ଫରେଷ୍ଟ କମିଶନ ଗଠନ ଦାବି ନେଇ ଏକାଠି ହେଲେ ବନ କର୍ମଚାରୀ

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ବ୍ରହ୍ମପୁର ଜୋନ୍‌ ପକ୍ଷରୁ ରବିବାର ଭଞ୍ଜନଗର ଲାଲସିଂ ନର୍ସରୀ ପରିସରରେ ଏକ ବୈଠକ ହୋଇଥିଲା। ସଭା ପ୍ରାରମ୍ଭରେ ଶିକାରୀ ମାନକ ଗୁଳିରେ ନିହତ ହୋଇଥିବା ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ବୈଠକରେ ଦାବି ହୋଇଥିଲା। ଏଥିସହ ସରକାର ତୁରନ୍ତ ଫରେଷ୍ଟ କମିଶନ ଗଠନ କରନ୍ତୁ। ପୋଲିସ ଭଳି ବନ କର୍ମଚାରୀଙ୍କୁ ମଧ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ବୈଠକରେ ଦାବି ହୋଇଥିଲା। ଉକ୍ତ ୩ ଦଫା ଦାବି ନେଇ ଆସନ୍ତା ୯ ତାରିଖରେ ସଂଘ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଏହାପରେ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ୍ୟାଚ ପିନ୍ଧି ଆନ୍ଦୋଳନ କରିବେ। ୨୧ ତାରିଖ ସୁଦ୍ଧା ସରକାର ଦାବିଗୁଡ଼ିକୁ ପୂରଣ ନ କଲେ ୨୨ ତାରିଖରୁ ସଙ୍ଘର ସମସ୍ତ ସଭ୍ୟା ସଭ୍ୟ ସମୂହ ଛୁଟିରେ ଯାଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ସମୟରେ ଆନ୍ଦୋଳନ ପ୍ରତ୍ୟାହାର ସମୟରେ ରାଜ୍ୟ କର୍ମକର୍ତ୍ତା ଏବଂ ବନଖଣ୍ଡ କର୍ମକର୍ତ୍ତା ମଧ୍ୟରେ ସମନ୍ବୟ ରହୁନାହିଁ। ଏଥିସହ କେତେକ ସ୍ଥାନରେ ବନଖଣ୍ଡ କର୍ମକର୍ତ୍ତା ଓ ସଭ୍ୟା ସଭ୍ୟଙ୍କ ମଧ୍ୟରେ ମଧ୍ୟ ସମନ୍ବୟ ରହୁନାହିଁ। ଫଳରେ ବିଗତ ଦିନରେ ଅନେକ ଆନ୍ଦୋଳନ ସଫଳ ହେଉନାହିଁ। କିନ୍ତୁ ଆଗାମୀ ଦିନରେ ହେଉଥିବା ଆନ୍ଦୋଳନ କିଭଳି ସଫଳ ହେବ ସେଥିପାଇଁ ସମସ୍ତ କର୍ମକର୍ତ୍ତା ସମସ୍ତ ଭେଦଭାବ ଭୁଲି ଆନ୍ଦୋଳନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ରାଜ୍ୟ ସହ ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ ରତ୍ନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଦୋଳନ କିଭଳି ସଫଳ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ବୈଠକରେ ଜୋନ ସଭାପତି ଅନୁପ କୁମାର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଜୋନ୍‌ର ଉପ ସଭାପତି ଶୁଶାନ୍ତ କୁମାର ସାହୁ, ଜୋନ କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ରାୟ, ଜୋନ ସମ୍ପାଦକ ଅମରେଶ ଦାସ, ବ୍ରହ୍ମପୁର ବନଖଣ୍ଡ ସଭାପତି ଅବିନାଶ ଚୌଧୁରୀ, ପାରଳାଖେମୁଣ୍ଡି ସଭାପତି ଦେବାଶିଷ ଶତପଥୀ, ଦକ୍ଷୀଣ ଘୁମୁସର ବନଖଣ୍ଡ ସଭାପତି ସୁଶାନ୍ତ ବିଷୋୟୀ, ବାଲିଗୁଡ଼ା ବନଖଣ୍ଡ ସମ୍ପାଦକ ସନ୍ତୋଷ ସେନାପତି, ବରିଷ୍ଠ କର୍ମକର୍ତ୍ତା ଶରତ କୁମାର ମହାନ୍ତି, ଭଞ୍ଜନଗର ବନଖଣ୍ଡ ସଭାପତି ସନ୍ତୋଷ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀ, ଜିତେନ୍ଦ୍ର କୁମାର ସେଠୀ, ଅଭିମନ୍ୟୁ ମଳିକ, ସୁଶୀଲ ରାଉତ, କୋଷାଧ୍ୟକ୍ଷ ଶୁଭସ୍ମିତା ପାତ୍ର, ଦକ୍ଷିଣ ବନଖଣ୍ଡର ପଲ୍ଲବୀ ନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri