ସାଇକେଲ ରାଲି କଲେ ବନକର୍ମଚାରୀ; ରେଞ୍ଜର କହିଲେ- ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନକୁ ମିଳିବ ୪ ଲକ୍ଷରୁ ଅଧିକ…

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପରିବେଶ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ୭ ଟାରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମଚାରୀ ଏକାଠି ହୋଇଥିଲେ। ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀ ରତ୍ନଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସାଇକେଲ ରାଲିିକୁ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରେ ବନ କର୍ମଚାରୀବୃନ୍ଦ ଦିଗପହଣ୍ଡି ପୁଞ୍ଜିକଂୟା ଛକ,ନନ୍ଦ ଗାଁ, ଭୁଶୁଣ୍ଡା,ଦୁଆର ଗାଁ ପ୍ରଭୃତି ୧୨ କିମି ରାସ୍ତା ଅତିକ୍ରମ କରି କମଳାପୁରସ୍ଥିତ ପ୍ରସିଦ୍ଧ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା,ବୃକ୍ଷରୋପଣ ଏବଂ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ରେଞ୍ଜର ସଚେତନ କରାଇଥିଲେ।ବର୍ଷା ଋତୁରେ ସ୍ଥାନୀୟ ଅଞ୍ଚଳମାନଙ୍କରେ ଆଗାମୀ ଦିନରେ ଅଧିକରୁ ଅଧିକ ଚାରାରୋପଣ କରି ସବୁଜ ପରିବେଶ ସହ ସୁସ୍ଥ ଜୀବନ ଗଢିବା ପାଇଁ ଚାରାରୋପଣର ଆବଶ୍ୟକତା ରହିଛି ବୋଲି ବନବିଭାଗ ପକ୍ଷରୁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଫରେଷ୍ଟର ସନ୍ତୋଷ ସାହୁ,ଇଶ୍ୱା. ଗଣେଶ,ଫରେଷ୍ଟ ଗାର୍ଡ ପ୍ରଦୀପ ସ୍ବାଇଁ,ସୁଜାତା ସାହୁ,ଲିଜା ନାୟକ, ସାରଥି କାର୍ଯିଙ୍କ ସମେତ ସମସ୍ତ ଜଙ୍ଗଲ ସୁରକ୍ଷା କର୍ମଚାରୀ, ପାରା ବନ କର୍ମଚାରୀ ,ଅନ୍ୟ ବନ କର୍ମଚାରୀ ବୃନ୍ଦ ଓ ବହୁ ସଂଖ୍ୟକ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ ।ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ୭ଟି ସ୍ଥାୟୀ ଓ ଅସ୍ଥାୟୀ ନର୍ସରୀରେ ପ୍ରସ୍ତୁତ ପ୍ରାୟ ୪ ଲକ୍ଷରୁ ଅଧିକ ଚାରା ବିଭିନ୍ନ ସ୍କୁଲ,କଲେଜ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ସାଧାରଣ ଲୋକଙ୍କୁ ବିତରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ରେଞ୍ଜର କହିଛନ୍ତି।

Odisha’s No.1 Odia Daily

Share