ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ବିଶ୍ୱ ସାଇକେଲ ଦିବସ ଅବସରରେ ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ବନପାଳ, ବନରକ୍ଷୀ, ସ୍କ୍ବାଡ୍ କର୍ମଚାରୀମାନେ ସାଇକେଲରେ ଜଙ୍ଗଲକୁ ଯାଇ ଡ୍ୟୁଟି କରିଥିଲେ। ଏଥିସହ ପ୍ଲାକାର୍ଡ ଧରି ଜଙ୍ଗଲ ସୁରକ୍ଷା, ପ୍ଲାଷ୍ଟିକ୍ ବର୍ଜନ ପ୍ରମୁଖ ବିଷୟରେ ସଚେତନ କରାଇଥିଲେ। ଏଥିସହ ଆଗାମୀ ଦିନରେ ସାଇକେଲରେ ମଧ୍ୟ ଡ୍ୟୁଟି କରିବା ପାଇଁ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାଇକେଲ ରାଲି ହୋଇଥିଲା। ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥ ରହିବା ସହ ପରିବେଶ ମଧ୍ୟ ସୁରକ୍ଷିତ ରହିବ। ତୈଳ ସଙ୍କଟ ମଧ୍ୟ କମିବ। ତେଣୁ ସାଇକେଲ ଚଳାଇବା ଉପରେ ଗୁରୁତ୍ୱ ଦିଆଯାଇଛି।