Categories: ଜାତୀୟ

ଶେଷରେ ମାନିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୭।୮:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି। ଏହି ପରିସ୍ଥିତିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଗମ୍ଭୀର ରୂପ ଧାରଣ କରିଛି ବୋଲି ଶେଷରେ ମାନିଛନ୍ତି। ଲଦାଖ ସ୍ଥିତି ଉପରେ ମତ ରଖି ସେ କହିଛନ୍ତି ୧୯୬୨ ପରେ ଏବେ ସେଠାରେ ଗମ୍ଭୀର ପରିସ୍ଥିତ ରହିଛି। ଗତ ୪୫ ବର୍ଷ ଭିତରେ ସୀମାରେ ପ୍ରଥମଥର ପାଇଁ ଆମ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଅପ୍ରତ୍ୟାଶିତ ଭାବରେ ଏଲଏସିରେ ଦୁଇ ଦେଶ ପକ୍ଷରୁ ଅଧିକ ସଂଖ୍ୟା ସୈନ୍ୟ ମୃତୟନ କରାଯାଇଛି। ବୁଝାମଣା ମାଧ୍ୟମରେ ଉଭୟ ଦେଶ ସୀମା ବିବାଦର ସମାଧାନ ହେବା ଉଚିତ୍‌। ଏକତରଫା ଭାବେ କୌଣସି ନିର୍ଣ୍ଣୟ ନିଆଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଗତ ଏକ ଦଶନ୍ଧି ହେବ ଚାିନା ସହ ସୀମା ବିବାଦ ଅଧିକ ଉପୁଜିଛି। ଏହି ବିବାଦ ସବୁ କୂଟନୀତି ଜରିଆରେ ସମାଧାନ କରାଯିବ ଉଚିତ୍‌ ହେବ ବୋଲି ନିଜ ପୁସ୍ତକ ଉନ୍ମୋଚନ ପୂର୍ବରୁ ଦେଇଥିବା ଏକ ସାକ୍ଷାତ କାରରେ ଜୟଶଙ୍କର କହିଛନ୍ତି।

Share