ଜଙ୍ଗଲ ଚନ୍ଦା, ପାହାଡ଼ ଲଣ୍ଡା:ପୂର୍ବରୁ କାନ୍ଦୁଲ ଏବେ ମକା ସାଜିଛି କାଳ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦିନକୁ ଦିନ ମକା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭଲ ରୋଜଗାର ମଧ୍ୟ ମକା ଦେଇଛି। କମ ସମୟ ମଧ୍ୟରେ ମକା ଅମଳ ହେଉଛି। ଆଉ ଚାଷୀ ଲାଭବାନ ମଧ୍ୟ ହେଉଛନ୍ତି। ଉକ୍ତ ବ୍ଲକର ପ୍ରଥମେ କାଟିଙ୍ଗିଆ, ଝିଞ୍ଜିରୀଗୁଡା ଓ କୁମ୍ଭାରୀଗାଁ ପଞ୍ଚାୟତରୁ ଏହି ଚାଷ ଏକ ଦଶନ୍ଧି ପୂର୍ବରୁ ଏହି ଚାଷ ଆରମ୍ଭ ହୋଇଥିବାବେଳେ ଏବେ ବ୍ଲକର ଅଧାରୁ ଉର୍ଦ୍ଧ ପଞ୍ଚାୟତରେ ଏହି ଚାଷ କରାଯାଉଛି। ତେବେ ଏହି ଚାଷ ପାଇଁ ପନିପରିବା ଚାଷ ସମେତ ଜୈବିକ ପଦ୍ଧତିରେ ହେଉଥିବା ବିଶ୍ୱ ବିଖ୍ୟାତ ହଳଦୀ ଚାଷକୁ ମଧ୍ୟ ଚାଷୀ ଚାଷ କରିବାକୁ ମଙ୍ଗୁ ନ ଥିବା ଚିନ୍ତାର କାରଣ ହୋଇଛି। ଏବେ ମକା ଚାଷକୁ ଚାଷୀ ନିଜ ଧାନ ହଳଦୀ, ପନିପରିବା ଚାଷ କରୁଥିବା କ୍ଷେତରେ କରୁଥିବା ସହ ପାହାଡ଼ରେ ପୋଡୁ ଚାଷ କରି ଜଙ୍ଗଲ ନଷ୍ଟ କରି ମକା ଚାଷକୁ ଚାଷୀ ପ୍ରାଧାନ୍ୟ ଦେଉଥିବା ଯୋଗୁ ଏବେ ଜଙ୍ଗଲ ଉଜୁଡିବା ଆଶଙ୍କା ବୃଦ୍ଧି ହୋଇଛି। ଦାରିଙ୍ଗବାଡି ବନାଞ୍ଚଳର ପ୍ଳିହେରୀ, ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳର ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାକଡ଼ରେ ଥିବା ପାହାଡ଼ ଗୁଡିକରେ ଲଣ୍ଡା ଅବସ୍ଥା କେବଳ ମକାମୟ ହୋଇଛି ବନ ବିଭାଗର କର୍ମଚାରୀ ଓ ଅଧିକାରୀ ଚେଇଁ ଶୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ସବୁ ଜାଣି ଚୁପ ରହିଥିବାରୁ ବର୍ତ୍ତମାନ ଜଙ୍ଗଲ ସଂକଟରେ ରହିଥିବା ଜଣାପଡିଛି। ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ମାଧଚନ୍ଦ୍ର ବେହେରାଙ୍କୁ ଏନେଇ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କ’ଣ ଅଛି? ଏହି ପ୍ରଶ୍ନ ଶୁଣି ଏମିତି ରିଆକ୍ସନ ଦେଲେ ଅର୍ଥମନ୍ତ୍ରୀ, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୨: ରବିବାର, ଫେବୃଆରୀ ୧ରେ ବଜେଟ ୨୦୨୬ ଉପସ୍ଥାପନ ପରେ, ସରକାର ଏହାର ଘୋଷଣାଗୁଡ଼ିକୁ ପ୍ରମୁଖ ସଫଳତା ବୋଲି କହୁଥିବା ବେଳେ, ମଧ୍ୟବିତ୍ତ ବର୍ଗ ପୁଣି ଥରେ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

ମୋମୋ ଦରକାର ଯଦି ସୁନା ଆଣ….ଘରୁ ୮୫ ଲକ୍ଷର ଅଳଙ୍କାର ଚୋରି କରି ଦୋକାନୀକୁ ଦେଲା ବାଳକ

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଦେଓରିଆ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କିଛି ମୋମୋ ବିକ୍ରେତାଙ୍କ ବିରୋଧରେ ଜଣେ ପିଲାକୁ ତାଙ୍କ ଘରୁ ଲକ୍ଷ…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଉଡ଼ାନ-୨୦୨୬’: କ୍ରୀଡ଼ା ପ୍ରାଙ୍ଗଣରେ ପ୍ରତିଭାର ମହୋତ୍ସବ

ଥୁଆମୂଳ ରାମପୁର, ୨।୨ (ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ…

ନିଷ୍ପାପ ଶିଶୁର ବଡ଼ ବାର୍ତ୍ତା: ନିଜେ ଖାଇ, ଅନ୍ୟକୁ…

ଗୁଣପୁର, ୩୧।୧(ସଂକେତ ପାତ୍ର):ଗ୍ରାମାଞ୍ଚଳର ଏକ ସାଧାରଣ ଦୃଶ୍ୟ, କିନ୍ତୁ ଭାବନାରେ ଅସାଧାରଣ। ନିଷ୍ପାପ ଶିଶୁଟି ନିଜ ହାତରେ ଧରିଥିବା ଖାଦ୍ୟରୁ ନିଜେ ଖାଉଛି, ପୁଣି ସେଇ ଖାଦ୍ୟକୁ…

ପାକିସ୍ତାନ ଉପରେ ଖପ୍ପା ହେଲେ ଗାଭାସ୍କର! କହିଲେ-‘ICC ନେଉ କଡ଼ା ଆକ୍ସନ, ପରବର୍ତ୍ତି ସମୟରେ ଏମିତି କରିବାକୁ ତିନିଥର ଭାବିବ ପାକିସ୍ତାନ’

ନୂଆଦିଲ୍ଲୀ,୨।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାର ପ୍ରାୟ ଛଅ ଦିନ ପୂର୍ବରୁ, ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଆଗାମୀ ବିଶ୍ୱକପରେ ଅଂଶଗ୍ରହଣ…

ଛାତ୍ରୀଙ୍କୁ ମାଗଣା ଲାପଟପ ଦେବେ ସରକାର, ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ କିଛି ପ୍ରୟାସ କରନ୍ତୁ ଏବଂ ଏଥିପାଇଁ ପ୍ରସ୍ତୁତି କରନ୍ତୁ।…

ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଡ୍ରେସକୋର୍ଡ

ଭୁବନେଶ୍ବର,୨।୨: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri