ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି ସମୟରେ ମହୁଲ ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ା ମହୁଲ ଗଛରୁ ସକାଳୁ ସକାଳୁ ଫୁଲଗୁଡିକ ଝଡି ତଳେ ଗଛ ଚାରିପଟେ ବିଛାଇ ହୋଇ ପଡିଥାଏ। ଅଙ୍ଗୁର ସଦୃଶ ଏହି ମହୁଲ ଫୁଲ ଶୁଖିଲା ପତ୍ର ମଧ୍ୟରେ ପଡିଯିବା ଦ୍ୱାରା ଏହାକୁ ସଂଗ୍ରହ କରିବା ପାଇଁ ବନାଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କୁ ଅନେକ ସମୟ ଲାଗିଥାଏ। ଅଳ୍ପ ସମୟ ମଧ୍ୟରେ ପ୍ରଚୁର ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗଛ ତଳେ ଜମା ହୋଇଥିବା ଶୁୁଖିଲା ପତ୍ରକୁ ନିଆଁ ଲଗାଇ ପରିଷ୍କାର କରି ଦିଅନ୍ତି । ଫଳରେ ଗଛ ଚାରିପଟେ ସଫା ହେବାଦ୍ୱାରା ପୁଲଗୁଡିକ ଦେଖାଯିବା ସହ ଅଳ୍ପ ସମୟରେ ମହୁଲ ଫୁଲଗୁଡିକ ସଂଗ୍ରହ କରିପାରନ୍ତି। କିନ୍ତୁ ନିଆଁ ନ ଲିଭାଇବା ଯୋଗୁ ଲଗା ଯାଇଥିବା ନିଅଁା ଧୀରେ ଧୀରେ ଜଙ୍ଗଲକୁ ବ୍ୟାପିଯାଇ ଅନେକ ସମ୍ପଦ ନଷ୍ଟ ହେବା ସହ ଛୋଟଛୋଟ ଚାରା, ଔଷଧୀୟ ବୃକ୍ଷ, ପଶୁ ପକ୍ଷୀଙ୍କ ଜୀବନ ହାନି ହେବା ସହ ବାୟୁମଣ୍ଡଳ ଉତ୍ତପ୍ତ ଏବଂ ବିଷାକ୍ତ ହୋଇ ପରିବେଶ ଉପରେ କୁପ୍ରଭାବ ପକାଏ ା ଏହାଦ୍ୱାରା ଜଙ୍ଗଲ ଓ ମୃତ୍ତିକା କ୍ଷୟ ସହ ଜଙ୍ଗଲ ଅଞ୍ଚଳର ମାଟିର ଆର୍ଦ୍ରତା ଶୁୁଷ୍କ ହୋଇଯାଏ ା ତେଣୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ବର୍ଷ ବର୍ଷ ଧରି ନିର୍ଭର କରୁଥିବା ଆଦିବାସୀମାନଙ୍କ ବର୍ତ୍ତମାନ ବନଜାତ ଦ୍ରବ୍ୟ ସଂଗ୍ରହରେ ବାଧା ସୃଷ୍ଟି ହେବା ସହ ସେମାନଙ୍କ ଜୀବନ ଜୀବିକା ଉପରେ କୁପ୍ରଭାବ ପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବନାଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନେଇ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି। ଜଙ୍ଗଲ, ବନ୍ୟଜନ୍ତୁ ଏବଂ ନିଅଁା ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଏହି ସମିତିଗୁଡିକ କାର୍ଯ୍ୟ କରୁଛି।
ଏଥିରେ ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ସୁଫଳ ମିଳି ନ ଥିବା ବେଳେ ବନାଞ୍ଚଳ ଆଦିବାସୀମାନେ ଅନୁଭବ କଲେଣି, ଯଦି ତାଙ୍କ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦିଆ ନ ଯାଏ ତେବେ ସେହିମାନଙ୍କ ଆଗାମୀ ବଂଶଧର କ୍ଷତିଗ୍ରସ୍ତ ହେବା ସହ ଜମି, ଜଳ ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡିବ, ଯଦ୍ୱାରା କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେବ ା
ଏ ନେଇ ସତୀଗୁଡା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପରିଚାଳନା ଦାୟିତ୍ୱରେ ଥିବା ତାଳଗୁଡା ବନ ସଂରକ୍ଷଣ ସମିତିର ଏକ ବୈଠକ ସଭାପତି ବଳରାମ ମାଝିଙ୍କ ଅଧ୍ୟକ୍ଷତାରେ ସତୀଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ବାଣିଶ୍ରୀ ମନସ୍ବିନୀ ଦେବୀ, ବନପାଳ ଦେବାଶିଷ ପ୍ରଧାନ, ପର୍ଯ୍ୟଟନସ୍ଥଳୀ ପରିଚାଳକ ଅବିନାଶ ମହାନ୍ତ ଓ ବନରକ୍ଷୀ ସୁଜାତା ବୈରାଗୀଙ୍କ ସହ ବନ ସଂରକ୍ଷଣ ସମିତିର ସମସ୍ତ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ ା ବିଶେଷ କରି ଚଳିତ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ମହୁଲ ସଂଗ୍ରହକାରୀମାନେ ଶୁଖିଲା ପତ୍ରକୁ ନିଅଁା ନ ଲଗାଇ ଗଛମୂଳ ସଫାକରି ଫୁଲ ସଂଗ୍ରହ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ କହିଥିଲେ, ଆମେ ଅନୁଭବ କରିପାରୁଛୁ ମହୁଲ ସଂଗ୍ରହ ସମୟରେ ଜଙ୍ଗଲରେ ନିଅଁା ଲାଗି କିପରି ଜଙ୍ଗଲ ସମ୍ପଦ ଧ୍ୱଂସ ହେଉଛି ଏବଂ ଆମେମାନେ କ୍ଷତିଗ୍ରସ୍ତ ହେଉଛୁ। ଏବେ ମହୁଲ ନୁହେଁ ଆମକୁ ଜଙ୍ଗଲ ଦରକାର, ଜଙ୍ଗଲକୁ ନିଅଁା ଦାଉରୁ ରକ୍ଷା କରିବୁ ବୋଲି ଶପଥ ନେଇଥିଲେ। ତେବେ ଆଗାମୀ ଦିନରେ ଆଜିର ବୈଠକରେ ନିଆଯାଇଥିବା ନିଷ୍ପତି କିପରି କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ା