ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.):  ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି। ହେଲେ ଏହାକୁ କିପରି ଆୟତ୍ତ କରାଯିବ ସେ ଦିଗରେ ତତ୍ପରତା ପ୍ରକାଶ କରୁନି ବନ ବିଭାଗ। ଫଳରେ ଅଧିକରୁ ଅଧିକ ବ୍ୟାପୁଥିବା ଏହି ଜଙ୍ଗଲ ନିଅଁା ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି।
ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ପାତ୍ରପଡାରୁ ଶିମିଳିପାଳକୁ ଲମ୍ବିଥିବା ଦେବୀନଗର ପାହାଡ଼ କିଛିଦିନ ହେବ ଜଳୁଛି। ଜଙ୍ଗଲରେ ନିଆଁ କିପରି ଲାଗିଲା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହା ସାଧାରଣ ଭାବେ ମନୁଷ୍ୟକୃତ ବୋଲି ଅନୁମାନ କରାଯାଉଛି। କାରଣ ମହୁଲ ଫୁଲ, ଶାଳପତ୍ର ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନଙ୍କ ଦ୍ୱାରା ଅନେକ ସମୟରେ ଜଙ୍ଗଲରେ ନିଆଁ ଲଗାଯାଉଥିବା ଦେଖାଯାଇ ଆସିଛି। ତେଣୁ ଏଠାରେ ସେପରି କିଛି ଘଟଣା ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଦେବୀନଗର ପାହଡ଼ ଓ ଏହାର ପାଦ ଦେଶରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ପୋଡ଼ିଗଲାଣି। ଜୀବଜନ୍ତୁ, କୀଟପତଙ୍ଗ, ସରୀସୃପଙ୍କ ଜୀବନହାନି ହେଲାଣି। ଅନେକ ବନ୍ୟଜନ୍ତୁ ଜୀବନ ବଞ୍ଚାଇବା ଲାଗି ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ସେହିପରି ନିଆଁ ଧାସ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବୃଦ୍ଧିର କାରଣ ହୋଇଥିବାବେଳେ ଧୂଆଁ ଅଣନିଃଶ୍ୱାସୀ ପରିସ୍ଥିତି ସୃଷ୍ଟି କରୁଛି। ଏଥିସହିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମରେ ଚାଷୀ କରିଥିବା ଫସଲ କ୍ଷତି ହେବାର ସମ୍ଭାବନା ରହିଛି। ଏପରିକି ବନ ସଂରକ୍ଷଣ ସମିତି ଓ ବନ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ବୟ ରହୁ ନ ଥିବାରୁ ଏହି ନିଅଁାକୁ ଆୟତ୍ତ କରାଯାଇ ପାରୁ ନ ଥିବା ଅଭିଯୋଗ ହେଉଛି।

ଆୟତ୍ତ ଉଦ୍ୟମ ଜାରି ରହିଛି
ଜଙ୍ଗଲ ନିଆଁ ଆୟତ୍ତ କରିବା ପାଇଁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ହେଲେ ସ୍ଥାନୀୟ ବନ ସରଂକ୍ଷଣ ସମିତିଗୁଡିକର ସହଯୋଗ ମିଳିପାରୁ ନାହିଁ। ଏହାଛଡ଼ା ଉକ୍ତ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ଥିବାରୁ ଭିତରକୁ ପଶି ତୁରନ୍ତ ନିଆଁ ଲିଭାଇବା ସମ୍ଭବ ହେଉନାହିଁ। ହାତୀପଲଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଇ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।
-ପ୍ରତାପ ଚନ୍ଦ୍ର ରାଉଳ, ବନାଞ୍ଚଳ ଅଧିକାରୀ

ସମନ୍ବୟର ଅଭାବ ଦେଖାଦେଇଛି
ବନ ବିଭାଗର ଅପାରଗତା ପାଇଁ ଦେବୀନଗର ଜଙ୍ଗଲରୁ ନିଆଁ ଲିଭିପାରୁ ନାହିଁ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ବନ ସଂରକ୍ଷଣ ସମିତି ଓ ବନବିଭାଗ ମଧ୍ୟରେ ସମନ୍ବୟ ରହୁନାହିଁ। ଏହି କାରଣରୁ ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି।
-ବିଜୟ କୁମାର ପ୍ରଧାନ, ସଭାପତି, ଜୟ ଜଗନ୍ନାଥ ବନସଂରକ୍ଷଣ ସମିତି

ତଦାରଖ କରାଯାଉ ନାହିଁ
ଜଙ୍ଗଲ ମଧ୍ୟରେ କରାଯାଉଥିବା ଜଳାଶୟ ଯୋଜନାର ସୁଫଳ ମିଳୁନାହିଁ। ଠିକ୍‌ ଭାବେ ଫାୟାର ଲାଇନ କରା ନ ଯିବା ଓ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ କରାଗଲେ ମଧ୍ୟ ଏହାର ତଦାରଖ କରାଯାଉ ନାହିଁ। ଫଳରେ ବନ୍ୟ ସମ୍ପଦ ଓ ଜୀବଜନ୍ତୁ ଏବେ ବିପଦ ମୁଖରେ ପଡୁଛନ୍ତି।
-ଗିରିଶ ଚନ୍ଦ୍ର ପ୍ରଧାନ, ଶିମିଳିପାଳ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri