ପାଣିପାଗ, ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲ

ଇଂ. ମାୟାଧର ସ୍ବାଇଁ

ପାଣିପାଗ ଓ ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲର ଭୂମିକା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ଜାଣୁ ଯେ ଉଦ୍ଭିଦ ସର୍ବଦା ଉତ୍‌ସ୍ବେଦନ (transpiration) କରିଥାଏ। ଏହି ପ୍ରକ୍ରିୟାରେ ଏହା ନିଜ ପତ୍ର ମାଧ୍ୟମରେ ଜଳକୁ ଜଳୀୟବାଷ୍ପରେ ପରିଣତ କରି ବାୟୁମଣ୍ଡଳକୁ ନିର୍ଗତ କରିଥାଏ। ପଦାର୍ଥ ବିଜ୍ଞାନରେ ଆମେ ଜାଣିଛେ ଯେ ଯେତେବେଳେ ଜଳ ବାଷ୍ପୀଭୂତ ହୁଏ, ଏହା ପ୍ରଚୁର ପରିମାଣର ତାପଶକ୍ତି ଗ୍ରହଣ କରିଥାଏ। ଏଥିପାଇଁ ବାହାର ଅପେକ୍ଷା ଜଙ୍ଗଲ ଅଞ୍ଚଳ ଅଧିକ ଥଣ୍ଡା ଥାଏ। ଏଥିରୁ ମଧ୍ୟ ଜଣାପଡୁଛି ଯେ ଯଦି ଜଙ୍ଗଲ ଧ୍ୱଂସ ହୋଇଯାଏ, ତାହା ହେଲେ ସେହି ଅଞ୍ଚଳର ତାପମାତ୍ରା ବହୁତ ପରିମାଣରେ ବଢ଼ିଯିବ। ପୁନଶ୍ଚ ପବନର ବେଗ ଓ ଦିଗ ନିୟନ୍ତ୍ରଣରେ ଜଙ୍ଗଲର ପ୍ରମୁଖ ଭୂମିକା ରହିଛି; ଯାହା ପ୍ରକାରାନ୍ତରେ ସେହି ଅଞ୍ଚଳର ବୃଷ୍ଟିପାତ, ପାଣିପାଗ ଓ ଜଳବାୟୁ ଉପରେ ପ୍ରତିଫଳିତ ହୋଇଥାଏ।
ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରେ ଏବଂ ଏଥିପାଇଁ ଏହା ଅଙ୍ଗାରକାମ୍ଳ ଦରକାର କରିଥାଏ। ଅଙ୍ଗାରକାମ୍ଳ ହେଉଛି ଗୋଟିଏ ସବୁଜଗୃହ ଗ୍ୟାସ୍‌ ଏବଂ ଜାଗତିକ ଉଷ୍ଣତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପାଇଁ ଏହା ମୁଖ୍ୟତଃ ଦାୟୀ। ଜଙ୍ଗଲରେ ଉଦ୍ଭିତ ଭରପୂର ଅଛି ଏବଂ ଏହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ଏବଂ ନିଜ ଶରୀର ମଧ୍ୟରେ ଏହାକୁ ଆବଦ୍ଧ କରି ରଖେ। ଆକଳନ ଅନୁଯାୟୀ ଜଙ୍ଗଲଗୁଡ଼ିକ ପ୍ରାୟ ୬୫୨ ବିଲିୟନ୍‌ ଟନ୍‌ ଅଙ୍ଗାରକୁ ସଞ୍ଚୟ କରି ରଖୁଛନ୍ତି। ଯଦି ଜଙ୍ଗଲ କ୍ଷୟକୁ ବନ୍ଦ କରା ନ ଯାଏ, ତାହା ହେଲେ ଉଦ୍ଭିଦଜଗତ କମ୍‌ ଅଙ୍ଗାରକାମ୍ଳ ବ୍ୟବହାର କରିବ ଏବଂ ଏହା ବାୟୁମଣ୍ଡଳରେ ଜମି ରହିବ। ଏହା ହେଉଛି ଗୋଟିଏ ଦିଗ।
ସମସ୍ୟାର ଅନ୍ୟ ଦିଗଟି ହେଉଛି ଯେ ଜଙ୍ଗଲ କ୍ଷୟ ହେବା ଫଳରେ ମୃତ ଉଦ୍ଭିଦ ବସ୍ତୁଠାରୁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ନିର୍ଗତ ହେବ। ମୃତ ଗଛ ପଚିଯାଇ ଖତ ହୁଏ କିମ୍ବା ଏହାକୁ ଇନ୍ଧନ ଭାବେ ଜଳାଯାଏ। ଏହି ପ୍ରକ୍ରିୟାରେ ଏଥିରେ ଥିବା ଅଙ୍ଗାର ଅଙ୍ଗାରକାମ୍ଳରେ ପରିଣତ ହୋଇ ବାୟୁମଣ୍ଡଳକୁ ଯାଇଥାଏ। ବର୍ତ୍ତମାନର ଗଣନା ଅନୁଯାୟୀ ଜଣାପଡ଼ିଛି ଯେ, ବାୟୁମଣ୍ଡଳର ୮୦ ପ୍ରତିଶତ ଅଙ୍ଗାରକାମ୍ଳ ଜୀବାଶ୍ମ ଇନ୍ଧନରୁ ଏବଂ ଅବଶିଷ୍ଟ ୨୦ ପ୍ରତିଶତ ଜଙ୍ଗଲ କ୍ଷୟରୁ ଆସିଛି। ଏଥିରୁ ଜଣାପଡୁଛି ଯେ ଜଙ୍ଗଲ ଅଙ୍ଗାରକାମ୍ଳ ସୃଷ୍ଟିର ଉତ୍ସ କିମ୍ବା ପ୍ରତିଉତ୍ସ ଭାବେ କାମ କରିପାରିବ। ଏହା ମନୁଷ୍ୟ ସମାଜ ଉପରେ ନିର୍ଭର କରୁଛି। ଜଙ୍ଗଲ କ୍ଷୟ ଅଧିକ ହେଲେ ଜଙ୍ଗଲ ଅଙ୍ଗାରକାମ୍ଳର ଉତ୍ସ ହୋଇଯାଉଥିବାରୁ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଜଙ୍ଗଲ ସଂରକ୍ଷଣ ଓ ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ଜଙ୍ଗଲ କ୍ଷୟ ହେଉଛି ସମଗ୍ର ପୃଥିବୀ ପାଇଁ ଗମ୍ଭୀର ଚିନ୍ତାର ବିଷୟ ଏବଂ ଭାରତ ଲାଗି ଏହା ହେଉଛି ଅଧିକ ଗୁରୁତର। ଜଙ୍ଗଲ କ୍ଷୟ ଯୋଗୁ ଅନେକ ସମସ୍ୟା ଉପୁଜୁଛି। ସେଗୁଡ଼ିକ ମଧ୍ୟରେ ମୁଖ୍ୟ ହେଉଛି ବାୟୁମଣ୍ଡଳରେ ସବୁଜଗୃହ ଗ୍ୟାସ୍‌ ବୃଦ୍ଧି, ଜାଗତିକ ଉଷ୍ଣତା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ୟା ପ୍ରକୋପ ଆଦି। ବିଂଶ ଶତାବ୍ଦୀର ଆରମ୍ଭରେ ଭାରତର ମୋଟ କ୍ଷେତ୍ରଫଳର ୪୦ ପ୍ରତିଶତ ଉଚ୍ଚମାନର ଜଙ୍ଗଲ ଥିଲା। ବର୍ତ୍ତମାନ କେବଳ ୨୩ ପ୍ରତିଶତ ଜାଗାକୁ ଜଙ୍ଗଲ ଘୋଷଣା କରାଯାଇଛି। ବାସ୍ତବରେ ଏହାର ୫୦ ପ୍ରତିଶତ ହେଉଛି ପ୍ରକୃତ ଜଙ୍ଗଲ ଏବଂ ଅବଶିଷ୍ଟ କେବଳ କାଗଜରେ ଦର୍ଶାଯାଇଛି। ୨୦୧୩ ରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବନ୍ୟା ଓ ଭୂସ୍ଖଳନ ଏବଂ ୨୦୧୪ରେ ଜମ୍ମୁ ଓ କଶ୍ମୀରରେ ବନ୍ୟା ଯୋଗୁ ଅନେକ ଧନସମ୍ପତ୍ତି କ୍ଷତି ହୋଇଛି। ଏହି ବିପତ୍ତିର ଅନେକ କାରଣ ଥାଇପାରେ। ମାତ୍ର ନିଶ୍ଚିତଭାବେ ଗୋଟିଏ କାରଣ ହେଉଛି ଜଙ୍ଗଲ କ୍ଷୟ। ପାର୍ବତ୍ୟାଞ୍ଚଳରେ ୭୭ ପ୍ରତିଶତ ଜଙ୍ଗଲ ରହିବା ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ୩୮.୭୭ ପ୍ରତିଶତ ଜଙ୍ଗଲ ଅଛି।
ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଆମ ଦେଶ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିପାଇଁ ‘ଜଳବାୟୁ ସଂକ୍ରାନ୍ତୀୟ ଜାତୀୟ କାର୍ଯ୍ୟକାରୀ ନୀତି’ ଆରମ୍ଭ ହୋଇଛି। ଏହାର ଗୋଟିଏ ମୁଖ୍ୟ ଅଂଶ ହେଉଛି ‘ସବୁଜ ଭାରତ ମିଶନ’। ଏଥିରେ ପାଞ୍ଚ ନିୟୁତ ହେକ୍ଟର ଜଙ୍ଗଲ ସୃଷ୍ଟି କରିବା ସହ ପାଞ୍ଚ ନିୟୁତ ଜଙ୍ଗଲ ଅଞ୍ଚଳର ମାନ ବୃଦ୍ଧି କରିବା ଲକ୍ଷ୍ୟ ଅଛି। ଯଦି ଏହି ଲକ୍ଷ୍ୟହାସଲ ହୁଏ, ନିଶ୍ଚିତ ଭାବେ ଦେଶରେ ଜଙ୍ଗଲର ବିକାଶ ହେବ ଏବଂ ଏହା ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷ ଲାଭବାନ ହେବେ।
ଜଣାଯାଇଛି ଯେ, କେବଳ ୨୦୨୦ରେ ପୃଥିବୀରେ ୨ଲକ୍ଷ ୫୮ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି, ଯାହାର ଆକାର ବ୍ରିଟେନ୍‌ଠାରୁ ମଧ୍ୟ ବଡ଼। ଏକ ଶହରୁ ଅଧିକ ଦେଶ ୨୦୩୦ ମସିହା ସୁଦ୍ଧା ସେମାନଙ୍କ ଦେଶରେ ଜଙ୍ଗଲ କ୍ଷୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପୃଥିବୀରେ ୮୫ ପ୍ରତିଶତ ଜଙ୍ଗଲ ଥିବା ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, କଲମ୍ବିଆ, କଙ୍ଗୋ, ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ଦେଶ ଏହାକୁ ସମର୍ଥନ କରିଛନ୍ତି। ଜଙ୍ଗଲ ସୁରକ୍ଷା ଓ ଏହାର ପୁନରୁଦ୍ଧାର ପାଇଁ ସରକାରୀ ବେସରକାରୀ ପାଣ୍ଠିରୁ ୧୯ ବିଲିୟନ୍‌ ଡଲାର ସହାୟତା ପ୍ରଦାନ କରିବା ପାଇଁ ବିକଶିତ ଦେଶଗୁଡ଼ିକ ଘୋଷଣା କରିଛନ୍ତି।
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri