ଚାଷୀଙ୍କଠାରୁ ଲାଞ୍ଚ ନେଇ ଗିରଫ ହେଲେ ଫରେଷ୍ଟର, ଅଫିସ ରୁମ୍‌ରୁ ବାହାରିଲା ନଗଦ ଏତେ ଟଙ୍କା

ଟିଟିଲାଗଡ଼,(ଶରତ ମିଶ୍ର)/ବଲାଙ୍ଗୀର,(ବୀରେନ୍ଦ୍ର କୁମାର ଝାଙ୍କର/ ଭୁବନେଶ୍ୱର,୭।୧(ସତ୍ୟଜିତ ରାଉତ): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଲ୍‌ମି ସେକ୍ସନ ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଚାଷୀଙ୍କଠାରୁ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମଙ୍ଗଳବାର ଗିରଫ କରିଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ନାୟକଙ୍କ ଦୁଇ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବଲାଙ୍ଗୀର ଟାଉନସ୍ଥିତ ବାସଭବନ ଓ ଅଫିସ ଚାମ୍ବରରେ ଭିଜିଲାନ୍ସ ଅଧିକାରୀମାନେ ଅଧିକ ଯାଞ୍ଚ କରିଥିଲେ। ଏହି ସମୟରେ ନାୟକଙ୍କ ଅଫିସ ରୁମ୍‌ରୁ ନଗଦ ୧ ଲକ୍ଷ ୮୦ ହଜାର ୩୫୦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ଲାଞ୍ଚ ଆକାରରେ ସେ ଗ୍ରହଣ କରିଥିବା ଭିଜିଲାନ୍ସ ଅଧିକାରୀମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି।
ଅନୁଯାୟୀ, କୁଟୁରାକେନ୍‌ ଗଁାର ଅଭିଯୋଗକାରୀ ଚାଷୀ ଜଣକ ନିଜ ଜମିରେ ଥିବା ଏକ ଶାଗୁଆନ ଓ ଶାଳ ଗଛକୁ କାଟିଦେଇଥିଲେ। ପରେ ଚାଷୀଜଣକ କାଠ ପରିବହନ ପାଇଁ ଫରେଷ୍ଟର ନାୟକଙ୍କ ଠାରୁ ଅନୁମତି ଲୋଡ଼ିଥିଲେ। ଅନୁମତି ବିନା ଗଛ କାଟିବା ପାଇଁ ସରକାରୀ ନିୟମ ଅନୁଯାୟୀ ୨ହଜାର ଟଙ୍କା ଜରିମାନା ଦେବାକୁ ନାୟକ କହିଥିଲେ। ଚାଷୀଜଣକ ନିଜ ଜମିରୁ ଗଛ କାଟିବା ପାଇଁ ପୂର୍ବରୁ ଅନୁମତି ନେବାର ନିୟମ ବିଷୟରେ ଅଜ୍ଞ ଥିବାରୁ ଜରିମାନା ଦେବାକୁ ରାଜି ହୋଇଥିଲେ। ହେଲେ ନାୟକ କାଠ ପରିବହନ ଅନୁମତି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ। ଚାଷୀଜଣକ ଉପାୟଶୂନ୍ୟ ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା ପକ୍ଷରୁ ଏକ ମାମଲା (ନଂ.୧/୨୦୨୬) ରୁଜୁ କରାଯିବା ସହ ନାୟକଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଅଭିଯୋଗକାରୀ ଚାଷୀଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ଓ ୨୦୦୦ ଟଙ୍କା ଜରିମାନା ସମେତ ମୋଟ ୧୨ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ନାୟକଙ୍କୁ କାବୁ କରିଥିଲା। ସୂଚନାଯୋଗ୍ୟ, ନାୟକ ୨୦୦୦ ଅଗଷ୍ଟ ୨୦ରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରିରେ ଯୋଗଦେଇଥିଲେ। ୨୦୧୯ ଅଗଷ୍ଟରେ ସେ ଫରେଷ୍ଟର ଭାବେ ପଦୋନ୍ନତି ପାଇଥିଲେ। ତେବେ ବଡ଼ କଥା ହେଉଛି, ନାୟକ ଚାକିରି କରିବା ଦିନଠୁ ଅର୍ଥାତ ଅଢ଼େଇ ଦଶନ୍ଧି ଧରି ବଲାଙ୍ଗୀର ଜିଲାର ବିଭିନ୍ନ ସେକ୍ସନରେ କାମ କରିଆସୁଛନ୍ତି। ବଡ଼ ବଡ଼ ଅଧିକାରୀ ଓ ନେତା, ମନ୍ତ୍ରୀଙ୍କୁ ହାତ କରି ସେ ବଲାଙ୍ଗୀର ଜିଲାରେ ରହିଥିବା ଚର୍ଚ୍ଚା ହେଉଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri