ଭୂତକୋଠି ପାଲଟିଛି ଫରେଷ୍ଟ ବିଟ୍‌ ହାଉସ

ପାରାଦୀପ,୨୬।୪ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ ହାଉସ ରହିଛି। ସମ୍ପ୍ରତି ଏହା ଭାଙ୍ଗିରୁଜି ଗଲାଣି। ସେଠାରେ ଏବେ କେହି ରହୁନାହାନ୍ତି। ସମୁଦ୍ର ବେଳାଭୂମି ରାସ୍ତାରେ ଗଲେ ତାହା ଦୂରରୁ ଭୂତକୋଠି ପରି ଦୃଶ୍ୟମାନ ହେଉଛି। ଏହି ବିଟ୍‌ ହାଉସ ନିକଟରେ ଏକ ପୋଖରୀ ରହିଛି। ଏହାକୁ ଜଙ୍ଗଲ ବିଭାଗ ପକ୍ଷରୁ ଖନନ କରାଯାଇଛି। ସେଠାରେ ଏକ ଫଳକ ମଧ୍ୟ ରହିଛି। ସେଥିରେ ଦର୍ଶାଯାଇଛି ଏହି ପୋଖରୀରେ ବନ୍ୟଜୀବମାନେ ପାଣି ପିଇବେ। ତେବେ ଉକ୍ତ ଅଞ୍ଚଳରେ କୌଣସି ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳନ୍ତି ନାହିଁ। ବିଶ୍ୱସ୍ତରୀୟ ସଙ୍ଗଠନ କାମ୍ପା ଅର୍ଥରେ ଏହି ପୋଖରୀ କରାଯାଇଥିଲେ ମଧ୍ୟ କାହା କାମରେ ଲାଗି ପାରୁନାହିଁ।
ଉକ୍ତ ବିଟ୍‌ ହାଉସ ଉତ୍ତର ପାର୍ଶ୍ୱ ଷଣ୍ଢକୁଦ ଏବଂ ଦକ୍ଷିଣ ପାର୍ଶ୍ୱ ଜଟାଧାରମୁହାଣ ପର୍ଯ୍ୟନ୍ତ ଝାଉଁ ଜଙ୍ଗଲ ଅଛି। ପ୍ରତିବର୍ଷ ଏଠାରେ ଝାଉଁ ଚାରାରୋପଣ କରାଯାଉଛି। କିନ୍ତୁ ପରିତାପର ବିଷୟ ସେହି ଝାଉଁ ଗଛଗୁଡ଼ିକୁ ଅବାଧରେ କଟାଯାଉଛି। ଅଞ୍ଚଳର କେତେଜଣ କାଠ ବେପାରୀ ନିୟମିତ ଭାବେ ଏପରି ଗଛ କାଟିବାରେ ଲାଗିଛନ୍ତି। ବଡ଼ଗଛଗୁଡ଼ିକୁ କାଟିବା ଦ୍ୱାରା ସେହି ଅଞ୍ଚଳରେ କେବଳ ଛୋଟ ଗଛ ଦୃଶ୍ୟମାନ ହେଉଛି। ଫରେଷ୍ଟ ବିଭାଗର ଜଗୁଆଳିମାନେ ବିଟ୍‌ ହାଉସରେ ନ ରହିବା ଦ୍ୱାରା ଗଛ କଟାଳିଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଯେଉଁ ୨ଜଣ ଗାର୍ଡ ଅଛନ୍ତି ସେମାନେ ପାରାଦୀପ ବନ୍ଦର ଟାଉନଶିପରେ ରୁହନ୍ତି ବୋଲି କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ର କୁହନ୍ତି। ସୂଚନାଯୋଗ୍ୟ, ପାରାଦୀପ ବତିଘରଠାରୁ ଜଟାଧାରୀମୁହାଣ ପର୍ଯ୍ୟନ୍ତ ସୁଦୀର୍ଘ ବେଳାଭୂମି ମୁକୁଳା ପଡ଼ିଛି। ଏହି ବେଳାଭୂମିର ଯେଉଁଠାରେ ସ୍ବଳ୍ପ ଝାଉଁ ଜଙ୍ଗଲ ଅଛି ସେଠାରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏପରିକି ସେହି ଜଙ୍ଗଲ ମଧ୍ୟରେ କେତେଜଣ ଲୋକ ସମୁଦ୍ର ବାଲି ଖୋଳି ବିକୁଛନ୍ତି। ଆଉ କିଛି ଜାଗାରେ ନଳକୂପ ଖୋଳି ପାଣି ବିକୁଛନ୍ତି। ଜଙ୍ଗଲ ଉଜୁଡ଼ିବା ଏବଂ ବାଲି ଖୋଳିବା ଫଳରେ ପ୍ରାକୃତିକ ସମ୍ପଦ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ପ୍ରକୃତି ବନ୍ଧୁ ପ୍ରଭାସ ଚନ୍ଦ୍ର ସ୍ବାଇଁ କୁହନ୍ତି। ବାତ୍ୟା ସମୟରେ ସମୁଦ୍ର ପାଣିକୁ ବାଲିକୁଦ ଅଟକାଇଥାଏ ଏବଂ ପବନକୁ ଝାଉଁ ଜଙ୍ଗଲ କିଛି ମାତ୍ରାରେ ପ୍ରତିରୋଧ କରିଥାଏ। ମାତ୍ର ଏସବୁ ଲୁଟ୍‌ ହେଉଥିବାରୁ ଉପକୂଳ ପ୍ରତି ବିପଦ ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଗଛ କଟାଯିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ମିଶ୍ର କୁହନ୍ତି, କେତେବେଳେ କିଏ କାଟୁଛନ୍ତି ତାହା ଜଣାପଡ଼ୁନାହିଁ। ବିଟ୍‌ ହାଉସ ଜରାଜୀର୍ଣ୍ଣ ପ୍ରସଙ୍ଗରେ କୁହନ୍ତି, ତାହା ଭାଙ୍ଗିଯାଇଥିବାରୁ ସେଠାରେ ରହିବା ପାଇଁ ବ୍ୟବସ୍ଥା ନାହିଁ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ବଜେଟ ଆସିଲେ ନୂଆ ଘର ହେବ। ସେହିପିରି ଜଙ୍ଗଲ ମଧ୍ୟରେ ନଳକୂପ ଖୋଳି ପାଣି ବିକିବା ଘଟଣାରେ ପାନୀୟ ଜଳ ବିଭାଗୀୟ ଯନ୍ତ୍ରୀ ନରେନ୍ଦ୍ର ଦାସ କୁହନ୍ତି, ଏ ନେଇ ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ କରିବା ପରେ ଜଣଙ୍କୁ ନୋଟିସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri