୩୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟ ଗାର୍ଡ

ସମ୍ବଲପୁର,୩ା୧୧(ବ୍ୟୁରୋ)-ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାମର ବିଲ୍‌ କରିବା ପାଇଁ ସେ ୩୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ଏ ନେଇ ଭିଜିଲାନ୍ସ ବିଭାଗ ଏକ ମାମଲା (ନଂ.୨୮/୨୦) ରୁଜୁ କରି ତାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି।