ବଢ଼ୁଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୭।୧୨: ଗତ କିଛିଦିନ ହେବ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର (ଏଫ୍‌ଆର୍‌)ରେ ବୃଦ୍ଧି ଘଟିଛି। ଏପରିକି ଡିସେମ୍ବର ୯ରେ ଶେଷ ହୋଇଥିବା ବଜାର କାରବାର ଓ ପରିବ୍ୟବସ୍ଥା ଗତ ସପ୍ତାହ ମଧ୍ୟରେ ୨.୯ ବିଲିୟନ ଡଲାର ବଢ଼ି ୫୬୪.୦୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଆର୍‌ବିଆଇର ସୂଚନା ଅନୁସାରେ ବୈଦେଶିକ ମୁଦ୍ରାଭଣ୍ଡାର ଲଗାତର ୫ମ ସପ୍ତାହ ଲାଗି ବୃଦ୍ଧି ପାଇଛି। ଏପରିକି ପୂର୍ବ ସପ୍ତାହରେ ମଧ୍ୟ ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ବିଲିୟନ ଡଲାର ବଢ଼ି ୫୬୧.୧୬ ବିଲିୟନ ଡଲାରରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବରରେ ବୈଦେଶିକ ମୁଦ୍ରାଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରକୁ ଛୁଇଁଥିଲା। ବୈଶ୍ୱିକ ଘଟଣାକ୍ରମରେ ଏହାର ପରିମାଣ ହ୍ରାସ ପାଇଥିଲା। ଫଳରେ କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ମୁଦ୍ରା (ଟଙ୍କା)ର ବିନିମୟ ମୂଲ୍ୟ ହ୍ରାସର ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। ବିଶେଷକରି ବୈଦେଶିକ ମୁଦ୍ରାଭଣ୍ଡାରର ବ୍ୟବହାର କରିବା ଯୋଗୁ ଏଥିରେ ହ୍ରାସ ଦେଖାଯାଇଥିଲା।
ସେହିପରି କେନ୍ଦ୍ରୀୟ ବ୍ୟାଙ୍କର ସାପ୍ତାହିକ ତଥ୍ୟ ଅନୁସାରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ମନେକରାଯାଉଥିବା ବୈଦେଶିକ ପରିସମ୍ପତ୍ତି (ଆସେଟ୍‌) ଚଳିତ ବର୍ଷ ଡିସେମ୍ବର ୯ରେ ଶେଷ ହୋଇଥିବା ସପ୍ତାହରେ ୩.୧୪୧ ବିଲିୟନ ଡଲାର ବୃଦ୍ଧି ହୋଇ ୫୦୦.୧୨୫ ବିଲିୟନ ଡଲାରରେ ରହିଛି। ଉକ୍ତ ସପ୍ତାହରେ ଭାରତର ସ୍ବର୍ଣ୍ଣ ଭଣ୍ଡାରର ମୂଲ୍ୟ ୨୯.୬ କୋଟି ଡଲାର ହ୍ରାସ ହୋଇ ୪୦.୭୯୨ ଡଲାର ହୋଇଯାଇଛି।
ଅପରପକ୍ଷରେ ଆର୍‌ବିଆଇର ତଥ୍ୟ ଅନୁସାରେ ବିଶେଷ ଆହରଣ ଅଧିକାର (ଏସ୍‌ଡିଆର୍‌) ୬.୧ କୋଟି ଡଲାର ବଢ଼ି ୪୦.୭୨୯ ବିଲିୟନ ଡଲାର ହୋଇଯାଇଛି। ଏପରିକି ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ମଧ୍ୟ ସଂରକ୍ଷିତ ଦେଶର ମୁଦ୍ରାଭଣ୍ଡାର ୨୦ ଲକ୍ଷ ଡଲାର ବଢ଼ି ୫.୧୧ ବିଲିୟନରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri