ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ପ୍ରଦୀପ ବେହେରାଙ୍କ ଫାଷ୍ଟଫୁଡ଼ ଦୋକାନ ଉପରେ ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଇନ୍ସପେକ୍ଟର ମନିଷା ଭୋଳ ଚଢାଉ କରି ବିଭିନ୍ନ ନାମୀଦାମୀ କମ୍ପାନୀ ନିର୍ମିତ ୯୦ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ଫାଷ୍ଟଫୁଡ଼ ଦୋକାନୀ ଗାଁରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଦୋକାନ ଭିତରେ ଅବକାରୀ କର୍ମଚାରୀ ବୃନ୍ଦ ଖାନ ତଲାସ କରାଯିବାରୁ ମଦ ବୋତଲ ଥିବା ଜଣାପଡିଥିଲା। ସେ ବିକ୍ରି ପାଇଁ ମଦ ମହଜୁଦ ରଖିଥିବା ସ୍ବୀକାର କରିଥିଲେ। ପରେ ତାଙ୍କୁ ଗିରଫ କରି ଅବକାରୀ ମାମଲା ନଂ.୫୫/୨୫-୨୬ ଅନୁଯାୟୀ ସୋମବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ମଦରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଜିଲା ଫରେନ୍ସିକ ଲ୍ୟାବକୁ ପଠାଯାଇଥିବା ଜଣାପଡ଼ିଛି।


