ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୁଇ ଉଜୁଡା ଜଙ୍ଗଲ ଜୀବନ୍ୟାସ ପାଇଛି। ଏବେ ସେହି ଜଙ୍ଗଲ ସବୁଜିମାରେ ପୂରି ଉଠିଛି। ଆଦିବାସୀଙ୍କ ଏହି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଛି।
ଷଣ୍ଢମରା ଓ ସମ୍ପଡ଼ା ଗାଁ ନିକଟରେ ରହିଛି ହାତୀମୁଣ୍ଡ ଜଙ୍ଗଲ। ପ୍ରାୟ ୩୦ ବର୍ଷ ତଳେ ସେହି ଜଙ୍ଗଲ ଶାଳଗଛରେ ପୂରି ରହିଥିଲା। ହେଲେ କାଠ ମାଫିଆମାନେ ଧୀରେ ଧୀରେ ସେହି ଜଙ୍ଗଲକୁ ପଦା କରି ଦେଇଥିଲେ। ଏପରି ସ୍ଥିତି ଦେଖି ଦୁଇ ଗାଁର ଆଦିବାସୀମାନେ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ଉଭୟ ଗାଁରେ ଏଥିପାଇଁ ବୈଠକ ବସିଲା। ଗାଁ ଲୋକ ଜଙ୍ଗଲ ଜଗିବାକୁ ସହମତି ପ୍ରକାଶ କରିବା ପରେ ପରିବାର ପିଛା ମୁଠେ ଲେଖାଏ ଚାଉଳ ଆଦାୟ କରାଗଲା। ଦୁଇ ଗାଁର ୪ଜଣ ଲୋକ ପାଳି କରି ଜଙ୍ଗଲକୁ ସୁରକ୍ଷା ଦେଲେ। ସଂଗ୍ରହ କରାଯାଉଥିବା ମୁଠି ଚାଉଳକୁ ବିକ୍ରି କରି ଯାହା ମିଳୁଥିଲା ତାହା ଜଙ୍ଗଲ ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଉଥିଲା। ପ୍ରଥମେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଥିଲା। ଆଦିବାସୀମାନେ ଭୟ ନ କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଧୀରେ ଧୀରେ ସେହି ଜଙ୍ଗଲରୁ କାଠ ମାଫିଆଙ୍କ ଅଧିକାର ହଟିଥିଲା। ଏବେ ଷଣ୍ଢମରାରେ ୧୭୭ ହେକ୍ଟର ଓ ସମ୍ପଡ଼ାରେ ୧୫୦ ହେକ୍ଟର ଜଙ୍ଗଲରେ ଶାଳଗଛ ଠିଆ ହୋଇଛି।
ଷଣ୍ଢମରା ଓ ସମ୍ପଡ଼ା ଗାଁରେ ବସବାସ କରୁଥିବା ଆଦିବାସୀଙ୍କ ନିଜସ୍ବ ଜମି ନାହିଁ କହିଲେ ଚଳେ। ସେମାନେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ଘରର ମହିଳାମାନେ ଜଙ୍ଗଲରୁ ଶାଳପତ୍ର ଆଣି ଖଲି ତିଆରି କରନ୍ତି। ଜଙ୍ଗଲର ଶୁଖିଲା କାଠ ବିକ୍ରି କରିଥାନ୍ତି। ଶୁଖିଲା କାଠ ବି ଜାଳେଣି ପାଇଁ ବ୍ୟବହୃତ ହୁଏ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଷଣ୍ଢମରାର ପ୍ରମୋଦ ପ୍ରଧାନ ଓ ସମ୍ପଡ଼ା ଗାଁର ନରେନ୍ଦ୍ର ବେହେରା କୁହନ୍ତି, ଷଣ୍ଢମରାରେ ୨୦ ପରିବାରର ୧୦୦ ଓ ସମ୍ପଡ଼ାରେ ୧୭ ପରିବାରର ୭୬ ଲୋକ ବାସ କରନ୍ତି। ସବୁ ଲୋକ ଜଙ୍ଗଲ ସୁରକ୍ଷାରେ ଲାଗି ପଡିଛନ୍ତି। ଜଙ୍ଗଲ ବଢ଼ିବା ପରେ ୨ଜଙ୍ଗଲକୁ ବନ ସୁରକ୍ଷା ସମିତିରେ ସାମିଲ କରାଯାଇଛି। ହେଲେ ସୁଫଳ ମିଳୁନାହିଁ। କେବଳ କାଗଜକଲମରେ ଆମ ଜଙ୍ଗଲ ବନ ସୁରକ୍ଷା ସମିତିରେ ରହିଛି ବୋଲି ଉଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri