ଜଙ୍ଗଲ ଅବକ୍ଷୟମୁଖୀ, ବନ୍ୟପ୍ରାଣୀ ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୨।୩:  ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଶ୍ୱ ବନ ଦିବସ ପାଳନ କରାଯାଉଛି। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ବନ ସଂରକ୍ଷଣ ସାଙ୍ଗକୁ ବନ୍ୟଜନ୍ତୁ, ସରୀସୃପ ଆଦିଙ୍କ ସୁରକ୍ଷା ପାଇଁ ଅଧିକ ଦାୟିତ୍ୱବାନ ହେବା। ସବୁଜ ବଳୟ ସୃଷ୍ଟି ପାଇଁ ସଚେତନତା ବାର୍ତ୍ତା ଦେବା। ମାତ୍ର ଜଗତ୍‌ସିଂହପୁର ଜିଲାରେ ବନ ବିଭାଗ ଏହି ଦିବସକୁ କେବଳ ଉପରଠାଉରିଆ ଭାବେ ପାଳନ କଲା ପରି ମନେ ହେଉଛି। ଏଠାରେ ଜଙ୍ଗଲ ଅବକ୍ଷୟମୁଖୀ ହୋଇପଡିଛି। ବନ୍ୟପ୍ରାଣୀ ସୁରକ୍ଷିତ ମଣୁନାହାନ୍ତି। ସେମାନଙ୍କ ପାଇଁ ବନ ବିଭାଗ ସେଭଳି ଦାୟିତ୍ୱବାନ ଥିବାଭଳି ଅନୁଭବ ହେଉନାହିଁ। ଏହି ଜିଲାରେ ୧୦ ବର୍ଷ ମଧ୍ୟରେ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ବନ୍ୟଜନ୍ତୁଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ, ତିର୍ତ୍ତୋଲର କିଲିପାଳ, ଏରସମାର ସିଆଳି ଲୁଣା ଜଙ୍ଗଲ, କୁଜଙ୍ଗର ହେନ୍ତାଳ ବଣ, ବାଲିକୁଦାର ବେରୁହଁା ଜଙ୍ଗଲ, ରଘୁନାଥପୁର ନୂଆଗାଁ ଅଗସ୍ତି ମୁନି ଆଶ୍ରମ ନିକଟ ଜଙ୍ଗଲ, ସିଦ୍ଧବାରଙ୍ଗ ପୀଠକୁ ଲାଗି ରହିଥିବା ଜଙ୍ଗଲ ଆଦି ରହିଛି। ଏସବୁ ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ସାଙ୍ଗକୁ ବନ୍ୟପ୍ରାଣୀ ରହିଛନ୍ତି। ଧଳତଙ୍ଗଗଡ଼ ଜଙ୍ଗଲକୁ ପର୍ଯ୍ୟଟନ କ୍ଷେତ୍ର୍ର ଭାବରେ ଗ୍ରହଣ କରାଯାଇଛି। ଏହା ହରିଣମାନଙ୍କ ଯୋଗୁ ବେଶ୍‌ ପରିଚିତ। ପ୍ରତ୍ୟହ ଶତାଧିକ ହରିଣ ଖାଦ୍ୟ ସଂଗ୍ରହ ପାଇଁ ଏଣେତେଣେ ବୁଲୁଥିବା ଦୃଶ୍ୟ ଖବର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କେବଳ ଏତିକି ନୁହେଁ, ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆପତନି, କଟାସ, ବିଲୁଆ ଏବଂ ସରୀସୃପ ଆଦି ଦେଖିବାକୁ ମିଳେ। ହେଲେ ସେମାନେ ଅସୁରକ୍ଷିତ। ବନ ବିଭାଗ ପକ୍ଷରୁ ତାରବାଡ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏହି ପ୍ରାଣୀଗୁଡିକ ବିପଜ୍ଜନକ ଅବସ୍ଥାରେ ଏଣେତେଣେ ବୁଲୁଥିବା ଅଭିଯୋଗ ହୋଇଛି। ବିଶେଷକରି ହରିଣମାନଙ୍କ ନିରାପଦ ଖାଦ୍ୟ ସଂଗ୍ରହ ପାଇଁ ଏକ ମିଡୋ (ହରିଣମାନଙ୍କ ଖାଦ୍ୟ ସଂଗ୍ରହ ପାଇଁ ଘାସ ଚାଷ) କରାଯିବା ଜରୁରୀ ଥିବାବେଳେ ତାହା ଏଯାଏ କରାଯାଇ ପାରିନାହିଁ। ନିକଟରେ ଥିବା ହଂସୁଆ ନଦୀର ଉତ୍ତର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଯାଇଛି। ଅନେକ ସମୟରେ ହରିଣମାନେ ଏହି ଟ୍ରେନ୍‌ ଲାଇନ ଆଡକୁ ଚାଲି ଯାଉଛନ୍ତି। ବେଳେବେଳେ ଏହି ଲାଇନ୍‌ ଅତିକ୍ରମ କଲାବେଳେ ଟ୍ରେନ୍‌ ଦୁର୍ଘଟଣାରେ ହରିଣଙ୍କ ମୃତ୍ୟୁ ଘଟୁଛି। କେବଳ ଏତିକି ନୁହେଁ, ଶିକାରୀ କୁକୁରମାନେ ମଧ୍ୟ ହରିଣମାନଙ୍କ ଯାତାୟାତ ସମୟକୁ ଜଗି ରହୁଛନ୍ତି। ଯେତେବେଳେ ହରିଣମାନେ ଖାଦ୍ୟ ଅନ୍ବେଷଣରେ ବିଲ ଆଡ଼କୁ ମୁହଁାଉଛନ୍ତି ସେତେବେଳେ ଏହି କୁକୁରମାନେ ସେମାନଙ୍କୁ ଆକ୍ରମଣ କରୁଛନ୍ତି। ଅନେକ ସମୟରେ ମଧ୍ୟ ବୁଲା କୁକୁରମାନେ ହରିଣ ମାରି ଖାଇ ଯାଉଛନ୍ତି । ତେଣୁ ଏହି ପାର୍ଶ୍ୱରେ ତାରବାଡ଼ (ସୋଲାର ଫ୍ୟାନ୍ସି) କରାଯାଉ ବୋଲି ବରିଷ୍ଠ ନାଗରିକ ଚୈତନ୍ୟ ଚରଣ ଦାସ, ଅରଣ୍ୟ ଅଭିଯାନ ଆବାହକ ସନ୍ତୋଷ ପ୍ରଧାନଙ୍କ ସମେତ କେତେଜଣ ପରିବେଶବିତ୍‌ ଦାବି କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଏବେ ଖରାଦିନ ହୋଇଯାଇଥିବାରୁ ଜଙ୍ଗଲରେ ଥିବା ଏକାଧିକ ପୋଖରୀ ଶୁଖିଗଲାଣି। ଫଳରେ ବନ୍ୟପ୍ରାଣୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଭିତରେ ବର୍ଷତମାମ ଯେପରି ପାଣି ଗଚ୍ଛିତ ରହିପାରିବ ସେଥିପ୍ରତି ବିଭାଗ ଦାୟିତ୍ୱବାନ ହେବା ଦରକାର। ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅଧିକ ଫାୟାର ଲାଇନ୍‌ ସୃଷ୍ଟି ହେବା ଆବଶ୍ୟକ। ଖରାଦିନେ କେନ୍ଦୁ, ଆମ୍ବ ଆଦି ଚୋରା ବ୍ୟବସାୟୀମାନଙ୍କ କବ୍‌ଜାକୁ ଚାଲି ଯାଉଛି। ଏହାର ସୁରକ୍ଷା କରାଯାଉ। ପାରମ୍ପରିକ ବୃକ୍ଷ ଯଥା ସଇତା ଆମ୍ବ, ପୋଲାଙ୍ଗ, ବେତକୋଳି, ଭଇଁସି କୋଳି, ଖିରିକୋଳି, ମିର୍ଜାକୋଳି ଏସବୁକୁ ସଂରକ୍ଷିତ କରିବା ସହ ପୁନରୁଦ୍ଧାର ପାଇଁ ବିଭାଗ ଅଧିକ ଦାୟିତ୍ୱବାନ ହେଉ। ଜଙ୍ଗଲରେ ବେତ ଗଛ ଚୋରିକୁ ରୋକାଯାଉ। ଏହି ଜଙ୍ଗଲରେ ଥିବା ପର୍ଯ୍ୟାପ୍ତ ପରିମାଣର ମାଙ୍କେଡା କେନ୍ଦୁ ସଂରକ୍ଷଣ କରାଗଲେ ମାଙ୍କଡମାନେ ଆଉ ଜନବସତିକୁ ଯିବେ ନାହିଁ। ସେମାନେ କେନ୍ଦୁ ଖାଇ ଜଙ୍ଗଲରେ ରହିବାକୁ ପସନ୍ଦ କରିବେ। ସେହିପରି କିଲିପାଳ ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର କଣ୍ଟା ବାଉଁଶ ସମେତ ଶାଗୁଆନ, ଆକାଶିଆ, ଝାଉଁ ଆଦି ଗଛ ଦେଖିବାକୁ ମିଳେ। କିନ୍ତୁ ଏସବୁ ଏବେ ଅବକ୍ଷୟମୁଖୀ। ସିଆଳି ଲୁଣା ଜଙ୍ଗଲରେ ଝାଉଁ, ଗୁଆଁ, ବନୀ ଆଦି ବୃକ୍ଷ ବହୁଳ ପରିମାଣରେ ରହିଛି। ଏହା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ସୁଦ୍ଧା ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଉନାହିଁ। ଏହାଛଡ଼ା ବେରୁହାଁ ଜଙ୍ଗଲ ସମେତ ଅନ୍ୟ ଜଙ୍ଗଲ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି।
ଏ ସମ୍ପର୍କରେ ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତି କହିଛନ୍ତି, ବିରିଡ଼ି ବ୍ଲକ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଶ୍ୱ ବନ ଦିବସ ପାଳନ କରାଯାଇ ପିଲାଙ୍କ ମଧ୍ୟରେ ସଚେତନତା ବାର୍ତ୍ତ ଦିଆଯାଇଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସାଙ୍ଗକୁ ଜୈବ ବିବିଧତା ସୃଷ୍ଟି ପାଇଁ ବିଭାଗ ଦାୟିତ୍ୱବାନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri