ପାଣିପାଗ, ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲ

ଇଂ. ମାୟାଧର ସ୍ବାଇଁ

ପାଣିପାଗ ଓ ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲର ଭୂମିକା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ଜାଣୁ ଯେ ଉଦ୍ଭିଦ ସର୍ବଦା ଉତ୍‌ସ୍ବେଦନ (transpiration) କରିଥାଏ। ଏହି ପ୍ରକ୍ରିୟାରେ ଏହା ନିଜ ପତ୍ର ମାଧ୍ୟମରେ ଜଳକୁ ଜଳୀୟବାଷ୍ପରେ ପରିଣତ କରି ବାୟୁମଣ୍ଡଳକୁ ନିର୍ଗତ କରିଥାଏ। ପଦାର୍ଥ ବିଜ୍ଞାନରେ ଆମେ ଜାଣିଛେ ଯେ ଯେତେବେଳେ ଜଳ ବାଷ୍ପୀଭୂତ ହୁଏ, ଏହା ପ୍ରଚୁର ପରିମାଣର ତାପଶକ୍ତି ଗ୍ରହଣ କରିଥାଏ। ଏଥିପାଇଁ ବାହାର ଅପେକ୍ଷା ଜଙ୍ଗଲ ଅଞ୍ଚଳ ଅଧିକ ଥଣ୍ଡା ଥାଏ। ଏଥିରୁ ମଧ୍ୟ ଜଣାପଡୁଛି ଯେ ଯଦି ଜଙ୍ଗଲ ଧ୍ୱଂସ ହୋଇଯାଏ, ତାହା ହେଲେ ସେହି ଅଞ୍ଚଳର ତାପମାତ୍ରା ବହୁତ ପରିମାଣରେ ବଢ଼ିଯିବ। ପୁନଶ୍ଚ ପବନର ବେଗ ଓ ଦିଗ ନିୟନ୍ତ୍ରଣରେ ଜଙ୍ଗଲର ପ୍ରମୁଖ ଭୂମିକା ରହିଛି; ଯାହା ପ୍ରକାରାନ୍ତରେ ସେହି ଅଞ୍ଚଳର ବୃଷ୍ଟିପାତ, ପାଣିପାଗ ଓ ଜଳବାୟୁ ଉପରେ ପ୍ରତିଫଳିତ ହୋଇଥାଏ।
ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରେ ଏବଂ ଏଥିପାଇଁ ଏହା ଅଙ୍ଗାରକାମ୍ଳ ଦରକାର କରିଥାଏ। ଅଙ୍ଗାରକାମ୍ଳ ହେଉଛି ଗୋଟିଏ ସବୁଜଗୃହ ଗ୍ୟାସ୍‌ ଏବଂ ଜାଗତିକ ଉଷ୍ଣତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପାଇଁ ଏହା ମୁଖ୍ୟତଃ ଦାୟୀ। ଜଙ୍ଗଲରେ ଉଦ୍ଭିତ ଭରପୂର ଅଛି ଏବଂ ଏହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ଏବଂ ନିଜ ଶରୀର ମଧ୍ୟରେ ଏହାକୁ ଆବଦ୍ଧ କରି ରଖେ। ଆକଳନ ଅନୁଯାୟୀ ଜଙ୍ଗଲଗୁଡ଼ିକ ପ୍ରାୟ ୬୫୨ ବିଲିୟନ୍‌ ଟନ୍‌ ଅଙ୍ଗାରକୁ ସଞ୍ଚୟ କରି ରଖୁଛନ୍ତି। ଯଦି ଜଙ୍ଗଲ କ୍ଷୟକୁ ବନ୍ଦ କରା ନ ଯାଏ, ତାହା ହେଲେ ଉଦ୍ଭିଦଜଗତ କମ୍‌ ଅଙ୍ଗାରକାମ୍ଳ ବ୍ୟବହାର କରିବ ଏବଂ ଏହା ବାୟୁମଣ୍ଡଳରେ ଜମି ରହିବ। ଏହା ହେଉଛି ଗୋଟିଏ ଦିଗ।
ସମସ୍ୟାର ଅନ୍ୟ ଦିଗଟି ହେଉଛି ଯେ ଜଙ୍ଗଲ କ୍ଷୟ ହେବା ଫଳରେ ମୃତ ଉଦ୍ଭିଦ ବସ୍ତୁଠାରୁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ନିର୍ଗତ ହେବ। ମୃତ ଗଛ ପଚିଯାଇ ଖତ ହୁଏ କିମ୍ବା ଏହାକୁ ଇନ୍ଧନ ଭାବେ ଜଳାଯାଏ। ଏହି ପ୍ରକ୍ରିୟାରେ ଏଥିରେ ଥିବା ଅଙ୍ଗାର ଅଙ୍ଗାରକାମ୍ଳରେ ପରିଣତ ହୋଇ ବାୟୁମଣ୍ଡଳକୁ ଯାଇଥାଏ। ବର୍ତ୍ତମାନର ଗଣନା ଅନୁଯାୟୀ ଜଣାପଡ଼ିଛି ଯେ, ବାୟୁମଣ୍ଡଳର ୮୦ ପ୍ରତିଶତ ଅଙ୍ଗାରକାମ୍ଳ ଜୀବାଶ୍ମ ଇନ୍ଧନରୁ ଏବଂ ଅବଶିଷ୍ଟ ୨୦ ପ୍ରତିଶତ ଜଙ୍ଗଲ କ୍ଷୟରୁ ଆସିଛି। ଏଥିରୁ ଜଣାପଡୁଛି ଯେ ଜଙ୍ଗଲ ଅଙ୍ଗାରକାମ୍ଳ ସୃଷ୍ଟିର ଉତ୍ସ କିମ୍ବା ପ୍ରତିଉତ୍ସ ଭାବେ କାମ କରିପାରିବ। ଏହା ମନୁଷ୍ୟ ସମାଜ ଉପରେ ନିର୍ଭର କରୁଛି। ଜଙ୍ଗଲ କ୍ଷୟ ଅଧିକ ହେଲେ ଜଙ୍ଗଲ ଅଙ୍ଗାରକାମ୍ଳର ଉତ୍ସ ହୋଇଯାଉଥିବାରୁ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଜଙ୍ଗଲ ସଂରକ୍ଷଣ ଓ ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ଜଙ୍ଗଲ କ୍ଷୟ ହେଉଛି ସମଗ୍ର ପୃଥିବୀ ପାଇଁ ଗମ୍ଭୀର ଚିନ୍ତାର ବିଷୟ ଏବଂ ଭାରତ ଲାଗି ଏହା ହେଉଛି ଅଧିକ ଗୁରୁତର। ଜଙ୍ଗଲ କ୍ଷୟ ଯୋଗୁ ଅନେକ ସମସ୍ୟା ଉପୁଜୁଛି। ସେଗୁଡ଼ିକ ମଧ୍ୟରେ ମୁଖ୍ୟ ହେଉଛି ବାୟୁମଣ୍ଡଳରେ ସବୁଜଗୃହ ଗ୍ୟାସ୍‌ ବୃଦ୍ଧି, ଜାଗତିକ ଉଷ୍ଣତା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ୟା ପ୍ରକୋପ ଆଦି। ବିଂଶ ଶତାବ୍ଦୀର ଆରମ୍ଭରେ ଭାରତର ମୋଟ କ୍ଷେତ୍ରଫଳର ୪୦ ପ୍ରତିଶତ ଉଚ୍ଚମାନର ଜଙ୍ଗଲ ଥିଲା। ବର୍ତ୍ତମାନ କେବଳ ୨୩ ପ୍ରତିଶତ ଜାଗାକୁ ଜଙ୍ଗଲ ଘୋଷଣା କରାଯାଇଛି। ବାସ୍ତବରେ ଏହାର ୫୦ ପ୍ରତିଶତ ହେଉଛି ପ୍ରକୃତ ଜଙ୍ଗଲ ଏବଂ ଅବଶିଷ୍ଟ କେବଳ କାଗଜରେ ଦର୍ଶାଯାଇଛି। ୨୦୧୩ ରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବନ୍ୟା ଓ ଭୂସ୍ଖଳନ ଏବଂ ୨୦୧୪ରେ ଜମ୍ମୁ ଓ କଶ୍ମୀରରେ ବନ୍ୟା ଯୋଗୁ ଅନେକ ଧନସମ୍ପତ୍ତି କ୍ଷତି ହୋଇଛି। ଏହି ବିପତ୍ତିର ଅନେକ କାରଣ ଥାଇପାରେ। ମାତ୍ର ନିଶ୍ଚିତଭାବେ ଗୋଟିଏ କାରଣ ହେଉଛି ଜଙ୍ଗଲ କ୍ଷୟ। ପାର୍ବତ୍ୟାଞ୍ଚଳରେ ୭୭ ପ୍ରତିଶତ ଜଙ୍ଗଲ ରହିବା ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ୩୮.୭୭ ପ୍ରତିଶତ ଜଙ୍ଗଲ ଅଛି।
ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଆମ ଦେଶ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିପାଇଁ ‘ଜଳବାୟୁ ସଂକ୍ରାନ୍ତୀୟ ଜାତୀୟ କାର୍ଯ୍ୟକାରୀ ନୀତି’ ଆରମ୍ଭ ହୋଇଛି। ଏହାର ଗୋଟିଏ ମୁଖ୍ୟ ଅଂଶ ହେଉଛି ‘ସବୁଜ ଭାରତ ମିଶନ’। ଏଥିରେ ପାଞ୍ଚ ନିୟୁତ ହେକ୍ଟର ଜଙ୍ଗଲ ସୃଷ୍ଟି କରିବା ସହ ପାଞ୍ଚ ନିୟୁତ ଜଙ୍ଗଲ ଅଞ୍ଚଳର ମାନ ବୃଦ୍ଧି କରିବା ଲକ୍ଷ୍ୟ ଅଛି। ଯଦି ଏହି ଲକ୍ଷ୍ୟହାସଲ ହୁଏ, ନିଶ୍ଚିତ ଭାବେ ଦେଶରେ ଜଙ୍ଗଲର ବିକାଶ ହେବ ଏବଂ ଏହା ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷ ଲାଭବାନ ହେବେ।
ଜଣାଯାଇଛି ଯେ, କେବଳ ୨୦୨୦ରେ ପୃଥିବୀରେ ୨ଲକ୍ଷ ୫୮ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି, ଯାହାର ଆକାର ବ୍ରିଟେନ୍‌ଠାରୁ ମଧ୍ୟ ବଡ଼। ଏକ ଶହରୁ ଅଧିକ ଦେଶ ୨୦୩୦ ମସିହା ସୁଦ୍ଧା ସେମାନଙ୍କ ଦେଶରେ ଜଙ୍ଗଲ କ୍ଷୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପୃଥିବୀରେ ୮୫ ପ୍ରତିଶତ ଜଙ୍ଗଲ ଥିବା ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, କଲମ୍ବିଆ, କଙ୍ଗୋ, ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ଦେଶ ଏହାକୁ ସମର୍ଥନ କରିଛନ୍ତି। ଜଙ୍ଗଲ ସୁରକ୍ଷା ଓ ଏହାର ପୁନରୁଦ୍ଧାର ପାଇଁ ସରକାରୀ ବେସରକାରୀ ପାଣ୍ଠିରୁ ୧୯ ବିଲିୟନ୍‌ ଡଲାର ସହାୟତା ପ୍ରଦାନ କରିବା ପାଇଁ ବିକଶିତ ଦେଶଗୁଡ଼ିକ ଘୋଷଣା କରିଛନ୍ତି।
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri