ଏମ୍‌ଏଚ୍‌ଏରେ ବନ ଅଧିକାରୀ

Dillip Cherian

କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍‌ ଗୋଷ୍ଠୀକୁ ଅଣଦେଖା କରି ଆସୁଛନ୍ତି। ଏହି ଧାରା ପୂର୍ବରୁ ଲାଗି ରହିଛି ଓ ଏହା ଏବେ ପୁନର୍ବାର ସ୍ପଷ୍ଟ ହୋଇଛି। ଗତ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ନିଯୁକ୍ତି ପାଇଁ ସବୁ ସର୍ଭିସରୁ ଅଧିକାରୀମାନଙ୍କୁ ନେଇ ସରକାର ତାଲିକା ପ୍ରସ୍ତୁତ କରୁଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟଗୁଡ଼ିକର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ସେମାନଙ୍କୁ ଅବସ୍ଥାପିତ କରୁଛନ୍ତି। ଦେଖିବାକୁ ଗଲେ ଆରମ୍ଭରୁ ବିଶେଷକରି ଏହି ସବୁ ପଦବୀ ସମ୍ପୂର୍ଣ୍ଣ ଭାବେ ଆଇଏଏସ୍‌ଙ୍କ ପାଇଁ ସଂରକ୍ଷିତ ରହିଥିଲା। ତେବେ ସେ ଯାହା ହେଉନା କାହିଁକି ସରକାର ନିକଟରେ ୧୯୮୭ ବ୍ୟାଚ୍‌ ଛତିଶଗଡ଼ କ୍ୟାଡର୍‌ର ଭାରତୀୟ ବନସେବା(ଆଇଏଫ୍‌ଏସ୍‌) ଅଧିକାରୀ ବି.ଭି.ଉମାଦେବୀଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ)ରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଦର୍ଶାଉଛି ଯେ, ସରକାର ଏହି ଧାରାକୁ ଜାରି ରଖିବା ଲାଗି ଚାହଁୁିଛନ୍ତି ଓ ଏହା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଅବଶ୍ୟ ନିୟମପୁସ୍ତିକା ଅନୁସାରେ ସରକାର କାମ କରୁଛନ୍ତି। ଯେକୌଣସି ପଦବୀକୁ ଯେ କୌଣସି ସିଭିଲ ସର୍ଭିସ ଅଧିକାରୀଙ୍କୁ ଆଣିବା ପାଇଁ ସରକାର ନିୟମ ଅଧୀନ ଅଧିକାର ପାଳନ କରୁଛନ୍ତି। ସରକାର ଏବାବଦରେ ନିର୍ଦ୍ଧାରିତ ଅଧିକାରର ସୀମା ନ ଟପି ବାବୁମାନଙ୍କ ମେରିଟ୍‌ ଏବଂ ପ୍ରଦର୍ଶନ ଆଧାରରେ ନିଯୁକ୍ତି ଦେଉଛନ୍ତି। ଯେ କୌଣସି ପଦବୀ ଉପରେ ଆଇଏଏସ୍‌ମାନଙ୍କର ପ୍ରଥମ ଅଧିକାର ନ ଥିଲେ ମଧ୍ୟ ସେମାନେ ସବୁବେଳେ ପରମ୍ପରା ଉପରେ ଦାବି ଉପସ୍ଥାପନ କରିପାରିବେ ଓ ଏହାକୁ ସମର୍ଥନ କରିବା ଲାଗି ଅତୀତର ଉଦାହରଣ ମଧ୍ୟ ଦେବାରେ କିଛି ଅସୁବିଧା ନାହିଁ। ଅତୀତରେ ଏଭଳି ନିଯୁକ୍ତିଗୁଡ଼ିକରେ ଆଇଏଏସ୍‌ ଅଧିକାରୀ ମାନଙ୍କ ମନୋଭାବ ମଧ୍ୟ ସ୍ପଷ୍ଟ ହୋଇଥିଲେ ବି ଏବକାର ସରକାର ଅତୀତ ଉପରେ ଧ୍ୟାନ ଦେବାର ସମ୍ଭାବନା କମ୍‌ ରହିଛି । ସରକାର ଏବେ ବିନା କ୍ୟାଡର ବିଚାରରେ ପଦବୀ ପାଇଁ ଦକ୍ଷ ବାବୁ ଖୋଜିବାରେ ଅଧିକ ଯନତ୍ବାନ୍‌ ଅଛନ୍ତି। ଗତ ମାସରେ ଗୁଜରାଟ କ୍ୟାଡର୍‌ର ଆଇଏଫ୍‌ଏସ୍‌ ଅଧିକାରୀ ଭରତ ଲାଲ୍‌ଙ୍କୁ ପଦୋନ୍ନତି ଦେଇ ଲୋକପାଳ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ଏହା ପୂର୍ବରୁ ତାଙ୍କୁ ଜଳଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ଏମ୍‌ଏଚ୍‌ଏରେ ଉମାଦେବୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଆଇଏଏସ୍‌ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିବା ପଦବୀରେ ଏଭଳି ନିଯୁକ୍ତି ଉପରେ ସେମାନେ ବହୁବାର ପ୍ରତିବାଦର ସ୍ବର ଉଠାଇଛନ୍ତି। ହେଲେ କୌତୂହଳର କଥା, ଉମାଦେବୀଙ୍କ ନିଯୁକ୍ତି ଘଟଣାରେ ଆଇଏଏସ୍‌ମାନଙ୍କ ମଧ୍ୟରେ ସେମାନଙ୍କ ସମ୍ମାନଜନକ କ୍ଷେତ୍ରର ସୁରକ୍ଷା ଲାଗି ଏବେ ସୁଦ୍ଧା ସ୍ପଷ୍ଟ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
ଚୟନରେ ସତର୍କତା
କମଳନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ବିବେକ ଜୋହରିଙ୍କୁ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଆସନ୍ତା ମାର୍ଚ୍ଚରେ ତାଙ୍କ ଲମ୍ବା କ୍ୟାରିୟର ଶେଷ ହେବାକୁ ଯାଉଛି। ୨୦୨୦ରେ ସେ ଅବସର ନେବାର ଥିଲା। କିନ୍ତୁ ସେହି ବର୍ଷ ମାର୍ଚ୍ଚରେ ତାଙ୍କ କାର୍ଯ୍ୟକାଳକୁ ଆଉ ଦୁଇବର୍ଷ ଲାଗି ସମ୍ପ୍ରସାରିତ କରାଯାଇଥିଲା। ତେବେ ଘଟଣାକ୍ରମରେ କମଳନାଥ ସରକାରର ପତନ ଘଟିଲା ଓ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଫେରିଲା । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୌହାନ୍‌ ଡିଜିପି ଭାବେ ଜୋହରିଙ୍କୁ ରଖି ସମସ୍ତ ବାବୁଙ୍କୁ ଚକିତ କରିଦେଇଥିଲେ। ଜୋହରିଙ୍କ କାର୍ଯ୍ୟକାଳ ନିକଟରେ ଶେଷ ହେବାକୁ ଯାଉଥିବାରୁ ତାଙ୍କ ପରେ ସେହି ପଦବୀରେ କେଉଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରହିବେ ତାହାକୁ ନେଇ ବାବୁ ପରିସରରେ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟ ସରକାର ଏଯାବତ ନିଯୁକ୍ତି ବାବଦରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ସରକାର ମଧ୍ୟ ୟୁନିୟନ୍‌ ପବ୍ଲିକ ସର୍ଭିସ କମିଶନ(ୟୁପିଏସ୍‌ସି)କୁ ଡିଜିପି ଲାଗି ଯୋଗ୍ୟ ଅଧିକାରୀମାନଙ୍କ ନାମ ତାଲିକା ପଠାଇ ନାହାନ୍ତି, ଯାହାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଏହାକୁ କେନ୍ଦ୍ର କରି ବିଭିନ୍ନ ଗୁଜବ ମଧ୍ୟ ବ୍ୟାପିବାରେ ଲାଗିଛି। କିନ୍ତୁ ବୁଦ୍ଧିଜୀବୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚୌହାନ୍‌ ସରକାର ଡିଜିପି ଭଳି ଶୀର୍ଷ ପଦବୀ ପାଇଁ ଜଣେ ଦକ୍ଷ ବ୍ୟକ୍ତିଙ୍କ ଚୟନ ନିଶ୍ଚିତ କରିବା ପୂର୍ବରୁ ସତର୍କତାର ସହ ପଦକ୍ଷେପ ନେଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri