Posted inଜାତୀୟ

ଫରେନ୍ସିକ୍‌ ତଦନ୍ତ ବାଧ୍ୟତାମୂଳକ ହେବ

ଗାନ୍ଧୀନଗର,୨୯ା୮: ଯେଉଁ ଅପରାଧ ଘଟାଇଲେ ଦୋଷୀଙ୍କୁ ୬ ବର୍ଷରୁ ଅଧିକ ଅବଧିର ଦଣ୍ଡ ଦିଆଯାଇଥାଏ, ତାହାର ତଦନ୍ତରେ ଫରେନ୍ସିକ୍‌ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସରକାର ଅପରାଧଗୁଡ଼ିକରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନେବାକୁ ଗମ୍ଭୀରତା ସହ ବିଚାର କରୁଥିବା ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୂଚନା ଦେଇଛନ୍ତି।

ଗୁଜରାଟ ଗାନ୍ଧୀନଗରସ୍ଥିତ ନ୍ୟାଶନାଲ ଫରେନ୍ସିକ୍‌ ସାଇନ୍ସେସ୍‌ ୟୁନିଭର୍ସିଟି (ଏନ୍‌ଏଫ୍‌ଏସ୍‌ୟୁ)ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ମୁଖ୍ୟ ଅତିଥି ରୂପେ ଯୋଗଦେଇଛନ୍ତି। ଏହି ଅବସରରେ ସ୍ନାତକ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲାକୁ ଫରେନ୍ସିକ୍‌ ମୋବାଇଲ ଇନ୍‌ଭେଷ୍ଟିଗେଶନ ଫାସିଲିଟି ଯୋଗାଇଦେବେ। ଏଥିସହ ତଦନ୍ତର ସ୍ବାଧୀନତା ଓ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଲାଗି ସ୍ବତନ୍ତ୍ର ଆଇନଗତ ଢାଞ୍ଚା ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି), ଆପରାଧିକ ଦଣ୍ଡ ସଂହିତା (ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନରେ ମଧ୍ୟ ସଂଶୋଧନ ଆଣିବାକୁ ଯାଉଛନ୍ତି।

ଏଥି ସକାଶେ ବିଶେଷଜ୍ଞ ଓ ଆଇନଜ୍ଞମାନଙ୍କ ପରାମର୍ଶ ନିଆଯାଉଛି। ଦେଶ ସ୍ବାଧୀନ ହେବା ପରଠାରୁ ଏହି ଆଇନଗୁଡ଼ିକୁ କେହି ଭାରତୀୟ ଦୃଷ୍ଟିକୋଣରୁ ଦେଖୁ ନ ଥିବାରୁ ଏଥିରେ ସଂଶୋଧନ ଜରୁରୀ ହୋଇପଡ଼ିଥିବା ଶାହା କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଆହୁରି କହିଛନ୍ତି, ଯେତେବେଳେ ୬ ବର୍ଷରୁ ଅଧି ଅବଧିର ଦଣ୍ଡବିଧାନ ହେଉଥିବା ଅପରାଧ କ୍ଷେତ୍ରରେ ଫରେନ୍ସିକ୍‌ ସାଇନ୍ସକୁ ବାଧ୍ୟତାମୂଳକ କରାଯିବ ସେତେବେଳେ ବହୁ ସଂଖ୍ୟକ ଫରେନ୍ସିକ୍‌ ସାଇନ୍ସ ଏକ୍ସପର୍ଟ ଗ୍ରାଜୁଏଟ୍‌ ଆବଶ୍ୟକ ହେବ। ସେହି ସମୟରେ ଏନ୍‌ଏଫ୍‌ଏସ୍‌ୟୁର କୌଣସି ଛାତ୍ରୀଛାତ୍ର ନିଯୁକ୍ତି ନ ପାଇ ରହିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri