୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ

ଗ୍ଲାସ୍‌ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱର ପ୍ରାୟ ଶହେ ନେତା। ଜଙ୍ଗଲ ସୁରକ୍ଷା ତଥା ଏହାର ପୁନରୁଦ୍ଧାର ପାଇଁ ସରକାରୀ ଓ ବେସରକାରୀ ପାଣ୍ଠିରୁ ୧୯ ବିଲିୟନ ଡଲାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। କୋପ୍‌୨୬ ବୈଠକରେ ସୋମବାର ରାତିରେ ହୋଇଥିବା ଆଲୋଚନାରେ ଏ ବାବଦରେ ଏକ ମିଳିତ ବିବୃତି ଜାରି କରାଯାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଓ୍ବାଲର୍‌ଡ ଲିଡରଙ୍କ ତରଫରୁ ଏହି ବିବୃତିକୁ ସାର୍ବଜନୀନ କରିଛନ୍ତି। ବିଶ୍ୱର ୮୫ ପ୍ରତିଶତ ଜଙ୍ଗଲ ଥିବା ବ୍ରାଜିଲ, ଇଣ୍ଟୋନେସିଆ, ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ ଆଦି ଦେଶ ଏହି ବିବୃତିରେ ନିଜ ସମର୍ଥନ ଜଣାଇଛନ୍ତି।
ଜଙ୍ଗଲ, ଜମି ବ୍ୟବହାର ଉପରେ ଗ୍ଲାସ୍‌ଗୋ ନେତାଙ୍କ ଏହି ଘୋଷଣାନାମା ମୋଟ ୧୩ ନିୟୁତ ବର୍ଗ ମାଇଲରୁ ଅଧିକ ବନାଞ୍ଚଳକୁ ଆବୃତ୍ତ କରିବ। ପ୍ରକୃତି ଉପରେ ବିଜୟ ମାନବିକତାକୁ ଶେଷ କରି ଆମକୁ ପ୍ରକୃତିର ରକ୍ଷକ ହେବାକୁ ପଡ଼ିବ ବୋଲି ବୋରିସ୍‌ କହିଛନ୍ତି। ଆମେରିକାର ନୂଆ ଯୋଜନା ପ୍ରାକୃତିକ ଜଙ୍ଗଲ କ୍ଷୟ ରୋକିବା ପାଇଁ ମିଳିତ ଲକ୍ଷ୍ୟ ପୂରଣ ଏବଂ ଅନୂ୍ୟନ ୨୦୦ ନିୟୁତ ହେକ୍ଟର ଜଙ୍ଗଲ ଓ ଅନ୍ୟ ଇକୋସିଷ୍ଟମର ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ସରକାରୀ ଓ ବେସରକାରୀ ଭାବେ ଏକାଧିକ ଅତିରିକ୍ତ ଅଭିଯାନ ଲଞ୍ଚ୍‌ କରାଯାଇଛି। ଏଥିରେ ଜଙ୍ଗଲ ଓ ସ୍ଥାୟୀ କୃଷି ଭୂମିର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ଜଗୁଆଳି ରଖାଯିବାକୁ ସ୍ଥିର ହୋଇଛି। ସେହିପରି ଅଙ୍ଗାରକାମ୍ଳ ପରେ ଗ୍ରୀନହାଉସ୍‌ ଗ୍ୟାସ୍‌ର ଅନ୍ୟତମ ପ୍ରମୁଖ ଉପାଦାନ ମିଥେନ୍‌ ଗ୍ୟାସ୍‌ ନିର୍ଗମନକୁ ୨୦୨୦ ତୁଳନାରେ ୨୦୩୦ ସୁଦ୍ଧା ୩୦ ପ୍ରତିଶତ ହ୍ରାସ କରିବାକୁ ଗ୍ଲାସ୍‌ଗୋ ସମ୍ମିଳନୀରେ ବିଶ୍ୱନେତାମାନେ ହାତ ମିଳାଇଛନ୍ତି।
ଅଣଲାଭକାରୀ ସଂସ୍ଥା ଓ୍ବାଲ୍ଡ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଡବ୍ଲ୍ୟୁଆର୍‌ଆଇ)ଅନୁସାରେ, ବିଶ୍ୱ ଅଙ୍ଗାରକାମ୍ଳର ପ୍ରାୟ ୩୦ ପ୍ରତିଶତକୁ ଜଙ୍ଗଲ ଅବଶୋଷଣ କରିଥାଏ। କିନ୍ତୁ ଏବେ ଏହି ପ୍ରକ୍ରିୟା ଧିମେଇଥିବାରୁ ବିଶ୍ୱତାପନ ବୃଦ୍ଧି ପାଇଛି। କେବଳ ୨୦୨୦ରେ ବିଶ୍ୱରେ ୨ ଲକ୍ଷ ୫୮ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି, ଯାହାର ଆକାର ବ୍ରିଟେନ୍‌ଠାରୁ ମଧ୍ୟ ବଡ଼। ପୂର୍ବରୁ ମଧ୍ୟ ବିଶ୍ୱ ନେତାମାନେ ପରିବେଶ, ଜଙ୍ଗଲ ସୁରକ୍ଷା ଦିଗରେ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇନାହିଁ। ଏବେ ଜଳବାୟୁ ସମ୍ମିଳନୀରେ ବିଶ୍ୱନେତାଙ୍କ ନୂଆ ପ୍ରତିଶ୍ରୁତି କିପରି କାର୍ଯ୍ୟକ୍ଷମ ହୋଇପାରିବ ତାହା ସ୍ପଷ୍ଟ କରାଯାଇନାହିଁ ବୋଲି ଡବ୍ଲ୍ୟୁଆର୍‌ଆଇ ପକ୍ଷରୁ କୁହାଯାଇଛି।

‘ଏବେ ଆକ୍ସନର ବେଳ’

ଭବିଷ୍ୟତ ପିଢ଼ି ପାଇଁ ପୃଥିବୀକୁ ରକ୍ଷା କରିବାକୁ ହେଲେ ଏବେ ହିଁ ଆକ୍ସନ ବା ସକ୍ରିୟ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ। ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ବିଶ୍ୱ ନେତାମାନଙ୍କ ଉପସ୍ଥିତିରେ ୯୫ ବର୍ଷୀୟ ମହାରାଣୀଙ୍କ ଏକ ଭିଡିଓ ବାର୍ତ୍ତାକୁ ବିଶେଷ ସ୍ବାଗତ ସମାରୋହରେ ଚଲାଯାଇଥିଲା। ଏହି ସମ୍ମିଳନୀରେ ସେ ବ୍ୟକ୍ତିଗତ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏଥିରୁ ବିରତ ରହିଥିଲେ। ଆଲୋଚନା ପ୍ରତିଶ୍ରୁତିର ସମୟ ଯାଇଛି। ଏବେ କେବଳ କାର୍ଯ୍ୟ କରିବାର ବେଳ। ଅନେକ ସମୟରେ ନେତାମାନେ କେବଳ ସରକାର ଗଠନ ଏବଂ ରାଜନୀତି ପାଇଁ ଲୋକଙ୍କ କାମ କରୁଥିବା ଦେଖାଯାଇଛି। କିନ୍ତୁ ଆସନ୍ତାକାଲି ପାଇଁ ସେମାନଙ୍କ କାର୍ଯ୍ୟ ବେଶ୍‌ ମହତ୍ତ୍ୱ ରଖେ। ଏହି ସମ୍ମିଳନୀ ଏକ ନିଆରା ସୁଯୋଗ ଦେବ, ଯାହା ଦ୍ୱାରା ବିଶ୍ୱ ନେତାମାନେ ରାଜନୀତିରୁ ଉପରକୁ ଉଠି ପ୍ରକୃତ ଲିଡର ଭାବେ କାର୍ଯ୍ୟ କରିବେ ବୋଲି ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri