ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର

ସିମୁଳିଆ,୧୯।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା କୁପାରି ଫରେଷ୍ଟ ଡ୍ରାଇଭର ଆତ୍ମାରାମ ଷେଣ୍ଢ(୨୯) ରବିବାର ଦୁବୃର୍ତ୍ତମାନଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଖଇରା ବ୍ଲକ ମାନପୁର ପଞ୍ଚାୟତ ସାଉଣ୍ଡିଆ ଅଞ୍ଚଳରେ ।
ଆହତ ଆତ୍ମାରାମଙ୍କ ବାପା ପ୍ରଶାନ୍ତଙ୍କ ସୂଚନା ଅନୁସାରେ ମାଖନପୁର ଅଞ୍ଚଳରୁ ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଫରେଷ୍ଟ ଅଫିସରୁ ଖବର ଆସିଥିଲା । ଆତ୍ମାରାମ ନିଜ ଗାଁ ରେ ଥିବାରୁ ମୋଟର ସାଇକେଲ ଯୋଗେ ଉକ୍ତ ଚୋରା କାଠ ବୋଝେଇ ଗାଡ଼ିର ପିଛା କରିଥିଲେ । ଦୁବୃର୍ତ୍ତମାନେ ବକ୍ରେଶ୍ବର ମହାଦେବ ମନ୍ଦିର ନିକଟରେ ଥିବା କାଂଶବାଂଶ ନଦୀ ପୋଲ ଉପରେ ଆତ୍ମାରାମଙ୍କୁ ମାଡମାରି ଆହତ କରିବା ସହିତ ତାଙ୍କ ମୋଟରସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ତାଙ୍କ ମୋବାଇଲ ଓ ସୁନା ଚେନ ମଧ୍ୟ ଦୁବୃର୍ତ୍ତମାନେ ନେଇ ଯାଇଛନ୍ତି । ଆକ୍ରମଣ କାରୀ ଖାଙ୍ଗ ରାଉତ, ରାଜୁ ରାଉତ ଓ ଗୈତମ ରାଉତଙ୍କ ନାମରେ ଅଭିଯୋଗ ହୋଇଛି।

Dharitri – Odisha’s No.1 Odia Daily

Share