଫଳତା ହାସଲ କରିଥିଲେ। ବିସିସିଆଇ ତରଫରୁ ଏବଂ ୧୦୦ଟି ଟେଷ୍ଟ ଖେଳିଥିବା ପୂର୍ବତନ ଅଧିନାୟକ ଭାବରେ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। କୋହଲିଙ୍କ ପାଖରେ ଅନେକ ସମୟ ବାକି ଅଛି। ସେ କହିଛନ୍ତି- କୋହଲିଙ୍କର ଏକ ଚମତ୍କାର କ୍ୟାରିଅର୍‌ ଅଛି। ଆହୁରି ଅନେକ ରେକର୍ଡ କରିବାକୁ ତାଙ୍କ ପାଖରେ ବହୁତ ସମୟ ବାକି ଅଛି। ଯେତେବେଳେ ତୁମେ ନିଜ ଦେଶ ପାଇଁ ଖେଳିବା ଆରମ୍ଭ କରିବ, ୧୦୦ ଟେଷ୍ଟ ଖେଳିବା ଏକ ସ୍ବପ୍ନ। ବିରାଟଙ୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ। ଭାରତୀୟ କ୍ରିକେଟ ପାଇଁ ମଧ୍ୟ ଏହା ଏକ ବଡ଼ ସଫଳତା। ମୁଁ ନିଜେ ୧୦୦ ଟେଷ୍ଟ ଖେଳିଛି ଏବଂ ମୁଁ ଜାଣେ ଏଠାରେ ପହଞ୍ଚିବା ପରେ କିପରି ଲାଗେ।
୩୩ ବର୍ଷୀୟ କୋହଲି ୧୦୦ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଦ୍ୱାଦଶ ଭାରତୀୟ ଖେଳାଳି ହେବେ। ଏହାପୂର୍ବରୁ ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକର, କପିଲ ଦେବ, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ, ବିରେନ୍ଦର ସେହ୍ବାଗ, ହରଭଜନ ସିଂ ଏବଂ ଇଶାନ୍ତ ଶର୍ମା ଏହି ପଦ ହାସଲ କରିଥିଲେ।
ଗତ ବର୍ଷ ଟି-୨୦ ବିଶ୍ୱକପ ପରେ ବିରାଟ ଏବଂ ଗାଙ୍ଗୁଲି ମୁହାଁମୁହିଁ ହୋଇଥିଲେ। ବିରାଟ ଟି-୨୦ ବିଶ୍ୱକପ ପରେ ଅଧିନାୟକତ୍ୱ ଛାଡିବା ପରେ ତାଙ୍କୁ ଦିନିକିଆର ଅଧିନାୟକତ୍ୱରୁ ବିସିସିଆଇ ହଟାଇ ଦେଇଥିଲା।

Share