ଚୋରା ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଯାଜପୁର ଅଫିସ, ୩୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବଜାରେ ରହିଛି। ବଳଙ୍ଗ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ଯାଜପୁର ଅତିରିକ୍ତ ଜିଲାପାଳ(ଏଡିଏମ)ଙ୍କୁ ଦେଇଥିବା ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ଧର୍ମଶାଳା ତହସିଲଦାର ୫ରୁ ଊର୍ଦ୍ଧ୍ୱ ଥର ଏଡିଏମ୍‌ ଓ କଟକ ବନଖଣ୍ଡ ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫଓ)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସରକାରୀ ଜଙ୍ଗଲ ଜମି ଶେଷ ହେବାକୁ ବସିଛି ବୋଲି ମତପ୍ରକାଶ ପାଇଛି। କଳାପଥର ବ୍ୟବସାୟୀଙ୍କ ସହ ମୂଲଚାଲ କରି ସମ୍ପୃକ୍ତ ସରକାରୀ ଅଧିକାରୀ ଏହି ଜଙ୍ଗଲ ଜମିକୁ ସେମାନଙ୍କ ହାତକୁ ଟେକି ଦେଇଥିବାରୁ ବିଭିନ୍ନ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ପଶୁପକ୍ଷୀ ବିପଦରେ ପଡିଛନ୍ତି ବୋଲି ଆଖପାଖ ଗ୍ରାମବାସୀ ପ୍ରକାଶ କରିଛନ୍ତି।
ରାଜ୍ୟରେ ପ୍ରତିବର୍ଷ ୩ ଲକ୍ଷରୁ ଊର୍ଦ୍ଧ୍ୱ ହେକ୍ଟର ଜଙ୍ଗଲ ନଷ୍ଟ ହେଉଛି ବୋଲି ଆକଳନ କରାଯାଉଛି। ଏହି ପରିସ୍ଥିତିରେ ଆଗାମୀ ୧୦ବର୍ଷରେ ଓଡ଼ିଶା ଜଙ୍ଗଲଶୂନ୍ୟ ହେବ ବୋଲି ବିଶେଷଜ୍ଞ ଓ ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି। ଏଥିପାଇଁ ସେମାନେ ଶିଳ୍ପ ଓ ଖଣି ଖାଦାନକୁ ଦାୟୀ କରିଛନ୍ତି। କିନ୍ତୁ ଏହି ଉଦ୍‌ବେଗଜନକ ସ୍ଥିତି ଜଙ୍ଗଲ ବିଭାଗକୁ ତତ୍ପର କରିଥିବା ମନେ ହେଉନାହିଁ। ଜୋରସୋରରେ ଲଘୁଖଣିଜ ଦ୍ରବ୍ୟ ଲୁଟ ସହ ଶିଳ୍ପାୟନ ଚାଲିଥିବା ଯାଜପୁର ଜିଲାରେ ଜଙ୍ଗଲ ବିଭାଗ ଟଙ୍କା ଯା’ର ଜଙ୍ଗଲ ତା’ର ନୀତି ଆପଣେଇଥିବା ମନେ ହେଉଛି। ଏହି କ୍ରମରେ ଧର୍ମଶାଳା ତହସିଲଦାର ଏଡିଏମ୍‌ ଓ ଡିଏଫଓଙ୍କୁ ଦେଇଥିବା ରିପୋର୍ଟରୁ ଜଣାପଡିଛି ଯେ, ଧର୍ମଶାଳା ତହସିଲର ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ ଜମିରେ ଶତାଧିକ ପଥର ଖାଦାନ ଚାଲିଛି। ବିଛାଖଣ୍ଡି ଜଙ୍ଗଲ କିସମ ମୌଜାର ଖାତା ନମ୍ବର ୩୮୯ର ପ୍ଲଟ ନମ୍ବର ୧୮୪୮, ୧୮୫୬, ୧୮୬୧, ୧୮୭୬, ୧୮୭୨ ଓ ୧୮୭୧, ଅଞ୍ଜିରା ଜଙ୍ଗଲ କିସମ ମୌଜାର ଖାତା ନମ୍ବର ୧୭୨୯ର ପ୍ଲଟ ନମ୍ବର ୧୪୭୭ ଏବଂ କୁସୁନପୁର ସଂରକ୍ଷିତ ଜଙ୍ଗଲ କିସମ ମୌଜାର ଖାତା ନମ୍ବର ୬୩୧ର ପ୍ଲଟ ନମ୍ବର ୧୩୫୮, ୧୩୬୬, ୧୫୨୭ ଓ ୧୫୫୬ର ୪୫୬.୩୪ ଏକର ଜମିରୁ ବେଆଇନ କଳାପଥର ଉତ୍ତୋଳନ ହେଉଛି। ଏହାବାଦ ବେଆଇନ ଖାଦାନ ସହ କ୍ରଶରଗୁଡିକ ମଧ୍ୟ ଜଙ୍ଗଲ ଜମିରେ ଚାଲିଛି। ଏଥିଯୋଗୁ ପରିବେଶ ପ୍ରଦୂଷଣ ଉତ୍କଟ ହେଉଥିବା ବେଳେ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାରବାର ରୋକିବାକୁ ତହସିଲ ପକ୍ଷରୁ ୧୧।୯।୨୦୧୯ରୁ ଉପରୋକ୍ତ ଜଙ୍ଗଲ ଜମିରେ ୧୪୪ ଧାରା ଲାଗୁ କରାଯାଇଛି। ତଥାପି ବିନା ଆର୍‌-ଫର୍ମରେ ଦୈନିକ କିଭଳି ଭାବରେ ବେଆଇନ କଳପଥର ପରିବହନ ହେଉଛି, ତାହା ତଦନ୍ତ ସାପେକ୍ଷ। ରାସ୍ତାରେ ଗେଟି, ବୋଲଡର, ଚିପ୍ସ ଆଦି ପରିବହନ କରାଯାଉଥିବା ଗାଡିର ଚେକିଂ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ବେଆଇନ ପରିବହନକୁ ଛାଡି ଦେଉଥିବା ଅଭିଯୋଗ ହେଉଛି। ଏ ନେଇ ଆଖପାଖ ଗ୍ରାମବାସୀ ଜିଲାପାଳଙ୍କଠାରୁ ଆରମ୍ଭ କରି ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ କରିଛନ୍ତି। କିନ୍ତୁ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ଟଙ୍କା ଲୋଭରେ ଯେନତେନ ପ୍ରକାରେ ରିପୋର୍ଟ ଦାଖଲ କରି ନିଜର ଦୋଷ ଛଡାଇବାରେ ବ୍ୟସ୍ତ ରହୁଛନ୍ତି। ତେବେ ଏହାକୁ ବିରୋଧ କରି ୨୦୧୯ ସେପ୍ଟେମ୍ବରରେ ବେଆଇନ ପଥର ଖାଦାନକୁ ଆଖପାଖ ଅଞ୍ଚଳର ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଯେଉଁମାନେ ଜଙ୍ଗଲ ଜମିର ସୁରକ୍ଷା ପାଇଁ ବେଆଇନ ଖାଦାନକୁ ବିରୋଧ କରିଥିଲେ ସେହି ଗୋଷ୍ଠୀର ୩୨ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏ ସଂକ୍ରାନ୍ତରେ କଟକ ଡିଏଫଓ ସୁଦର୍ଶନ ପାତ୍ରଙ୍କୁ ପଚାରିବାରେ ବେଆଇନ କଳାପଥର ଖାଦାନ ରୋକିବାକୁ ଜିଲାପାଳଙ୍କ ଦ୍ୱାରା ଗଠିତ ସ୍କ୍ବାଡ ଏବେ ଭଲଭାବରେ କାର୍ଯ୍ୟକାରୀ ହେଉନାହିଁ। ଜଙ୍ଗଲ ବିଭାଗରେ ୭୫ ଗାର୍ଡ ବଦଳରେ ମାତ୍ର ୨୭ ଜଣ ଅଛନ୍ତି। ସେହି ଦୃଷ୍ଟିରୁ ଠିକ୍‌ ଭାବେ ଧରପଗଡ଼ ହୋଇପାରୁନାହିଁ। ତଥାପି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?