ପଞ୍ଚାୟତ ସମିତି ବୈଠକରେ ବନବିଭାଗ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ: କାର୍ଯ୍ୟାନୁଷ୍ଠାନ ଦାବି

ଲାଞ୍ଜିଗଡ,୨୬।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୂରସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସର ଠାରେ ଲାଞ୍ଜିଗଡ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଲୋକ ସଭା ଏମ୍‌ପିଙ୍କ ପ୍ରତିନିଧି ଗଙ୍ଗାଧର ମାଝୀ, ଜିଲା ପରିଷଦ ସଦସ୍ୟ ଅଞ୍ଜଳୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ଅଧିକାରୀ ପ୍ରଦୀପ କୁମାର ଠାକୁର ପୂର୍ବ ବୈଠକର ବିବରଣୀ ପାଠ କଲା ପରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି, ବିଜୁଳି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବନବିଭାଗ ନାଁରେ ଗଦା ଗଦା ଅଭିଯୋଗ ହେଉଥିବାବେଳେ ବୈଠକରେ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ ଥିବାରୁ ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରବଳ ବର୍ଷିଥିଲେ । ଆଗକୁ ଗ୍ରୀଷ୍ମ ଋତୁ ଆସିବାକୁ ଥିବାବେଳେ ପାନୀୟ ଜଳ ସୂଚାରୁ ରୂପେ ଲୋକଙ୍କୁ ଯୋଗାଇବା ପାଇଁ ଖରାପ ଥିବା ନଳକୂପ ଗୁଡିକୁ ତିଆରି କରିବାପାଇଁ ସରପଞ୍ଚ ଓ ସମିତି ସଭ୍ୟମାନେ ଦାବି ରଖିଥିଲେ I କେତେଗୋଟି ଦୁର୍ଗମ ଅଞ୍ଚଳରେ ବିଜୁଳି ସଂଯୋଗ ନ ଥିବାରୁ ତୁରନ୍ତ ଏହାର ପଦକ୍ଷେପ ନେବାପାଇଁ ସରପଞ୍ଚମାନେ ଦାବି କରିଥିଲେ I
ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ସନ ଅଫିସର ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଏପିଇଓ ସଂଜୀତ ପରିଡା, ଏଇ କ୍ଷୀରୋଦ କୁମାର ନାୟକ, ବିପିସି ଭୁପେନ୍ଦ୍ର ସାଗର, କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ବିଶ୍ୱାଳ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଦଶମତ ମାଝୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri