ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.):  ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି। ହେଲେ ଏହାକୁ କିପରି ଆୟତ୍ତ କରାଯିବ ସେ ଦିଗରେ ତତ୍ପରତା ପ୍ରକାଶ କରୁନି ବନ ବିଭାଗ। ଫଳରେ ଅଧିକରୁ ଅଧିକ ବ୍ୟାପୁଥିବା ଏହି ଜଙ୍ଗଲ ନିଅଁା ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି।
ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ପାତ୍ରପଡାରୁ ଶିମିଳିପାଳକୁ ଲମ୍ବିଥିବା ଦେବୀନଗର ପାହାଡ଼ କିଛିଦିନ ହେବ ଜଳୁଛି। ଜଙ୍ଗଲରେ ନିଆଁ କିପରି ଲାଗିଲା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହା ସାଧାରଣ ଭାବେ ମନୁଷ୍ୟକୃତ ବୋଲି ଅନୁମାନ କରାଯାଉଛି। କାରଣ ମହୁଲ ଫୁଲ, ଶାଳପତ୍ର ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନଙ୍କ ଦ୍ୱାରା ଅନେକ ସମୟରେ ଜଙ୍ଗଲରେ ନିଆଁ ଲଗାଯାଉଥିବା ଦେଖାଯାଇ ଆସିଛି। ତେଣୁ ଏଠାରେ ସେପରି କିଛି ଘଟଣା ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଦେବୀନଗର ପାହଡ଼ ଓ ଏହାର ପାଦ ଦେଶରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ପୋଡ଼ିଗଲାଣି। ଜୀବଜନ୍ତୁ, କୀଟପତଙ୍ଗ, ସରୀସୃପଙ୍କ ଜୀବନହାନି ହେଲାଣି। ଅନେକ ବନ୍ୟଜନ୍ତୁ ଜୀବନ ବଞ୍ଚାଇବା ଲାଗି ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ସେହିପରି ନିଆଁ ଧାସ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବୃଦ୍ଧିର କାରଣ ହୋଇଥିବାବେଳେ ଧୂଆଁ ଅଣନିଃଶ୍ୱାସୀ ପରିସ୍ଥିତି ସୃଷ୍ଟି କରୁଛି। ଏଥିସହିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମରେ ଚାଷୀ କରିଥିବା ଫସଲ କ୍ଷତି ହେବାର ସମ୍ଭାବନା ରହିଛି। ଏପରିକି ବନ ସଂରକ୍ଷଣ ସମିତି ଓ ବନ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ବୟ ରହୁ ନ ଥିବାରୁ ଏହି ନିଅଁାକୁ ଆୟତ୍ତ କରାଯାଇ ପାରୁ ନ ଥିବା ଅଭିଯୋଗ ହେଉଛି।

ଆୟତ୍ତ ଉଦ୍ୟମ ଜାରି ରହିଛି
ଜଙ୍ଗଲ ନିଆଁ ଆୟତ୍ତ କରିବା ପାଇଁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ହେଲେ ସ୍ଥାନୀୟ ବନ ସରଂକ୍ଷଣ ସମିତିଗୁଡିକର ସହଯୋଗ ମିଳିପାରୁ ନାହିଁ। ଏହାଛଡ଼ା ଉକ୍ତ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ଥିବାରୁ ଭିତରକୁ ପଶି ତୁରନ୍ତ ନିଆଁ ଲିଭାଇବା ସମ୍ଭବ ହେଉନାହିଁ। ହାତୀପଲଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଇ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।
-ପ୍ରତାପ ଚନ୍ଦ୍ର ରାଉଳ, ବନାଞ୍ଚଳ ଅଧିକାରୀ

ସମନ୍ବୟର ଅଭାବ ଦେଖାଦେଇଛି
ବନ ବିଭାଗର ଅପାରଗତା ପାଇଁ ଦେବୀନଗର ଜଙ୍ଗଲରୁ ନିଆଁ ଲିଭିପାରୁ ନାହିଁ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ବନ ସଂରକ୍ଷଣ ସମିତି ଓ ବନବିଭାଗ ମଧ୍ୟରେ ସମନ୍ବୟ ରହୁନାହିଁ। ଏହି କାରଣରୁ ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି।
-ବିଜୟ କୁମାର ପ୍ରଧାନ, ସଭାପତି, ଜୟ ଜଗନ୍ନାଥ ବନସଂରକ୍ଷଣ ସମିତି

ତଦାରଖ କରାଯାଉ ନାହିଁ
ଜଙ୍ଗଲ ମଧ୍ୟରେ କରାଯାଉଥିବା ଜଳାଶୟ ଯୋଜନାର ସୁଫଳ ମିଳୁନାହିଁ। ଠିକ୍‌ ଭାବେ ଫାୟାର ଲାଇନ କରା ନ ଯିବା ଓ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ କରାଗଲେ ମଧ୍ୟ ଏହାର ତଦାରଖ କରାଯାଉ ନାହିଁ। ଫଳରେ ବନ୍ୟ ସମ୍ପଦ ଓ ଜୀବଜନ୍ତୁ ଏବେ ବିପଦ ମୁଖରେ ପଡୁଛନ୍ତି।
-ଗିରିଶ ଚନ୍ଦ୍ର ପ୍ରଧାନ, ଶିମିଳିପାଳ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri