ବୈଦେଶିକ ମୁଦ୍ରା

ନିମାଇଁ ଚରଣ ଲେଙ୍କା

ମନୁଷ୍ୟ ଯେତେ ପାପକର୍ମ କରି ଧନ ସମ୍ପତ୍ତି ଅର୍ଜନ କରିଥାଏ, ମୃତ୍ୟୁ ପରେ କିଛି ବି ସାଙ୍ଗରେ ନେଇପାରେନାହିଁ। କେବଳ ପାପକର୍ମର ଫଳ ହିଁ ସାଥିରେ ଯାଏ। ଠିକ୍‌ ଏହିପରି ଏକ ଅଜବ ଚିନ୍ତା ଜୁଟିଥିଲା ଆଧୁନିକ ଯୁଗରେ, ଦେଶ ବିଦେଶରେ ବ୍ୟବସାୟ କରୁଥିବା ଜଣେ କୋଟିପତି ବ୍ୟବସାୟୀଙ୍କ ମୁଣ୍ଡରେ। ସେ ଏପରି ଜଣେ ଜ୍ଞାନୀପୁରୁଷଙ୍କ ସନ୍ଧାନରେ ଥିଲେ, ଯିଏ ତାଙ୍କୁ ତାଙ୍କର ସମସ୍ତ ଧନ ସମ୍ପତ୍ତିକୁ ମୃତ୍ୟୁ ପରେ ସାଙ୍ଗରେ ନେଇପାରିବାର ମାର୍ଗ ସମ୍ପର୍କରେ ପରାମର୍ଶ ଦେଇପାରିବେ। ଚାରିଆଡ଼ୁ ହତାଶ ହେବାର କିଛିଦିନ ପରେ ଜଣେ ସାଧୁ ତାଙ୍କୁ ସଠିକ୍‌ ମାର୍ଗ ଜଣାଇ ଦେବେ ବୋଲି କହି ତାଙ୍କର ଆତିଥ୍ୟ ଗ୍ରହଣ କଲେ। ବ୍ୟବସାୟୀ ଅତିଥି ସତ୍କାର କରି ତାଙ୍କୁ ସେହି ମାର୍ଗଟି ଜଣାଇବା ପାଇଁ ଅନୁରୋଧ କଲେ। ସାଧୁ ତାଙ୍କୁ ପ୍ରଶ୍ନକଲେ- ଆପଣ ତ ବିଦେଶରେ ବ୍ୟବସାୟ କରୁଛନ୍ତି। ଆମ ଦେଶର ମୁଦ୍ରା(ଟଙ୍କା) ତ ସେଠାରେ ଚଳୁନଥିବ। ତେବେ କିପରି ଏହାର ଆଦାନପ୍ରଦାନ କରନ୍ତି? ବ୍ୟବସାୟୀ କହିଲେ- ବାବା! ବିଭିନ୍ନ ଦେଶରେ ବିଭିନ୍ନ ମୁଦ୍ରାର ପ୍ରଚଳନ ଅଛି। ତେଣୁ ଆମ ଦେଶ ମୁଦ୍ରାର ମୂଲ୍ୟ ଅନୁପାତରେ ସେ ଦେଶର ମୁଦ୍ରା (ଡଲାର, ପାଉଣ୍ଡ, ରୁବଲ, ୟେନ ଆଦି)ର ମୂଲ୍ୟ ଯାହାହୁଏ, ସେହି ହିସାବରେ ବ୍ୟବସାୟ ଚାଲେ। ସାଧୁ କହିଲେ- ପ୍ରତ୍ୟେକ ଦେଶର ଯେପରି ନିଜସ୍ବ ପ୍ରଚଳିତ ମୁଦ୍ରା ଥାଏ, ଠିକ୍‌ ସେହିପରି ମୃତ୍ୟୁ ପରେ ଆପଣ ଯେଉଁ ଦେଶ (ପରଲୋକ)କୁ ଯିବେ, ସେଠାରେ ମଧ୍ୟ ନିଜସ୍ବ ମୁଦ୍ରା ପ୍ରଚଳନର ବ୍ୟବସ୍ଥା ଅଛି। ସେହି ମୁଦ୍ରାର ନାମ ହେଉଛି ‘ସତ୍‌କର୍ମ’। ଆପଣ ସେଠାକୁ ଶହେ କୋଟି ଟଙ୍କା ନେଲେ ମଧ୍ୟ ସେଠାରେ ଚଳିବ ନାହିଁ। କିନ୍ତୁ ସେହି ମୂଲ୍ୟର ‘ସତ୍‌କର୍ମ’ ସାଥିରେ ନେଲେ ସେଠାରେ ଆପଣଙ୍କୁ ସମ୍ମାନ ଦିଆଯାଇ ଏକ ଉଚ୍ଚତର ଶ୍ରେଷ୍ଠଜୀବନ (ଜନ୍ମ) ପାଇଁ ନିର୍ଦ୍ଦେଶ ମିଳିବ। ନଚେତ୍‌ ଯଦି ଏଠାରେ ‘ଅସତ୍‌ ବା ପାପକର୍ମ ’ କରିଥାଆନ୍ତି, ସେଠାରେ ଅପରାଧୀ ଭାବେ ଭୟଙ୍କର ଦଣ୍ଡ ଦିଆଯାଇ ଘୋର ଅନ୍ଧକାରପୂର୍ଣ୍ଣ କାଳକୋଠରି (ପ୍ରେତଜଗତ) ମଧ୍ୟକୁ ନିକ୍ଷେପ କରାଯିବ ଏବଂ ଦଣ୍ଡ ଭୋଗ ପରେ ଏକ ନୀଚ ଜନ୍ମ ପାଇଁ ନିର୍ଦ୍ଦେଶ ମିଳିବ। ତେଣୁ ଯଦି ଆପଣ ସମସ୍ତ ଧନ, ସମ୍ପତ୍ତିକୁ ମୃତ୍ୟୁ ପରେ ସାଥିରେ ନେବାକୁ ଚାହୁଁଥାଆନ୍ତି, ତେବେ ସେ ସବୁର ମୂଲ୍ୟ ଅନୁପାତରେ ‘ସତ୍‌କର୍ମ’ କରିଯାଆନ୍ତୁ। ସାଧୁଙ୍କର ଏହି ଉପଦେଶରେ ବ୍ୟବସାୟୀଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଷ୍କାମ ଭାବେ ‘ସତ୍‌କର୍ମ’ କରିବା ପାଇଁ ଜୀବନକୁ ସମର୍ପିତ କରିଦେଲେ।
ମୃତ୍ୟୁହେଲେ ‘ସ୍ବଭାବ’ ସାଥିରେ ଯିବ, ‘ଧନ’ ନୁହେଁ। କିନ୍ତୁ ମନୁଷ୍ୟ ‘ସ୍ବଭାବ’ ଖରାପ କରି ଧନ ସଂଗ୍ରହ କରିବାରେ ଲାଗିଛି। ତେଣୁ ଧନକୁ ଶ୍ରେଷ୍ଠ ଭାବିବା ବୁଦ୍ଧିଭ୍ରଷ୍ଟ ହେବାର ଲକ୍ଷଣ। ଏବେ ଯେଉଁ ଧନ ମିଳିଛି, ତାହା ବର୍ତ୍ତମାନ କର୍ମର ଫଳନୁହେଁ,’ ପ୍ରାରବ୍ଧ (ଅତୀତ)ର ଫଳ। ବର୍ତ୍ତମାନ କାଳରେ ଧନ ପାଇଁ ଯେଉଁ ମିଥ୍ୟା, କପଟତା ଓ ଦୁର୍ନୀତି ଆଦି କରାଯାଉଛି, ତା’ର ଫଳ(ଦଣ୍ଡ) ଭବିଷ୍ୟତରେ ହିଁ ମିଳିବ। ଅନ୍ୟାୟ ଉପାୟରେ ଉପାର୍ଜିତ ଧନ ଯେ ଆମ କାମରେ ଆସିବ, ସେଥିପାଇଁ କିଛି ନିଶ୍ଚୟତା ନାହିଁ, ନିଶ୍ଚୟତା ଅଛି ଦଣ୍ଡ ଭୋଗିବାରେ। ତେଣୁ ନିଜ ଦୁଃଖ ଦୂର କରିବା ପାଇଁ ଆମେ ଯେପରି ଧନ ଖର୍ଚ୍ଚ କରୁ, ଅନ୍ୟ ପାଇଁ ସେପରି ଖର୍ଚ୍ଚ କରିବାକୁ ହେବ। ତେବେ ଯାଇ ଆମେ ଧନ ରଖିବାର ଯୋଗ୍ୟାଧିକାରୀ ହୋଇପାରିବା। ଧନ ମିଳିଗଲେ ବ୍ୟକ୍ତି ସ୍ବାଧୀନ ହୋଇଯାଏ ନାହିଁ, ବରଂ ଧନର ଅଧୀନ (ପରାଧୀନ) ହୋଇଯାଏ। କାରଣ ଧନ ମଧ୍ୟ ପର। ଧନ କାହାକୁ ଧାର୍ମିକ କରାଏ ନାହିଁ, ବରଂ ଏହାର ‘ଦାସ’ ହୋଇଗଲେ ନିଜର ପତନ ଘଟାଏ। ଧନ ଅର୍ଜନ କରି କାହାର ଦାରିଦ୍ର୍ୟ ଦୂର ହୁଏନାହିଁ କିମ୍ବା କେହି ‘ଶେଠ’ ହୁଏନାହିଁ, ବରଂ ଏହାକୁ ଅର୍ଜନ କରିବାର ଉତ୍କଟ ଇଚ୍ଛା ଛାଡ଼ିଦେଲେ ଦାରିଦ୍ର୍ୟ ଦୂରହୁଏ।
ଧର୍ମ ପାଇଁ ଧନ ନୁହେଁ, ମନ ହିଁ ଦରକାର। ଧନ ଥାଇ ମନୁଷ୍ୟ ସାଧୁ ହୋଇପାରେ, କିନ୍ତୁ ‘ଧନର ଲାଳସା’ ଥାଇ କେହି ସାଧୁ ହୋଇ ପାରିଛନ୍ତି କି? ମନୁଷ୍ୟର ସମ୍ମାନ ଧନ ବୃଦ୍ଧି ହେଲେ ବଢ଼େ ନାହିଁ, ଧର୍ମ ବୃଦ୍ଧି ହେଲେ ବଢ଼େ। ଧନଠାରୁ ବସ୍ତୁଶ୍ରେଷ୍ଠ, ବସ୍ତୁଠାରୁ ମନୁଷ୍ୟ, ମନୁଷ୍ୟଠାରୁ ବିବେକ ଏବଂ ବିବେକଠାରୁ ସତ୍‌-ତତ୍ତ୍ୱ (ପରମାତ୍ମା) ଶ୍ରେଷ୍ଠ। ମନୁଷ୍ୟଜନ୍ମ ସେହି ପରମାତ୍ମା ତତ୍ତ୍ୱକୁ ଉପଲବ୍ଧି କରିବା ପାଇଁ ହିଁ ମିଳିଛି। ସଂସାରର ସମସ୍ତ ସମ୍ବନ୍ଧ ‘ଋଣାନୁବନ୍ଧ’ । ଏହି ଋଣରୁ ମୁକ୍ତ ହେବାର ଉପାୟ ହେଲା, ସମସ୍ତଙ୍କର ସେବାକରିବା ଓ କାହାଠାରୁ କିଛି ପାଇବାକୁ ନ ଚାହିଁବା। ତା’ହେଲେ ଯାଇ ଆମେ ଆମର ସମସ୍ତ ଧନ, ସମ୍ପତ୍ତି ମୂଲ୍ୟ ଅନୁପାତରେ ‘ସତ୍‌କର୍ମ’ ରୂପକ ବୈଦେଶିକ ମୁଦ୍ରା ଅର୍ଜନ କରି ଅନ୍ତିମ ସମୟରେ ସାଥିରେ ନେଇଯାଇପାରିବା।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri