Categories: ଜାତୀୟ

ଜମ୍ମୁ-କଶ୍ମୀର: ସେନା-ପୋଲିସ ଅଧିକାରୀଙ୍କ ସହ ଭେଟିଲେ ବିଦେଶୀ ପ୍ରତିନିଧି ମଣ୍ଡଳ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା

ଜମ୍ମୁ,୧୮ ।୨: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ବିଦେଶୀ ପ୍ରତିନିଧି ମଣ୍ଡଳ ଗୁରୁବାର ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଘାଟିରେ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟ କେତେକ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଏସ୍‌ଏସ୍‌ପି ଅନନ୍ତନାଗ ସନ୍ଦିପ ଚୌଧୁରୀ ଜନସାଧାରଣଙ୍କ ଅଂଶଗ୍ରହଣ, ରୋଜଗାର ଆଦି ଉପରେ ସୂଚନା ଦେଇଛନ୍ତି । ଶ୍ରୀଗନର ଏସ୍‌ପି ସୀମା ନବୀ କରୋନା ସମୟରେ ପୋଲିସର ଭୂମିକା କିପରି ଥିଲା ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ, ବାରାମୂଳା ଅତ୍ୟାଚାର, ସୁଡଙ୍ଗ, ଡ୍ରୋନ୍ ବ୍ୟବହାର, ମୃତ୍ୟୁ ହୋଇଥିବା ପାକିସ୍ତାନ ଆତଙ୍କବାଦୀଙ୍କ ସଂଖ୍ୟା ଓ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦୀଙ୍କ ଭର୍ତ୍ତିରେ ପାକିସ୍ତାନର ଭୂମିକା ଆଦି ଉପରେ ବିଦେଶୀ ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଥିଲେ । ଆତଙ୍କବାଦୀଙ୍କ ଆତ୍ମସମର୍ପଣକୁ ନେଇ ସୁରକ୍ଷାକର୍ମୀଙ୍କ ଭୂମିକା କଥା ବି ଉଠାଇଥିଲେ । ସେନା କ୍ଷରୁ ଆହୁରି ମଧ୍ୟ ଅନୁଚ୍ଛେଦ ୩୭୦ ହଟାଇବା ପରେ ପଥରମାଡ ଭଳି ଘଟଣା କମ୍ ହୋଇଥିବା, ଶାନ୍ତିପୂର୍ଣ୍ଣ ଡିଡିସି ନିର୍ବାଚନ, ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ୧୦ ହଜାର ଛାତ୍ର ଥିବା ୪୪ ଆର୍ମି ଗୁଡୱେଲ ସ୍କୁଲ ବିଷୟରେ ସୂଚନା ଦେଇଛି ସେନା ।

Share