‘ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’

ଭୁବନେଶ୍ୱର,୧୫।୩(ବ୍ୟୁରୋ):ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ସରକାର ତୁରନ୍ତ ଓ ସକ୍ରିୟ ପଦକ୍ଷେପ ନେଇଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ତ ପ୍ରକାର ନିରନ୍ତର ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ଜଙ୍ଗଲ ନିଆଁ ସଂକ୍ରାନ୍ତରେ ରବିବାର ସୂଚନା ଦେଇ ସେ କହିଛନ୍ତି, ଗତ ମାସେ ହେବ ରାଜ୍ୟର ଅନେକ ଜଙ୍ଗଲରେ ନିଆଁ ଲାଗିଛି। ଏହାକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପିସିସିଏଫ୍‌ କାର୍ଯ୍ୟାଳୟର ଏଫ୍‌ଆଇଟିଜିସି ସେଲ୍‌ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି। ବିଟ୍‌-ଗାର୍ଡଙ୍କ ସହ ସମସ୍ତ ସ୍ତରର ବନକ୍ଷେତ୍ର କର୍ମଚାରୀଙ୍କୁ ଡେରାଡୁନ୍‌ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଦିଆଯାଉଛି। ଫରେଷ୍ଟ ଫାୟାର୍‌ ପଏଣ୍ଟ୍‌ଗୁଡ଼ିକ ସମ୍ପର୍କରେ ସୂଚନା ମିଳିବା ପରେ ଅବିଳମ୍ବେ ତାହାକୁ ନିର୍ବାପିତ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ ପ୍ରଦତ୍ତ ପଞ୍ଜୀକୃତ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅପ୍‌ଲୋଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ମୁଖ୍ୟାଳୟ ଦ୍ୱାରା ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିର ଅନ୍‌ଲାଇନ୍‌ ମନିଟରିଂ ପାଇଁ ସହାୟକ ହେଉଛି। ଫଳରେ ରାଜ୍ୟର ଆଉ କ୍ରମାଗତ ବନାଗ୍ନି ଦୃଶ୍ୟ ଦୃଷ୍ଟିଗୋଚର ହୋଇନାହିଁ। ୯୫ ପ୍ରତିଶତରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ତଥ୍ୟରୁ ଏହା ଜଣାପଡୁଛି। ସେହିଭଳି ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜଙ୍ଗଲଗୁଡ଼ିକରେ କ୍ରମାଗତ ନିଆଁ ଲାଗିବା ଘଟଣା ପ୍ରାୟତଃ ନାହିଁ। ତେବେ ଅଗ୍ନିକାଣ୍ଡ ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ କରି ଚିହ୍ନଟ ହୋଇଥିବା ବନାଗ୍ନି ପ୍ରବଣ ଅଞ୍ଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିକୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ସେପଟେ ଶିମିଳପାଳ ଓ ରାଜ୍ୟରେ ବନାଗ୍ନି ସ୍ଥିତିର ଅନୁଧ୍ୟାନରେ ଆସିଥିବା କେନ୍ଦ୍ରୀୟ ଟିମ୍‌ ସୋମବାର ସରକାରଙ୍କ ସହ ଆଲୋଚନା କରିବେ। ଏହି ଟିମ୍‌ ପ୍ରଥମେ ଶିମିଳିପାଳ ଯାଇ ତଦାରଖ କରିବା ପରେ କୁଲଡିହା ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ରବିବାର ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ଏ ସମସ୍ତ ବିଷୟରେ କେନ୍ଦ୍ରୀୟ ଟିମ୍‌ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସନ୍ଦୀପ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri