ବିଦେଶୀ ମୁଦ୍ରା ଲୋଭ: ମହିଳାଙ୍କୁ ଠକିନେଲେ ୪.୮୨ଲକ୍ଷ

ବ୍ରହ୍ମପୁର ଅଫିସ,୧୩ା୧:ଗଞ୍ଜାମ ଜିଲାରେ ଏବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଅଜଣା ନମ୍ବରରେ ଫୋନ୍‌, ପରେ ଇନ୍‌ଷ୍ଟାଗ୍ରାମରେ ଚାଟିଂ କରି ଜଣେ ମହିଳାଙ୍କୁ ନିଜ ଜାଲରେ ଫସାଇଲା ସାଇବର ଠକ। ପରେ ବିଦେଶୀ ମୁଦ୍ରା ପାର୍ସଲ ପଠାଇବା ବାହାନାରେ ତାଙ୍କ ଠାରୁ ଅନ୍‌ଲାଇନରେ ୪ଲକ୍ଷ ୮୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଓ ଅର୍ଥନେତିକ ଅପରାଧ ଥାନାରେ ୨/୨୩ ରେ ଏକ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, କଟକର ମୂଳ ବାସିନ୍ଦା ଗୀତିଶ୍ରୀ ଦାସ(୪୬) ଏବେ କୋଦଳାରେ ରହୁଥିବା ବେଳେ ଗତ ୨୨ ତାରିଖରେ କୌଣସି ସାମଗ୍ରୀ କିଣାକିଣି କରିବାକୁ ବ୍ରହ୍ମପୁର ଆସିଥିଲେ। ସେତେବେଳେ ଏକ ଅଜଣା ନମ୍ବରରୁ ଜଣେ କଲ୍‌ କରିଥିଲେ। ଏହାପରେ ସେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଇନ୍‌ଷ୍ଟାଗ୍ରାମ୍‌ରେ ଚାଟିଂ କରିଥିଲେ। ଏଥିସହ କିଛି ବିଦେଶୀ ମୁଦ୍ରା ସେ ପ୍ୟାକିଂ କରି ଉକ୍ତ ମହିଳାଙ୍କ ପାଖକୁ ପାର୍ସଲ ପଠାଉଥିବା କହିଥିଲେ। ଏପରି କି ପ୍ୟାକିଂର ଭିଡିଓ ମଧ୍ୟ ପଠାଇଥିଲେ। ଏହାପରେ ପୁଣି ଆଉ ଏକ ଅଜଣା ନମ୍ବରରୁ ପାର୍ସଲ ଆସିଥିବା ନେଇ ମହିଳାଙ୍କୁ ଫୋନ୍‌ ଆସିଲା,ଏଥିପାଇଁ ୩୦ହଜାର ଟଙ୍କା ପଠାଇବାକୁ କହିବାରୁ ମହିଳା ଜଣକ ଗୁଗୁଲ୍‌ ପେ’ ମାଧ୍ୟମରେ ତାହା ପଠାଇଥିଲେ। କିନ୍ତୁ ତାଙ୍କ ପାଖେ ପାର୍ସଲ ପହଞ୍ଚତ୍ ନ ଥିଲା। ପାର୍ସଲ ଆଣି ଆସିଥିବା ବ୍ୟକ୍ତି ଜଣକ ବିଭିନ୍ନ ବାହାନା କରି ମହିଳାଙ୍କଠାରୁ ପରବର୍ତ୍ତୀ ସମୟରେ ୫-୬ଥରରେ ମୋଟ ୪ ଲକ୍ଷ ୮୨ହଜାର ଟଙ୍କା ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନରେ ଠକି ନେଇଥିଲେ। ପୁଣି ଥରେ ଠକ ଜଣଙ୍କ ଭୁବନେଶ୍ୱର ବିମାନବନ୍ଦରରୁ ପାର୍ସଲ ରିଲିଜ୍‌ କରାଇବା ପାଇଁ ୨୫ ହଜାର ଟଙ୍କା ମାଗିଥିଲେ। ସେତେବେଳେ ଯାଇ ମହିଳା ଜଣକ ଠକାମିର ଶିକାର ହୋଇଥିବା ସନ୍ଦେହ କରିଥିଲେ। ପାର୍ସଲ ପରିବର୍ତ୍ତେ ସେ ଦେଇଥିବା ସମସ୍ତ ଟଙ୍କା ଫେରାଇବାକୁ କହିବାରୁ ଠକ ଜଣକ ଆଉ ଧରାଛୁଆଁ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri