ବାଘ ପାଇଁ ବନ ବିଭାଗ ନାକେଦମ୍‌

ଖୋର୍ଦ୍ଧା ଅଫିସ,୧୯ା୧୧: ଖୋର୍ଦ୍ଧା ବନାଞ୍ଚଳରେ ବାଘ ବୁଲୁଥିବା ନେଇ ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଶରଧାପୁର, ଜରିପୁଟ, ତୋଟାପଡା, ବେରୁଅଁ ଆଦି ଜଙ୍ଗଲରେ ଦିନତମାମ ପଇଁତରା ମାରିବା ସହ ଖୋଜିଥିଲେ। ତେବେ ବାଘ ପାଇଁ ବନ ବିଭାଗକୁ ନାକେଦମ୍‌ ହେବାକୁ ପଡିଛି। ଏହା ଏକ ଗୁଜବ, ଏଥିରେ ଆତଙ୍କିତ ନ ହେବା ଲାଗି ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଶରଧାପୁର ଗ୍ରାମର କେତେଜଣ ମହିଳା ଜଙ୍ଗଲରୁ ଜାଳେଣି କାଠ ନେଇ ଘରକୁ ଫେରୁଥିଲେ। ଜଙ୍ଗଲରେ ବାଘ ବୁଲୁଥିବା ନଜରକୁ ଆସିଥିବା ନେଇ ଗ୍ରାମରେ କହିଥିଲେ। ଏପରି କି ବାଘ ସେଠାରୁ ତୋଟାପଡା, ଭାଲିଆବାଡି ଅଞ୍ଚଳରେ ବୁଲୁଥିବା ନେଇ ଖବର ପ୍ରଚାରିତ ହେବା ପରେ ବନ ବିଭାଗର ଏକ ଟିମ୍‌ ରାତି ସାରା ଉକ୍ତ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏନେଇ ବନ ଅଧିକାରୀ ପଣ୍ଡା କୁହନ୍ତି, ଶରଧାପୁର ଜଙ୍ଗଲରେ ସମ୍ପୃକ୍ତା ମହିଳାମାନେ ହେଟା କିମ୍ବା ବାର୍‌ହାକୁ ଦେଖି ବାଘ ବୋଲି ଧରି ନେଇଥିଲେ। ଏହି ଗ୍ରାମକୁ ଲାଗି କାଜୁ ଜଙ୍ଗଲ ରହିଛି। ଯେଉଁ ମହିଳା ଦେଖିଥିବା ଦାବି କରିଥିଲେ, ସେମାନେ ଏ ସମ୍ପର୍କରେ କୌଣସି ଠିକ୍‌ ତଥ୍ୟ ଦେଇପାରି ନ ଥିଲେ। ଏପରି କି ଗ୍ରାମବାସୀ ମଧ୍ୟ କେହି କିଛି କହିପାରି ନ ଥିଲେ। ଜଙ୍ଗଲରେ ବାଘର ପାଦଚିହ୍ନ ମଧ୍ୟ ନାହିଁ। ଏହି ବନାଞ୍ଚଳରେ ବାଘ ନ ଥିବା ବନ ଅଧିକାରୀ ପଣ୍ଡା ସ୍ପଷ୍ଟ କରିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଭାବେ ଗୁଜବ। କେହି ଗ୍ରାମବାସୀ ଭୟଭୀତ ନ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri