ଚାଷୀଙ୍କଠାରୁ ଲାଞ୍ଚ ନେଇ ଗିରଫ ହେଲେ ଫରେଷ୍ଟର, ଅଫିସ ରୁମ୍‌ରୁ ବାହାରିଲା ନଗଦ ଏତେ ଟଙ୍କା

ଟିଟିଲାଗଡ଼,(ଶରତ ମିଶ୍ର)/ବଲାଙ୍ଗୀର,(ବୀରେନ୍ଦ୍ର କୁମାର ଝାଙ୍କର/ ଭୁବନେଶ୍ୱର,୭।୧(ସତ୍ୟଜିତ ରାଉତ): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଲ୍‌ମି ସେକ୍ସନ ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଚାଷୀଙ୍କଠାରୁ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମଙ୍ଗଳବାର ଗିରଫ କରିଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ନାୟକଙ୍କ ଦୁଇ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବଲାଙ୍ଗୀର ଟାଉନସ୍ଥିତ ବାସଭବନ ଓ ଅଫିସ ଚାମ୍ବରରେ ଭିଜିଲାନ୍ସ ଅଧିକାରୀମାନେ ଅଧିକ ଯାଞ୍ଚ କରିଥିଲେ। ଏହି ସମୟରେ ନାୟକଙ୍କ ଅଫିସ ରୁମ୍‌ରୁ ନଗଦ ୧ ଲକ୍ଷ ୮୦ ହଜାର ୩୫୦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ଲାଞ୍ଚ ଆକାରରେ ସେ ଗ୍ରହଣ କରିଥିବା ଭିଜିଲାନ୍ସ ଅଧିକାରୀମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି।
ଅନୁଯାୟୀ, କୁଟୁରାକେନ୍‌ ଗଁାର ଅଭିଯୋଗକାରୀ ଚାଷୀ ଜଣକ ନିଜ ଜମିରେ ଥିବା ଏକ ଶାଗୁଆନ ଓ ଶାଳ ଗଛକୁ କାଟିଦେଇଥିଲେ। ପରେ ଚାଷୀଜଣକ କାଠ ପରିବହନ ପାଇଁ ଫରେଷ୍ଟର ନାୟକଙ୍କ ଠାରୁ ଅନୁମତି ଲୋଡ଼ିଥିଲେ। ଅନୁମତି ବିନା ଗଛ କାଟିବା ପାଇଁ ସରକାରୀ ନିୟମ ଅନୁଯାୟୀ ୨ହଜାର ଟଙ୍କା ଜରିମାନା ଦେବାକୁ ନାୟକ କହିଥିଲେ। ଚାଷୀଜଣକ ନିଜ ଜମିରୁ ଗଛ କାଟିବା ପାଇଁ ପୂର୍ବରୁ ଅନୁମତି ନେବାର ନିୟମ ବିଷୟରେ ଅଜ୍ଞ ଥିବାରୁ ଜରିମାନା ଦେବାକୁ ରାଜି ହୋଇଥିଲେ। ହେଲେ ନାୟକ କାଠ ପରିବହନ ଅନୁମତି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ। ଚାଷୀଜଣକ ଉପାୟଶୂନ୍ୟ ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା ପକ୍ଷରୁ ଏକ ମାମଲା (ନଂ.୧/୨୦୨୬) ରୁଜୁ କରାଯିବା ସହ ନାୟକଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଅଭିଯୋଗକାରୀ ଚାଷୀଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ଓ ୨୦୦୦ ଟଙ୍କା ଜରିମାନା ସମେତ ମୋଟ ୧୨ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ନାୟକଙ୍କୁ କାବୁ କରିଥିଲା। ସୂଚନାଯୋଗ୍ୟ, ନାୟକ ୨୦୦୦ ଅଗଷ୍ଟ ୨୦ରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରିରେ ଯୋଗଦେଇଥିଲେ। ୨୦୧୯ ଅଗଷ୍ଟରେ ସେ ଫରେଷ୍ଟର ଭାବେ ପଦୋନ୍ନତି ପାଇଥିଲେ। ତେବେ ବଡ଼ କଥା ହେଉଛି, ନାୟକ ଚାକିରି କରିବା ଦିନଠୁ ଅର୍ଥାତ ଅଢ଼େଇ ଦଶନ୍ଧି ଧରି ବଲାଙ୍ଗୀର ଜିଲାର ବିଭିନ୍ନ ସେକ୍ସନରେ କାମ କରିଆସୁଛନ୍ତି। ବଡ଼ ବଡ଼ ଅଧିକାରୀ ଓ ନେତା, ମନ୍ତ୍ରୀଙ୍କୁ ହାତ କରି ସେ ବଲାଙ୍ଗୀର ଜିଲାରେ ରହିଥିବା ଚର୍ଚ୍ଚା ହେଉଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri